odisha24 Live

Latest News

Latest News

Author name: RatnaManjari Mohanty

ମନୋରଞ୍ଜନ

ଜୋହେରୀଙ୍କ ମୁଣ୍ଡରେ ସଜିଲା ବିଶ୍ୱ ସୁନ୍ଦରୀର ମୁକୁଟ

ନୂଆଦିଲ୍ଲୀ : ବିଶ୍ୱ ସୁନ୍ଦରୀ ହେଲେ ଜୋହେରୀ ମୋଲା। ଜୋହେରୀ ମୋଲା ୭୩ତମ ମିସ୍ ୱାର୍ଲ୍ଡ । ଭିଏତନାମର ନ୍ହା ତ୍ରାଙ୍ଗଠାରେ ଅନୁଷ୍ଠିତ ହୋଇଛି ମିସ୍ ୱାର୍ଲଡ । ଡୋମିନିକାନ୍ ରିପବ୍ଲିକର ଜୋହେରୀ ମୋଲା ଏହି ବର୍ଷର ମିସ୍ ୱାର୍ଲ୍ଡ ମୁକୁଟ ଜିତିଛନ୍ତି । ଏଥିରେ ସ୍ପେନର ଏଲିସାବେଥ୍ ରେନେସ୍ ପ୍ରଥମ ରନର୍ସ-ଅପ୍ ଏବଂ ମାଲେସିଆର ତାନୁସିୟା ଚେଟ୍ଟି ଦ୍ୱିତୀୟ ରନର୍ସ-ଅପ୍ ହୋଇଛନ୍ତି । ଭାରତର ପ୍ରତିନିଧିତ୍ୱ କରୁଥିବା ନିକିତା ପୋରୱାଲ୍ ଟପ୍ ୪୦ ସ୍ଥାନରେ ପହଞ୍ଚିଥିଲେ

ରାଜନୀତି

ମାର୍ଚ୍ଚରେ ବାଜିବ ପଞ୍ଚାୟତ ନିର୍ବାଚନ : ପ୍ରସ୍ତୁତି ହେଲାଣି ୩ ପ୍ରମୁଖ ରାଜନୈତିକ ଦଳ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରସ୍ତୁତି ଆରମ୍ଭ । ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କଲେଣି ରଣନୀତି। ଶାସକ ଦଳ ହିସାବରେ ବିଜେପି ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ । ଏହି ନିର୍ବାଚନ ବିଜେପି ପାଇଁ ସମ୍ମାନ ଓ ମର୍ୟ୍ୟାଦାର ପ୍ରଶ୍ନ । ହେଲେ ନେତା ଓ କର୍ମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି, କେବେ ନିର୍ବାଚନ ହେବ । ଠିକ୍ ସମୟରେ ହେବ କି ବିଳମ୍ବରେ ହେବ, ଏନେଇ

ସଂସ୍କୃତି

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ୱଲପୁର : ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ବଢ଼ିଛି ଉତ୍ସାହ। ଇଷ୍ଟ ଦେବୀ ସମଲେଇଙ୍କ ରାଶି ନକ୍ଷତ୍ରାନୁସାରେ ସମବେତ ପଣ୍ଡିତ ଓ ଜ୍ୟୋତିର୍ୱିଦମାନଙ୍କ ଗଣନାନୁସାରେ ଆସନ୍ତା ୧୫ ତାରିଖ (ମଙ୍ଗଳବାର) ନୂଆଁଖାଇ ସକାଶେ ଲଗ୍ନ ଶୁଭ ହୋଇଛି। ଧାର୍ଯ୍ୟ ଲଗ୍ନକୁ ଆଧାର କରି ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ସକାଳ ୯ଟା ୪୦ ମିନିଟ୍‌ ଗତେ ୯ଟା ୫୪

ରାଜ୍ୟ

ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ଓଡ଼ିଶାର ସାମ୍ବାଦିକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧ । ଦେଲେ ବଡ଼ ଭରସା ।ସାମ୍ବାଦିକମାନେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବେ ସମାଜର ବିଭିନ୍ନ ଘଟଣା ଓ ସମସ୍ୟାକୁ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି । ସେମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ସେବାକୁ ଦୃଷ୍ଟିରେ ରଖି ସରକାର ସାମ୍ବାଦିକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ବିଶେଷକରି କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା

ବିଦେଶ

ତେଲ ଟ୍ୟାଙ୍କର ବିସ୍ଫୋରଣ, ୧୦ ମୃତ

ତେହେରାନ : ଇରାନରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ତେଲ ଟ୍ୟାଙ୍କର । ଜଳିଗଲେ ୧୦ରୁ ଅଧିକ ଲୋକେ ।ରିପୋର୍ଟ ଅନୁସାରେ, ଇରାନ ପଶ୍ଚିମ ପ୍ରାନ୍ତରେ ଥିବା ହାମେଦାନ୍-ସାନନଦଜ୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।ଜାତୀୟ ରାଜପଥ ଦେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ପରେ ଏଥିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏହାର ବ୍ରେକିଂ ସିଷ୍ଟମ

ବିଦେଶ

ଯୁଦ୍ଧ ରୋକିବାକୁ ରାଜି ନୁହେଁ ରୁଷ୍ : ଆମେରିକା ପ୍ରତିନିଧିଙ୍କୁ ସ୍ପଷ୍ଟ କରିଦେଲେ ଆଗାମୀ ରଣନୀତି!

ମସ୍କୋ : ୟୁକ୍ରେନ୍ ସହ ସମ୍ପର୍କରେ ବଢ଼ୁଛି ତିକ୍ତତା। ଏବେ ଯୁଦ୍ଧ ବନ୍ଦ କରିହେବ ନାହିଁ । ଅର୍ଥାତ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଶେଷ କରିବା ମୁଡରେ ନଥିବା ସଙ୍କେତ ଦେଇଛନ୍ତି । ମସ୍କୋରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିନିଧି ଷ୍ଟିଭ୍ ଓ୍ୱିଟକଫ୍ ଏବଂ ଜେରେଡ୍ କୁଶନରଙ୍କୁ ସାକ୍ଷାତ କରି ୟୁକ୍ରେନ ସହ ଏବେବି କିଛି ଠିକ୍ ନଥିବା ପୁଟିନ କହିଛନ୍ତି । ରିପୋର୍ଟ ଅନୁସାରେ, ୟୁକ୍ରେନ୍ ଯୁଦ୍ଧର ସମାପ୍ତି ପାଇଁ କୂଟନୈତିକ

ପାଣିପାଗ

୧୦ରେ ବଦଳିବ ପାଣିପାଗର ରୂପ

ଭୁବନେଶ୍ୱର: ଆଜି ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ। ଆସନ୍ତା ୨ ଦିନ ପାଗ ପ୍ରାୟ ଅପରିବର୍ତ୍ତିତ ରହିବ। ଏହାପରେ ୩ ଦିନ ଧରି ଉତ୍ତର ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।୧୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ହୋଇପାରେ। ୧୧ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ରେ ପ୍ରବଳ ବର୍ଷା ହୋଇପାରେ । ୧୩ ତାରିଖରେ ଏହା ଲଘୁଚାପ ରୂପ ନେବ।

ଦେଶ

ଏୟାର ଶୋ’ରେ ଭୟଙ୍କର ଦୁର୍ଘଟଣା

ନୂଆଦିଲ୍ଲୀ : ଗ୍ରୀସରେ ଏୟାର ସୋ’ ଚାଲିଥିବା ବେଳେ ଘଟିଲା ବଡ଼ ଅଘଟଣ! ବାୟୁସେନାର ଏକ ଏଫ ୪ ଯୁଦ୍ଧ ବିମାନ ଦେଖାଉଥିବା ସମୟରେ ବିମାନଟି ନିୟନ୍ତ୍ରଣ ହରାଇ ରନୱେ ନିକଟସ୍ଥ ଗଛରେ ପିଟି ହୋଇ ନିଆଁର ପିଣ୍ଡୁଳାରେ ପରିଣତ ହୋଇଥିଲା। ଏହି ଘଟଣାରେ ସୌଭାଗ୍ୟବଶତଃ ଦର୍ଶକଙ୍କ ମଧ୍ୟରୁ କେହି ଆହାତ ହୋଇନଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ତାନାଗ୍ରା ଏୟାର ବେସ୍ ନିକଟରେ ଘଟିଥିଲା। ବିମାନଟି ଉଡ଼ାଣ ଭରିବାର

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ବ୍ୟବସାୟ କ୍ଷେତ୍ରରେ ଆର୍ଥିକ ଲାଭ ସହ ଅଟକିଥିବା ଟଙ୍କା ମିଳିବାର ଆଶା ରହିଛି । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ଚିନ୍ତା ଦେଖାଦେଇପାରେ । ପରିବାରରେ ଖୁସିର ପରିବେଶ ରହିବ ଏବଂ ସଦସ୍ୟମାନଙ୍କ ସହଯୋଗ ମିଳିବ । ସ୍ୱାସ୍ଥ୍ୟକୁ ନେଇ ସାମାନ୍ୟ ଅସୁବିଧା ହୋଇପାରେ, ତେଣୁ ନିଜ ଯତ୍ନ ନିଅନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ସହ କଥାବାର୍ତ୍ତାରେ ସଂଯମ ରଖନ୍ତୁ

ଜୀବନଶୈଳୀ

କଖାରୁ ମଞ୍ଜିରେ ରହିଛି ଅନେକ ଚମତ୍କାରୀ ଗୁଣ

ସ୍ବାସ୍ଥ୍ୟକୁ ସମ୍ପଦ ବୋଲି କୁହାଯାଏ । ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାର ପ୍ରୋଟିନଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ସେହି ସବୁ ମଧ୍ୟରୁ କଖାରୁ ଅନ୍ୟତମ । କଖାରୁକୁ ବ୍ୟବହାର କରି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ବିଶେଷ ଭାବେ କଖାରୁକୁ ଡାଲମାରେ ବ୍ୟବହାର କରାଯାଇଥାଏ । କଖାରୁରେ ଅନେକ ଭିଟାମିନ୍ ଭରପୂର ମାତ୍ରାରେ ରହିଛି । ଏହା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ ହୋଇଥାଏ ।

Scroll to Top