odisha24 Live

Latest News

ମାର୍ଚ୍ଚରେ ବାଜିବ ପଞ୍ଚାୟତ ନିର୍ବାଚନ : ପ୍ରସ୍ତୁତି ହେଲାଣି ୩ ପ୍ରମୁଖ ରାଜନୈତିକ ଦଳ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ହେଲାଣି ପ୍ରସ୍ତୁତି ଆରମ୍ଭ । ୩ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କଲେଣି ରଣନୀତି। ଶାସକ ଦଳ ହିସାବରେ ବିଜେପି ପ୍ରଥମଥର ପାଇଁ ପଞ୍ଚାୟତ ନିର୍ବାଚନକୁ ଓହ୍ଲାଇବ । ଏହି ନିର୍ବାଚନ ବିଜେପି ପାଇଁ ସମ୍ମାନ ଓ ମର୍ୟ୍ୟାଦାର ପ୍ରଶ୍ନ । ହେଲେ ନେତା ଓ କର୍ମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି, କେବେ ନିର୍ବାଚନ ହେବ । ଠିକ୍ ସମୟରେ ହେବ କି ବିଳମ୍ବରେ ହେବ, ଏନେଇ ଦ୍ବନ୍ଦ୍ବ ରହିଛି । କିଛି ମାସ ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ ସଚିବ କହିଥିଲେ, ଜନଗଣନା ପାଇଁ ବିଳମ୍ବ ହୋଇପାରେ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ସଂକ୍ରାନ୍ତରେ ବଡ଼ ଅପଡେଟ୍ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ ମଧୁସୂଦନ ପାଢ଼ୀ ।

ମାର୍ଚ୍ଚ ମାସରେ ବାଜିବ ପଞ୍ଚାୟତ ନିର୍ବାଚନ ବିଗୁଲ, ୫ରେ ସରିବ ଜନଗଣନା ପ୍ରକ୍ରିୟା, ଏହା ପରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ , ମାର୍ଚ୍ଚ ଶେଷ ଓ ଏପ୍ରିଲ ପ୍ରଥମ ସପ୍ତାହରେ ହେବ ପଞ୍ଚାୟତ ନିର୍ବାଚନ, ରାଜ୍ୟରେ ୫ ଟି ପର୍ୟ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ, ପଞ୍ଚାୟତ ନିର୍ବାଚନ ସରିବା ପରେ ଏହାର ୧୫ ଦିନ କିମ୍ବା ମାସେ ଭିତରେ ପୌର ନିର୍ବାଚନ ହେବ, ପଞ୍ଚାୟତ ନିର୍ବାଚନ ବାଲାଟରେ ଓ ପୌର ନିର୍ବାଚନ ଇଭିଏମ୍‌ରେ ହେବ, ପଞ୍ଚାୟତ ନିର୍ବାଚନ ପାଇଁ ୯୧ ହଜାର ବୁଥ୍‌ ପ୍ରସ୍ତୁତ ଅଛି, ଅକ୍ଟୋବର ୨୪ରୁ ନଭେମ୍ବର ୭ ପର୍ୟ୍ୟନ୍ତ ସାରା ଓଡ଼ିଶାରେ ସର୍ଭେ ହେବ ଫେବ୍ରୁଆରି ୧୦ ସୁଦ୍ଧା ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶ ପାଇବ, ଗୋଟିଏ ଅଞ୍ଚଳର ଭୋଟର୍‌, ଗୋଟିଏ ୱାର୍ଡରେ ରହିବେ, ଏହା ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ, ୨୦୨୭ରେ ଏକକାଳୀନ ହେବ ସମ୍ବଲପୁର, ରାଉରକେଲା, ପୁରୀ ମହାନଗର ନିଗମର ନିର୍ବାଚନ, ବାକି ଥିବା ପଞ୍ଚାୟତର ଉପନିର୍ବାଚନ ମଧ୍ୟ ୨୦୨୭ରେ ହେବ, ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷଣ ପ୍ରକ୍ରିୟା ଅକ୍ଟୋବର ୩୧ରେ ସରିବ ।

Share In Social Media
Scroll to Top