odisha24 Live

Latest News

Latest News

ରାଜ୍ୟ

ରାଜ୍ୟ, Top Stories

ଆଜି ମିଳୁଛି ‘ସୁଭଦ୍ରା’ ଟଙ୍କା,ମିଳିବ ପଞ୍ଚମ କିସ୍ତି

ଭୁବନେଶ୍ୱର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ମହିଳାଙ୍କୁ ମିଳିବ ଯୋଜନାର ପଞ୍ଚମ କିସ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।ନୟାଗଡ଼ ଜିଲ୍ଲାର ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଏଥିପାଇଁ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ବଡ଼ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ଅର୍ଥ ପ୍ରଦାନ କରିବେ। ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କୁ

ରାଜ୍ୟ

ନଭେମ୍ବର ୨୪ରୁ ବାଲିଯାତ୍ରା

କଟକ : ନଭେମ୍ବର ୨୪ରୁ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା । ଆସନ୍ତା ନଭେମ୍ବର ମାସ ୨୪ ତାରିଖୁ ଆରମ୍ଭ ହେବାକୁ ଯାଉଛି କଟକ ଐତିହାସିକ ବାଲିଯାତ୍ରା । ଯାହା ଡିସେମ୍ବର ୧ ଯାଏଁ ଚାଲିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚଳିତ ବର୍ଷ ବାଲିଯାତ୍ରା ପୂର୍ବ ବର୍ଷ ଅପେକ୍ଷା ଭବ୍ୟ ହେବ । ଉଭୟ ତଳ ଓ ଉପର ପଡ଼ିଆରେ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ : ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନନେଶ୍ୱର : ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୨୭ ତାରିଖରେ ଗୋପାଳପୁର ନିର୍ବାଚନମଣ୍ଡଳୀ ଧବଳେଶ୍ୱର ପୀଠକୁ ଆସିବେ । ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ ସହ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଦୁଇ ବର୍ଷରେ ଗଞ୍ଜାମର ବିକାଶମୂଳକ କାର୍ଯ୍ୟ ଏବଂ ଆଗକୁ ଯୋଜନା ଥିବା ବହୁ ପ୍ରକଳ୍ପ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ ।ଏହି ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ

ରାଜନୀତି, ରାଜ୍ୟ

ସେପ୍ଟେମ୍ବର ୨୨ରୁ ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୩ ଯାଏଁ ଚାଲିବ ମୌସୁମୀ ଅଧିବେଶନ । ଚଳିତ ମୌସୁମୀ ଅଧିବେଶନରେ ରହିଛି ୯ଟି କାର୍ଯ୍ୟ ଦିବସ । ଗୋଟିଏ ଛୁଟି ଦିନ ଥିବା ବେଳେ ୨ ଦିନ ନୋ ମିଟିଙ୍ଗ ଡେ ରହିଛି । ଚଳିତ ମୌସୁମୀ ଅଧିବେଶନ ବେଶ ସରଗରମ ରହିବ ବୋଲି ଆଶା କରାଯାଉଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ

ରାଜ୍ୟ

ଖୁବଶୀଘ୍ର ଲାଗୁ ହେବ ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିରରେ ଆସୁଛି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା । ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କୁ ଶୃଙ୍ଖଳିତ ଓ ସୁବିଧାଜନକ ଦର୍ଶନ ଦେବା ଲକ୍ଷ୍ୟରେ ଏହି ବ୍ୟବସ୍ଥା କରାଯାଉଛି। ସାତପାହାଚରୁ ଧାଡ଼ି ଦର୍ଶନ ଆରମ୍ଭ ହୋଇ ନାଟମଣ୍ଡପରେ ନିର୍ମିତ ସ୍ୱତନ୍ତ୍ର ରାମ୍ପ ମାଧ୍ୟମରେ ଭକ୍ତମାନେ ଆଗକୁ ବଢ଼ି ମହାପ୍ରଭୁଙ୍କ ଦର୍ଶନ କରିବେ। ଏନେଇ ବିଶେଷଜ୍ଞ ଟିମ୍‌ର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ରହିଛି।ଆଇଆଇଟି ଭୁବନେଶ୍ୱରର ବିଶେଷଜ୍ଞମାନେ ଧାଡ଼ି ଦର୍ଶନ ପାଇଁ ବିଭିନ୍ନ ମଡେଲ୍‌ ପ୍ରସ୍ତୁତ କରିଥିଲେ।

ରାଜ୍ୟ

ଆରମ୍ଭ ହେଲା ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଓଡ଼ିଶାରେ ସାଧାରଣ ଜନତାଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨୦ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ଲୋକେ ସେମାନଙ୍କର ଅଭିଯୋଗ ସିଧାସଳଖ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛନ୍ତି। ଏହି ଶୁଣାଣି ଭୁବନେଶ୍ୱରର ଅଶୋକ ନଗରର ୟୁନିଟ୍-୨ ସ୍ଥିତ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସୁରେଶ ପୂଜାରୀ ଓ କୃଷ୍ଣ ଚନ୍ଦ୍ର ମହାପାତ୍ର ମଧ୍ୟ

ରାଜ୍ୟ

ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର : ଦେଶରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ‘ୱାନ୍ ନେସନ୍, ୱାନ୍ ହେଲଥ୍’ ବା ‘ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା’। କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ଭାରତରେ ଏହି ବ୍ୟବସ୍ଥା ଲାଗୁ କରାଯିବ ଏବଂ ଓଡ଼ିଶାରେ ମଧ୍ୟ ଏହାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ରବିବାର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଫାର୍ମାସି ଅଫିସର ସର୍ଭିସ ଆସୋସିଏଶନର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଲେ,

ରାଜ୍ୟ

ମଝି ଦରିଆରେ ହଜିଗଲା ଜାହାଜ

ପାରାଦୀପ : ଲୁହା ପଥର ବୋଝେଇ କରି ଯାଉଥିବା ବେଳେ ମଝି ଦରିଆରେ ବୁଡିଗଲା ଜାହାଜ। ଯେଉଁଥିରେ ୨୪ ଜଣ ନାବୀକ ଥିଲେ। ଏନେଇ ଆଜି ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ପାରାଦୀପଠାରୁ ପ୍ରାୟ ୨୦୦ ନଟିକାଲ ମାଇଲ୍ ଦୂର ଗଭୀର ସମୁଦ୍ରରେ ଏହି ଅଘଟଣ ଘଟିଥିବା କୁହାଯାଉଛି । ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଓ ସରକାରୀ ତଥ୍ୟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ପ୍ରାଥମିକ ସୂଚନା ଅନୁସାରେ, ଜାହାଜଟି ପାରାଦୀପରୁ ସିଙ୍ଗାପୁର ଅଭିମୁଖେ ଯାତ୍ରା କରୁଥିଲା

ରାଜ୍ୟ

ଏନଟିପିସିରେ ଭୟଙ୍କର ବିସ୍ଫୋରଣ

ଅନୁଗୋଳ: ଅନୁଗୋଳ ଏନ୍‌ଟିପିସି ପ୍ଲାଣ୍ଟରେ ବଡ଼ ଅଘଟଣ ।ଅନୁଗୁଳ ଜିଲା କଣିହାଁ ବ୍ଲକ ଏନଟିପିସି ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୁନିଟ୍ -୧ ବଙ୍କର-ବିରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିଳମ୍ବିତ ରାତିରେ ହୋଇଥିବା ଏହି ବିସ୍ଫୋରଣରେ ୫ ଜଣ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର ୫ ଜଣଙ୍କ ମଧ୍ୟରୁ ୨ ଜଣ ଏନଟିପିସି ଓ ୩ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାର ତଦନ୍ତ

ରାଜ୍ୟ

ହୁ ହୁ ଜଳିଗଲା ହାଟ

ଭୁବନେଶ୍ବର: ପୁଣି ଭୁବନେଶ୍ବର ଏକ ନମ୍ବର ମାର୍କେଟରେ ଅଗ୍ନିକାଣ୍ଡ। ଜଳିଗଲା ୫ରୁ ଅଧିକ ଦୋକାନ । ପୂଜା ସାମଗ୍ରୀ ଦୋକାନରୁ ଲାଗିଛି ନିଆଁ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଛି ଅଗ୍ନିଶମ ବାହିନୀ। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ନେଇ ଅଧିକ ତଦନ୍ତ କରାଯିବ। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଭୁବନେଶ୍ୱର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ଅଗ୍ନିଶମ କର୍ମଚାରୀଙ୍କ ଉଦ୍ୟମରେ

Scroll to Top