odisha24 Live

Latest News

Latest News

ରାଜ୍ୟ

ରାଜ୍ୟ

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ : ଖାଦ୍ୟ ଅପମିଶ୍ରଣକାରୀଙ୍କ ଉପରେ କଡ଼ା ଆକ୍ସନ

ଭୁବନେଶ୍ୱର : ରାଜ୍ୟରେ ଅପମିଶ୍ରିତ ଛେନା ଓ ପନିରର କାରବାରକୁ ନେଇ ଉତ୍ତେଜନା ଦେଖାଦେଇଛି। ବିଧାନସଭାରେ ଏନେଇ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଅପମିଶ୍ରିତ ପନିର ଓ ଛେନା ଚିହ୍ନଟ ପାଇଁ ସାରା ରାଜ୍ୟରେ ୧୮ଟି ସ୍ୱତନ୍ତ୍ର ଡ୍ରାଇଭ୍ କରାଯାଇଛି ।ଚଢ଼ାଉ ବେଳେ କେବଳ କଟକରେ ୭୧ କ୍ୱିଣ୍ଟାଲ ପନିର ନଷ୍ଟ କରାଯାଇଛି । ସେହିପରି ନିଆଳିରେ ଚଢ଼ାଉ କରାଯାଇ ଅପମିଶ୍ରଣକାରୀଙ୍କ ବିରୋଧରେ BNSର ଧାରା ୨୭୫, ୩୧୮ ଓ

ରାଜ୍ୟ

ଫୁଲୁଛି ମହାନଦୀ: ପୁଣି ଖୋଲିଲା ଜଳଭଣ୍ଡାର

ଭୁବନେଶ୍ବର: ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେତୁ ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ବୃଦ୍ଧି ପାଇଛି। ହୀରାକୁଦ ଜଳ ଭଣ୍ଡାରର ୨୮ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବାରୁ ମହାନଦୀ ଏବଂ ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇଛି। ମୁଣ୍ଡଳି ବ୍ୟାରେଜ୍‌ ଦେଇ ପ୍ରାୟ ୮ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା। କଟକ, ଖୋରଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାର ତଳିଆ ଅଞ୍ଚଳ ପ୍ରତି ବିପଦ ଆଶଙ୍କା ଥିବାରୁ ସତର୍କ ରହିବାକୁ

ରାଜ୍ୟ

ସରଗମ ହେଉଛି ବିଧାନସଭା: ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନ । ସୋମବାର ଅଧିବେଶନର ପଞ୍ଚମ ଦିନ । ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିପାରେ ବିଧାନସଭା । ବିରୋଧୀ ଶାସକଙ୍କୁ ଘେରିବାକୁ ଯୋଜନା କରିଥିବା ବେଳେ ମୁହଁତୋଡ ଜବାବ ଦେବାକୁ ଶାସକ ବି ପ୍ରସ୍ତୁତ । ବିଧାନସଭା ମୌସୁମୀ ଅଧିବେଶନ । ଗତ ଚାରି ଦିନ ହେଲା ଏମଏମଡିଆର ଏବଂ ବହି ତ୍ରୁଟି ପ୍ରସଙ୍ଗରେ ହୋହାଲ୍ଲା ଏବଂ ସରଗମର ରହିଥିଲା । ବିରୋଧୀ ସଦସ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରୁଥିବା ବେଳେ

ରାଜ୍ୟ

ପଶ୍ଚିମ ଓଡ଼ିଶାରେ ହେବ ବିଶାଳ ହସ୍ପିଟାଲ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଇଁ ବଡ଼ ଘୋଷଣା କରିଛି ବେଦାନ୍ତ। ଶିଳ୍ପ ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବଡ଼ ପଦକ୍ଷେପ ନେବାକୁ ଯାଉଛି କମ୍ପାନୀ। ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଏକ ବଡ଼ ହସ୍ପିଟାଲ ନିର୍ମାଣ କରିବା ନେଇ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଘୋଷଣା କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଅନୀଲ ଅଗ୍ରୱାଲ ଏନେଇ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାରେ ବଡ଼ ହସ୍ପିଟାଲ ହେଲେ ଅଞ୍ଚଳର ଲୋକଙ୍କୁ ଉନ୍ନତ

ରାଜ୍ୟ

ହୀରାକୁଦରୁ ପୁଣି ଖୋଲିଲା ଗେଟ 

ସମ୍ବଲପୁର : ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପୁଣି ବଢ଼ିଲା ହୀରାକୁଦ ଜଳସ୍ତର। ଫଳରେ  16 ଟି ଗେଟ ପର୍ଯ୍ୟାୟ କ୍ରମରେ ଖୋଲିଛି l ବାମ ପାର୍ଶ୍ୱ ରେ 11 ଟି ଡାହାଣ ପାର୍ଶ୍ଵରେ 5ଟି ସ୍ଲୁଇସ ଗେଟ ଖୋଲା ଯାଇଛି l ହୀରାକୁଦ ଡ୍ୟାମରେ ସର୍ବୋଚ୍ଚ ଜଳ ଧାରଣ କ୍ଷମତା 630 ଫୁଟ ରହିଥିବାବେଳେ ବର୍ତ୍ତମାନ ଏହାର ଜଳସ୍ତର 629.47 ଫୁଟ ରହିଛି lଏହି ସମୟ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି 1,36,755

ରାଜ୍ୟ

‘ଅଙ୍ଗନ୍ କା ଉତ୍ସବ’ର ଶୁଭାରମ୍ଭ; ଅଭିଯାନର ଉଦ୍‌ଘାଟନ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ରାଜ୍ୟରେ ଶିଶୁ, ମହିଳା ଓ କିଶୋରୀମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭାଗର ସମ୍ମିଳନୀ କକ୍ଷରୁ ‘ଅଙ୍ଗନ୍ କା ଉତ୍ସବ’ ଅଭିଯାନର ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି ।ଏହି ସମାରୋହ ଅବସରରେ ମହିଳା ଓ ଶିଶୁ କଲ୍ୟାଣକୁ ଆହୁରି ସୁଦୃଢ଼ କରିବା ସହ ଆଗଧାଡ଼ିର କର୍ମୀଙ୍କ ଯୋଗଦାନକୁ ସ୍ୱୀକୃତି

ରାଜ୍ୟ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ୭ ପ୍ରସଙ୍ଗରେ ହେବ ଆଲୋଚନା

ପୁରୀ : ଆଜି ଅନୁଷ୍ଠିତ ହେବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ୭ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା। ପୂର୍ବାହ୍ନ ୧୦ଟା ୩୦ରେ ଜଗନ୍ନାଥ ମନ୍ଦିର ସଦର କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହେବ ବୈଠକ । ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ୟ ସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀଜଗନ୍ନାଥ ମନ୍ଦିର ଭୂମି ପରିଚାଳନା ଅଧିନିୟମ ୨୦୨୬ ସହ ରତ୍ନଭଣ୍ଡାର ଗଣତିମଣତି ନେଇ ସମସ୍ତଙ୍କୁ

ରାଜ୍ୟ

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଶ୍ରବଣା ବିବେକ ଏମ

ଭୁବନେଶ୍ୱର : ରାଜଧାନୀର ଅପରାଧ ନିୟନ୍ତ୍ରଣର ଏବେ ୨୦୧୫ ବ୍ୟାଚ୍ର ଆଇପିଏସ ଅଧିକାରୀ ଡା. ସର୍ବଣା ବିବେକ ଏମ୍.ଙ୍କ ହାତରେ । ବ୍ରହ୍ମପୁର ଏସ ଭାବେ ଦାୟିତ୍ୱ ସମ୍ଭାଳିବା ପରେ ସେ ଏବେ ଭୁବନେଶ୍ୱର ଡିସିପି ଭାବେ ଯୋଗ ଦେଇଛନ୍ତି । ଭୁବନେଶ୍ଵର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ସର୍ବଣା ବିବେକ ଏମ୍. ।ଭୁବନେଶ୍ବରରେ ପହଞ୍ଚିଲା ପରେ ନବ ନିଯୁକ୍ତ ଡିସିପି ସର୍ବଣା ବିବେକ ଏମ୍. ଦାୟିତ୍ବ ନେଇଛନ୍ତି । ପ୍ରଥମେ ପୋଲିସ କମିଶନର

ରାଜ୍ୟ

ଘରେ ପଶିଲା ମହାବଳ ବାଘ, ଆତଙ୍କରେ ଗାଁ

ବାରିପଦା : ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖପରାଖାଇ ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗାଁ ଭିତରକୁ ଏକ ମହାବଳ ବାଘ ପଶିଆସି ଏକ ଘର ଭିତରେ ପଶିଯାଇଥିବାବେଳେ ଗ୍ରାମବାସୀ ବୁଦ୍ଧିମତାର ସହ ଘରକୁ ବାହାରୁ ତାଲା ପକାଇ ବାଘଟିକୁ ଆବଦ୍ଧ କରିଦେଇଛନ୍ତି।ସୂଚନା ଅନୁଯାୟୀ, ବାଘଟି ଜଙ୍ଗଲ ଅଞ୍ଚଳରୁ ଗାଁ ଭିତରକୁ ଚାଲିଆସିଥିଲା। ପରେ ଏକ ଘର ଭିତରକୁ ପଶିଯାଇଥିବା ଦେଖି ଗ୍ରାମବାସୀ ସତର୍କ ହୋଇଥିଲେ। ବାଘଟି ଘର ଭିତରେ ଥିବା ସମୟରେ

ରାଜ୍ୟ

ପ୍ରଥମ ଥର ପାଇଁ ବିଶ୍ୱବାସୀ ଦେଖିବେ କଟକ ଦୁର୍ଗାପୂଜା ଓ ଭସାଣିର ଲାଇଭ୍ ଷ୍ଟ୍ରିମିଂ

କଟକ : କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ କଟକ ଦୁର୍ଗାପୂଜା ଏବଂ ଭସାଣି ଶୋଭାଯାତ୍ରାର ସିଧା ପ୍ରସାରଣ (ଲାଇଭ୍ ଷ୍ଟ୍ରିମିଂ) କରାଯିବ। ଏ ସମ୍ପର୍କରେ କଟକ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି। ପୁରୀ ରଥଯାତ୍ରା ଏବଂ କଟକ ବାଲିଯାତ୍ରା ଭଳି ଦୁର୍ଗାପୂଜାକୁ ମଧ୍ୟ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ଏହି ପଦକ୍ଷେପ

Scroll to Top