odisha24 Live

Latest News

Latest News

ମାଲକାନଗିରି ଦେଇ ଛତିଶଗଡ଼ ଯିବ ଅର୍ଣ୍ଣବ

ଭୁବନେଶ୍ୱର : ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା, ପବନ। ଆଜି ସନ୍ଧ୍ୟା ହେଉଛି ଗୁରୁତ୍ୱପୂର୍ଣ୍ଣ। ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଛତିଶଗଡ଼ ଯିବ ଅର୍ଣ୍ଣବ। ଆସନ୍ତା ୨୪ ଘଣ୍ଟା ରାଜ୍ୟା ପାଇଁ ଗୁରୁତ୍ୱପୂର୍ଣ୍ଣ । ଏବେ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ।

ମାଲକାନଗିରି ପାଖାପାଖି ଆସିବା ବେଳକୁ ଆହୁରି ଦୁର୍ବଳ ହେବ ଅର୍ଣ୍ଣବ। ଏହା ଅବପାତ କିମ୍ବା ଗଭୀର ଅବପାତ ହୋଇ ମାଲକାନଗିରି ଅତିକ୍ରମ କରିବ।
ତେବେ ବାତ୍ୟା ଅର୍ଣ୍ଣବ ପ୍ରଭାବ ଯୋଗୁଁଁ ଆଗାମୀ ୨୪ ଘଣ୍ଟା ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ। ୪୮ ଘଣ୍ଟା ଯାଏଁ ଉତ୍ତର-ଉତ୍ତର ପଶ୍ଚିମ ଦିଗ ମୁହାଁ ହେବ ଅର୍ଣ୍ଣବ। ପ୍ରଚୁର ଜଳୀୟବାଷ୍ପ ବଙ୍ଗୋପସାଗରରୁ ଓଡିଶା ମୁହାଁ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବର୍ଷା ଦୃଷ୍ଟିରୁ ଓଡିଶା ପାଇଁ ଗୁରୁତ୍ୱପୂର୍ଣ୍ଣ।

Share In Social Media
Scroll to Top