
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାରଠାରୁ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଅପରାହ୍ଣ ୩ଟା ୩୦ରେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଜଳ ଶକ୍ତିମନ୍ତ୍ରଣାଳୟ ପକ୍ଷରୁ ଜଳ ସୁରକ୍ଷା ନେଇ ବୁଧବାର ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ସେପ୍ଟେମ୍ବର ୧ ଓ ୨ ତାରିଖ ଦୁଇଦିନ ଧରି ଶିଖର ସମ୍ମିଳନୀ ଆୟୋଜନ କରାଯାଉଛି । ଉଦଯାପନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସ୍ବତନ୍ତ୍ର ଭାବେ ଦଳ ସୁରକ୍ଷା ଉପରେ ହେବାକୁ ଥିବା ଏହି ବୈଠକରେ ଅନ୍ୟ ରାଜ୍ୟ ଗୁଡିକରୁ ମଧ୍ୟ ପ୍ରତିନିଧିମାନେ ଆସିବେ ବୋଲି ସୂଚନା ରହିଛି ।





