odisha24 Live

Latest News

Latest News

ନବରାତ୍ରୀ ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ନବରାତ୍ରୀ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି‌।
ନବରାତ୍ରୀର ପ୍ରଥମ ଦିବସରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ମାଧ୍ୟମରେ ମା’ ଦୁର୍ଗାଙ୍କ ପ୍ରଥମ ସ୍ୱରୂପ ମା’ ଶୈଳପୁତ୍ରୀଙ୍କ ଚରଣାରବିନ୍ଦରେ ପ୍ରଣାମ ଜଣାଇଛନ୍ତି‌। ମା’ଙ୍କ ଅପାର କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟରେ ଭରିଯାଉ ବୋଲି ସେ ମଙ୍ଗଳ କାମନା କରିଛନ୍ତି।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଦେବୀ ଦୁର୍ଗାଙ୍କ ସ୍ବରୂପ ଶୈଳପୁତ୍ରୀ ନିକଟରେ ପ୍ରାର୍ଥନା କରିଛନ୍ତି । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ଶକ୍ତି-ସାଧନାର ମହାନ ପର୍ବ ନବରାତ୍ରିରେ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭକାମନା , ମା’ ଜଗଦମ୍ବାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣୁ, ଏକତା ଏବଂ ପ୍ରଗତି ପାଇଁ ଦେଶର ସଂକଳ୍ପକୁ ଆହୁରି ମଜବୁତ କରୁ ।
ପ୍ରଧାନମନ୍ତ୍ରୀ ନବରାତ୍ରିର ପ୍ରଥମ ଦିନରେ ଦେବୀ ଶୈଳପୁତ୍ରୀଙ୍କୁ ମଧ୍ୟ ପ୍ରଣାମ କରିଛନ୍ତି। ଅନ୍ୟ ଏକ ପୋଷ୍ଟରେ ସେ କହିଛନ୍ତି, ନବରାତ୍ରି ଆରମ୍ଭରେ, ମୁଁ ଶାନ୍ତିର ଦେବୀ ଶୈଳପୁତ୍ରୀଙ୍କୁ ପ୍ରଣାମ କରୁଛି। ତାଙ୍କର ଦିବ୍ୟ କୃପା ସମସ୍ତଙ୍କ ହୃଦୟରେ ଧୈର୍ଯ୍ୟ ଏବଂ ଆତ୍ମବିଶ୍ୱାସର ଦୀପ ଜଳାଉ। ମାତା ଦେବୀଙ୍କ ଆଶୀର୍ବାଦ ସର୍ବଦା ଦେଶବାସୀଙ୍କ ସହିତ ରହୁ ଏହା ହିଁ ମୋର କାମନା।

Share In Social Media
Scroll to Top