odisha24 Live

Latest News

Latest News

ରାଜ୍ୟ

ରାଜ୍ୟ, ବାଣିଜ୍ୟ

ଓଡିଶା ପାଇଁ ଖୁସି ଖବର

ଭୁବନେଶ୍ୱର: ଓଡିଶା ପାଇଁ ବଡ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର । କଟକ- ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କଟକ- ପାରାଦୀପ ୭୨ କିମି ଟ୍ରାକ ପାଇଁ ବ୍ୟୟ ହେବ ୨୨୮୬ କୋଟି । ଭଦ୍ରକ – ହରିଦାସପୁର ଚତୁର୍ଥ ଲାଇନକୁ ମଞ୍ଜୁରୀ ମିଳିଛି । ଭଦ୍ରକ- ହରିଦାସପୁର ୭୫ କିମି ଟ୍ରାକ ପାଇଁ ବ୍ୟୟ ହେବ ୧୫୮୩ କୋଟି । ଖଡଗପୁର- ଭଦ୍ରକ ଚତୁର୍ଥ ଲାଇନକୁ ମଞ୍ଜୁରୀ […]

ରାଜ୍ୟ

ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ୍

ଭୁବନେଶ୍ୱର : ରାଜଧାନୀରେ ଗର୍ଜିଛନ୍ତି ଅନଲାଇନ୍ ଚାଳକ ମିଳିତ ମଞ୍ଚ । ଆପ୍ ଆଧାରିତ ଯାନବାହନ ଚାଳକ ସଂଘର ଧର୍ମଘଟ ଯୋଗୁଁ ଆଜି (ବୁଧବାର) ଭୁବନେଶ୍ବର ଲୋୟର ପିଏମଜିରେ ଅଖଚକ ଜାମ୍ ହୋଇଯାଇଛି । ପାଖାପାଖି ଦୁଇ ହଜାର ଅଟୋ, ବାଇକ ଏବଂ କାର୍ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଗାଡ଼ି ଗୁଡିକ ଠିଆ କରି ରାସ୍ତା ଜାମ୍ କରିଛନ୍ତି । ଯାହାଫଳରେ ଯାତ୍ରୀମାନେ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସେପଟେ ଆନ୍ଦୋଳନକାରୀ ଏବଂ ପୋଲିସ

ରାଜ୍ୟ

୨୮ରେ ମିଳିବ ‘ସୁଭଦ୍ରା’ ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ହିତାଧିକାରୀଙ୍କ ପାଇ ଖୁସି ଖବର। ଆସନ୍ତା ୨୮ ତାରିଖ ରାକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରାର ୫ମ କିସ୍ତି। ନୟାଗଡ଼ରେ ରାଜ୍ୟସ୍ତରୀୟ ସମାବେଶରେ ଏହି ଟଙ୍କା ପ୍ରଦାନ କରାଯିବ। ଏ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଓଡ଼ିଶା ସରକାରଙ୍କ ମହିଳା କଲ୍ୟାଣ ଯୋଜନା ‘ସୁଭଦ୍ରା ଯୋଜନା’ର ଯୋଗ୍ୟ ହିତାଧିକାରୀମାନେ ଆସନ୍ତା ଅଗଷ୍ଟ ୨୮ ତାରିଖ, ରକ୍ଷାବନ୍ଧନ ଅବସରରେ ପଞ୍ଚମ କିସ୍ତିର ଆର୍ଥିକ ସହାୟତା ପାଇବେ। ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ଏକ କୋଟିରୁ

ରାଜ୍ୟ

ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଲଗାଣ ବର୍ଷା ପରେ ଓଡ଼ିଶାରେ ପୁଣି ଥରେ ବନ୍ୟା ପରିସ୍ଥିତି ଉପୁଜିଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭଦ୍ରକ ଏବଂ ଯାଜପୁର ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଭୂମିଗତ ସ୍ଥିତିର ସମୀକ୍ଷା କରିବେ । ମୁଖ୍ୟମନ୍ତ୍ରୀ ମାଝୀ ପ୍ରଭାବିତ ପରିବାରମାନଙ୍କ ସହିତ ଆଲୋଚନା କରିବେ, ରିଲିଫ୍ ଶିବିରଗୁଡ଼ିକର କାର୍ଯ୍ୟକାରିତା ସମୀକ୍ଷା କରିବେ ଏବଂ ଜିଲ୍ଲା ପ୍ରଶାସନ, ଅନ୍ୟାନ୍ୟ ସଂସ୍ଥାଗୁଡ଼ିକ ଦ୍ୱାରା କରାଯାଉଥିବା ଉଦ୍ଧାର ଏବଂ ପୁନରୁଦ୍ଧାର ପ୍ରୟାସର ସମୀକ୍ଷା କରିବେ।ମୁଖ୍ୟମନ୍ତ୍ରୀ

ରାଜ୍ୟ

ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗାଁଠାରୁ ଆରମ୍ଭ କରି ସହର ପାଳୁଛି ୮୦ତମ ସ୍ବାଧୀନତା ଦିବସ । ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିଛନ୍ତି । ପରେଡରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିବେ । ଆମ ଦେଶର ପ୍ରତ୍ୟେକ ନାଗରିକ ମହାନ୍ ଭାରତୀୟ ମୌଳିକ ମୂଲ୍ୟବୋଧର ଆଦର୍ଶରେ ଅନୁପ୍ରାଣିତ ।

ରାଜ୍ୟ

ପୁରୀ ରେଲୱେ ଷ୍ଟେସନରେ ଅଘଟଣ

ପୁରୀ : ପୁରୀରେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ତାଳଚେର-ପୁରୀ ଟ୍ରେନ୍‌ । ତାଳଚେରରୁ ପୁରୀ ଆସୁଥିବା ମେମୁ ପାସେଞ୍ଜର ଟ୍ରେନ ପୁରୀ ଷ୍ଟେଶନରୁ ମାତ୍ର ୫୦୦ ମିଟର ଦୂରରେ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ୩ ନମ୍ବର ପ୍ଲାଟଫର୍ମ ନିକଟରେ ଘଟିଛି। ସୌଭାଗ୍ୟବଶତଃ ଟ୍ରେନ ଧିର ଗତିରେ ଥିବାରୁ ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ। କାହାର ମଧ୍ୟ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଅଳ୍ପକେ ବର୍ତ୍ତିଯାଇଛନ୍ତି ଶହଶହ ଯାତ୍ରୀ। ତାଳଚେରରୁ ପୁରୀ ଅଭିମୁଖେ ଆସୁଥିବା

ରାଜ୍ୟ

ଓଡ଼ିଶାର ୫ ଜଣଙ୍କୁ ସାହସିକତା ଓ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ

ଭୁବନେଶ୍ୱର : ସ୍ୱାଧୀନତା ଦିବସ ପୂର୍ବରୁ ଓଡ଼ିଶା ପୋଲିସ୍ ପାଇଁ ବଡ଼ ଖବର! ବିଶିଷ୍ଟ ପୋଲିସ୍‌ ସେବା ପୁରସ୍କାର-୨୦୨୬ ଘୋଷଣା ହୋଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ ସାହସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ପ୍ରଶଂସନୀୟ ସେବା ପଦକ ମିଳିବ ବୋଲି ଜଣାପଡ଼ିଛି। ଏଡିଜି ସଞ୍ଜୀବ ପଣ୍ଡା ଏବଂ ଡିସିପି ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ମିଳିବ।ଏନେଇ ଗୃହମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି

ରାଜ୍ୟ

ଓଡ଼ିଶା ଡିଜିପି ଚୟନ ସ୍ଥଗିତ

ଭୁବନେଶ୍ୱର : ପୁଣି ସ୍ଥଗିତ ରହିଲା ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତି ଚୟନ। ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଡିଜିପି ଚୟନ ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଡିଜିପି ନିଯୁକ୍ତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ। ଡିଜିପି ନିଯୁକ୍ତି ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଶୀର୍ଷ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶାରେ ସ୍ଥାୟୀ ଡିଜିପି ନିଯୁକ୍ତି ପାଇଁ ପୂର୍ବରୁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତେବେ

ରାଜ୍ୟ

ଶ୍ରୀକ୍ଷେତ୍ରରେ ମହୋଦଧି ଆରତୀ ହେବ ଆହୁରି ଭବ୍ୟ

ପୁରୀ : ପୁରୀ ଗୋବର୍ଦ୍ଧନ ପୀଠର ସର୍ବାଙ୍ଗୀନ ବିକାଶ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନ ଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ପ୍ରତିଦିନ ଅନୁଷ୍ଠିତ ହେଉଥିବା ପବିତ୍ର ‘ସନ୍ଧ୍ୟା ମହୋଦଧି ଆରତୀ’ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି ।ଏହି ଆରତୀ ସ୍ଥଳର ସୌନ୍ଦର୍ଯ୍ୟକରଣ କରାଯିବା

ରାଜ୍ୟ

ବାଲେଶ୍ବର ସହର ଉବୁଟୁବୁ

ବାଲେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତକୁ ନେଇ ଉତ୍ତର ଓଡିଶାରେ ବଢିଛି ଚିନ୍ତା । ବର୍ଷାରେ ବୁଡ଼ିଲା ବାଲେଶ୍ବର । ସହରର ନୂଆସାହି ଛକରେ ଲହଡି ମାରୁଛି ପାଣି । ଫଳରେ ବାଲେଶ୍ଵର ସହରରୁ ରେମୁଣାକୁ ଯାତାୟତ ପ୍ରଭାବିତ ହୋଇଛି। ରାସ୍ତା ଉପରେ ଅଣ୍ଟାଏ ପାଣି ଜମିଛି । ସ୍ଥାନୀୟ ଅଞ୍ଚଳରେ ଜଳନିଷ୍କାସନ ହୋଇପାରୁନଥିବାରୁ ଏଭଳି ସମସ୍ୟା ଉପୁଜିଛି । ରାସ୍ତା ଉପରେ ଡ୍ରେନ୍ ପାଣି ଜମିଥିବାରୁ ବ୍ୟବସାୟୀଙ୍କ ଦୋକାନରେ ମଧ୍ୟ ପାଣି ପଶିଛି ।

Scroll to Top