odisha24 Live

Latest News

Latest News

ରାଜ୍ୟ

ରାଜ୍ୟ

ଜିଲ୍ଲା ଗସ୍ତରେ ସଚିବ, ୩୦ ଜିଲ୍ଲା ପାଇଁ ୩୦ ଅଧିକାରୀଙ୍କୁ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଯୋଜନାର ବାସ୍ତବ ରୂପାୟନ ଓ ଲୋକଙ୍କୁ ମିଳୁଥିବା ସେବାର ସ୍ଥିତି ଯାଞ୍ଚ ପାଇଁ ଜିଲ୍ଲା ଗସ୍ତ କରିବେ ୩୦ ଜଣ ସଚିବ ଓ ବରିଷ୍ଠ ଅଧିକାରୀ । ଅଗଷ୍ଟରୁ ଅକ୍ଟୋବର ୨୦୨୬ ମଧ୍ୟରେ ଅଧିକାରୀମାନେ ନିଜ ନିଜକୁ ଆବଣ୍ଟିତ ଜିଲ୍ଲା ଗସ୍ତ କରିବେ । ଏ ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂଙ୍କ ପକ୍ଷରୁ ଜାରୀ ନିର୍ଦ୍ଦେଶନାମାରେ

ରାଜ୍ୟ, Top Stories

ଡିଜିପି ନିଯୁକ୍ତି ମାମଲାରେ ନୂଆ ତାରିଖ

ଭୁବନେଶ୍ୱର: ଓଡ଼ିଶା ଡିଜିପି ନିଯୁକ୍ତି ମାମଲାକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବାକୁ ଥିବା ଶୁଣାଣି ହୋଇନାହିଁ । ଆସନ୍ତା ୭ ତାରିଖରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ତେବେ ଆଜି ଓଡିଶା ଡିଜିପି ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ରହିଥିଲା। ଆଇନଜୀବୀ କହିଲେ ପିଟିସନର ଗତକାଲି ରିଜେଣ୍ଡର ଦାଖଲ କରିଛନ୍ତି । ସଲିସିଟର ଜେନେରାଲ ମଧ୍ୟ ରିପୋର୍ଟ ଦାଖଲ କରିଛନ୍ତି । ଏନେଇ ଅନୁଧ୍ୟାନ ପାଇଁ ସମୟ ନେଲେ ସୁପ୍ରିମକୋର୍ଟ । ତେଣୁ ଆସନ୍ତା ୭ ତାରିଖ ଯାଏଁ

ରାଜ୍ୟ

ରାହୁରେଖାଲାଗି ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଭକ୍ତଙ୍କ ପାଇଁ ବଡ଼ ଖବର । ସାଢ଼େ ୪ ଘଣ୍ଟା ମିଳିବନି ଶ୍ରୀଜଗନ୍ନାଥ ଦର୍ଶନ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବାରୁ ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧିକାରିକ ସୂଚନା ଜାରି କରାଯାଇଛି। ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଅର୍ଥାତ୍ ରେଖାପଞ୍ଚମୀ ଅବସରରେ ଏହି ଗୁପ୍ତନୀତି ପାଳନ କରାଯାଏ। ଶ୍ରୀଜିଉଙ୍କ ଅନେକ ଗୁପ୍ତ ସେବା ମଧ୍ୟରୁ

ରାଜ୍ୟ, Top Stories

ଆୟୁଷ୍ମାନରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର : ସରକାରଙ୍କ ବଡ଼ ନିଷ୍ପତି । ଆୟୁଷ୍ମାନ ଭାରତରେ ଏବଂ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମାଏକାଠି ହେବା ନେଇ ଲାଗିଲା ବ୍ରେକ୍। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ନିଷ୍ପତ୍ତି ପରେ ସାମ୍ବାଦିକ ମହଲରେ ଆଶ୍ୱସ୍ତି ପ୍ରକାଶ ପାଇଛି।ବର୍ତ୍ତମାନ ଯେଉଁ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି, ସେମାନେ ପୂର୍ବପରି ଏହି ସୁବିଧା ପାଇପାରିବେ। ଏଥିସହ ଯେଉଁ ସାମ୍ବାଦିକମାନେ ନୂଆକରି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ସେମାନେ

ରାଜ୍ୟ, Top Stories

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଜଳ ଶକ୍ତିମନ୍ତ୍ରଣାଳୟ ପକ୍ଷରୁ ଜଳ ସୁରକ୍ଷା ନେଇ ବୁଧବାର ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି । ଉଦଯାପନ

ରାଜ୍ୟ, Trending Stories

ପରଲୋକରେ ଆଇଜି ଶଫିନ୍ ଅହମ୍ମଦ ,ଶୋକରେ ପୋଲିସ ବିଭାଗ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ୍ ଅଧିକାରୀ ସଫିନ ଅହମ୍ମଦଙ୍କ ପରଲୋକ ହୋଇଯାଇଛି। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। କେରଳର ତିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶଫିନ୍ ଅହମ୍ମଦ ୨୦୦୩ ବ୍ୟାଚ୍‌ର ଜଣେ ଦକ୍ଷ ଆଇପିଏସ୍ ଅଫିସର ଥିଲେ । ଜୁଲାଇ ୨୦୨୩ ରୁ ସେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ଆଇଜି ଭାବେ ନିଜର ଦାୟିତ୍ୱ ତୁଲାଉଥିଲେ । ନିଜର କାର୍ଯ୍ୟକାଳ ମଧ୍ୟରେ ସେ

ରାଜ୍ୟ, Top Stories

ଆଜି ପବିତ୍ର ସ୍ୱାୟତ୍ତ ଶାସନ ଦିବସ, ବିକାଶର ନୂଆ ସଂକଳ୍ପ

ଭୁବନେଶ୍ୱର : ସହର ବିକାଶକୁ ମିଳିବ ନୂଆ ଦିଗ, ନୂଆ ସଂକଳ୍ପ। ନାଗରିକ ସେବା ଓ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟର ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ଏନ୍‌ଏସି ଗୁଡ଼ିକରେ ଏହି ଦିବସକୁ ବେଶ୍ ଧୂମଧାମରେ ପାଳନ କରାଯାଉଛି । ପ୍ରତିବର୍ଷ ଅଗଷ୍ଟ ୩୧ ତାରିଖକୁ ଓଡ଼ିଶାରେ ସ୍ୱାୟତ୍ତ ଶାସନ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସମେତ ରାଜ୍ୟର

ରାଜ୍ୟ, Top Stories

୩୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଆସନ୍ତା ସୋମବାର ଅଗଷ୍ଟ ୩୧ ତାରିଖରେ ମାନ୍ୟବର ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କ “ଜନ ଅଭିଯୋଗ ଶୁଣାଣି” କାର୍ଯ୍ୟକ୍ରମ ବନ୍ଦ ରହିବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ତା-୩୧.୦୮.୨୦୨୬ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣମାଧ୍ଯମ ଜରିଆରେ ଜଣାଇଦିଆଯିବ । ଏ ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ

ରାଜ୍ୟ, Top Stories

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ହାଇଲେଭେଲ୍ ମିଟିଂ

ଭୁବନେଶ୍ୱର : ରାଜ୍ୟର ଆଇନଶୃଙ୍ଖଳା ଓ ସୁରକ୍ଷା ନେଇ ହେଉଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା କରୁଛନ୍ତି। ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ପୋଲିସ ଆଧୁନିକୀକରଣ ନେଇ ହେଉଛି ବିସ୍ତୃତ ଆଲୋଚନା। ଏହାସହ ପୂର୍ବରୁ ଅନୁଷ୍ଠିତ ପୋଲିସ ଡିଜି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ବିଭିନ୍ନ ନିର୍ଦ୍ଦେଶ କେତେଦୂର କାର୍ଯ୍ୟକାରୀ ହୋଇଛି, ସେନେଇ ମଧ୍ୟ ଚାଲିଛି ସମୀକ୍ଷା। ରାଜ୍ୟରେ ଅପରାଧ ନିୟନ୍ତ୍ରଣକୁ ଆହୁରି ମଜବୁତ କରିବା, ପୋଲିସ

ରାଜ୍ୟ

ଭୟଙ୍କର ଅଗ୍ନିକାଣ୍ଡ

ଗଜପତି : ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ କାର୍ଯ୍ୟାଳୟର ସର୍ଭର ରୁମ ସମ୍ପୁର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରିଥିଲେ । ପ୍ରାଥମିକ ଭାବେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏବଂ ଅଗ୍ନିକାଣ୍ଡରେ ହୋଇଥିବା ସମ୍ପୁର୍ଣ୍ଣ କ୍ଷୟକ୍ଷତି

Scroll to Top