ବିଷ ପିଇ ଜୀବନ ହାରିଲେ ଉଦୀୟମାନ କ୍ରୀଡ଼ାବିତ୍
ଏସିଆନ୍ ପାରା ଗେମ୍ସରେ ତିନୋଟି ସୁନା ପଦକ ହାସଲ କରିଥିବା ଭାରତୀୟ ଆଥଲେଟ୍ ନୀରଜ ଯାଦବ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ହୋଇଥିଲା । ସେ ନିଜ ଘରେ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀର ଏକ ହସ୍ପିଟାଲରେ ମୃତଦେହକୁ ପୋଷ୍ଟ ମର୍ଟମ୍ କରାଯାଉଛି । ଭାରତୀୟ ପାରା ଆଥଲେଟିକ୍ସ ଟିମ୍ ର ମୁଖ୍ୟ କୋଚ୍ ଏସ୍ ସତ୍ୟନାରାୟଣ ନୀରିଜଙ୍କ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛନ୍ତି ।









