
ତେହେରାନ : ଇରାନରେ ଏକ ଭୟଙ୍କର ଦୁର୍ଘଟଣା ହୋଇଛି । ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ତେଲ ଟ୍ୟାଙ୍କର । ଜଳିଗଲେ ୧୦ରୁ ଅଧିକ ଲୋକେ ।
ରିପୋର୍ଟ ଅନୁସାରେ, ଇରାନ ପଶ୍ଚିମ ପ୍ରାନ୍ତରେ ଥିବା ହାମେଦାନ୍-ସାନନଦଜ୍ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି ।ଜାତୀୟ ରାଜପଥ ଦେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ପରେ ଏଥିରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ଏହାର ବ୍ରେକିଂ ସିଷ୍ଟମ କାମ ନକରିବାରୁ ଅଘଟଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୧୦ ଜଣ ପ୍ରାଣ ହରାଇଥିଲେ । ଏହାସହ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଟିମ୍ ପହଁଚିଥିଲେ । ସ୍ଥିତିକୁ ନିୟନ୍ତ୍ରଣକୁ ଅଣାଯାଇଥିଲା ।
ତେବେ ଇରାନରେ ଏପରି ଦୁର୍ଘଟଣା ନୂଆ ନୁହେଁ । ଅନେକ ସମୟରେ ଏଠାରେ ତୈଳ ଟ୍ୟାଙ୍କର ଦୁର୍ଘଟଣାର ଶିକାର ହୋଇଛି ।





