odisha24 Live

Latest News

Latest News

ଆଜି ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର : ଆଜି ପବିତ୍ର ଶରତକାଳୀନ ଦୁର୍ଗାପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପ୍ରସିଦ୍ଧ ଦ୍ୱିତୀୟା ରଥଯାତ୍ରା ଅନୁଷ୍ଠିତ ହେଉଛି। ବିଶ୍ୱର ଏହା ଏକମାତ୍ର ସ୍ଥାନ, ଯେଉଁଠି ଦେବୀ ବା ଶକ୍ତି ସ୍ୱରୂପିଣୀଙ୍କର ରଥଯାତ୍ରା ହୋଇଥାଏ।
ନଅ ଦିନରେ ୯ଟି ବେଶରେ ଦର୍ଶନ ଦେବେ ମାଆ । ମାଆଙ୍କ ନଅଟି ରୂପର ପ୍ରଥମ ରୂପ ହେଉଛନ୍ତି ମା’ ଶୈଳପୁତ୍ରୀ । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ନବରାତ୍ରୀର ପ୍ରଥମ ଦିନରେ ମା’ ଶୈଳପୁତ୍ରୀଙ୍କ ବିଧିବିଧାନର ସହ ପୂଜାର୍ଚ୍ଚନା କରାଯାଏ । ମା’ଙ୍କ ଏହି ରୂପ ପଛରେ ଥିବା ତାତ୍ତ୍ୱିକ ଅବଧାରଣା ଧାର୍ମିକ, ସାଂସ୍କୃତିକ ଏବଂ ସାମାଜିକ ବିକାଶ ପାଇଁ ଆବଶ୍ୟକ ।

ତେବେ ନବରାତ୍ର ପାଇଁ ଚଳଚଞ୍ଚଳ କ୍ଷେତ୍ରେଶ୍ୱରୀ ମା ବିରଜାଙ୍କ ପୀଠ । ନବରାତ୍ର ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ । ଭାରତ ବର୍ଷର ୫୧ଟି ଶକ୍ତିପୀଠ ମଧ୍ୟରୁ ମା ବିରଜାଙ୍କ ପୀଠ ଅନ୍ୟତମ । ଆଜି ଅମାବାସ୍ୟା ପ୍ରତିପଦଠାରୁ ଗଡିବ ମା ବିରଜାଙ୍କର ସିଂହଧ୍ୱଜ ରଥ । ଏହି ନବରାତ୍ରରେ ନଅ ଦିନ ମାଙ୍କ ଗର୍ଭ ଗୃହରେ ଭକ୍ତ ମାନଙ୍କୁ ପ୍ରବେଶ କରି ମାଙ୍କ ମୁଖ ଦର୍ଶନ ସହ ପାଦ ସ୍ପର୍ଶ କରିବାକୁ ସୁଯୋଗ ମିଳିଥାଏ । ଏଥି ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ଅଂଚଳ । ମାଙ୍କ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ଏହି ଦୁର୍ଲଭ ଦର୍ଶନ ପାଇଁ ଭକ୍ତ ମାନଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି ।

ଆଜି ଅପରାହ୍ନରେ ରଥ ପ୍ରତିଷ୍ଠା ପରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ କରାଯାଇ ରଥା ଟଣା କାର୍ଯ୍ୟ ଅନୁଷ୍ଠିତ ହେବ । ବିଶ୍ୱାସ ରହିଛି ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ମାଙ୍କ ରଥ ଟାଣିବାକୁ ଏବଂ ରଥରେ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଦେଖିବାକୁ ମିଳିଥାଏ ।

Share In Social Media
Scroll to Top