
ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନ । ସୋମବାର ଅଧିବେଶନର ପଞ୍ଚମ ଦିନ । ବିଭିନ୍ନ ପ୍ରସଙ୍ଗରେ ସରଗରମ ରହିପାରେ ବିଧାନସଭା । ବିରୋଧୀ ଶାସକଙ୍କୁ ଘେରିବାକୁ ଯୋଜନା କରିଥିବା ବେଳେ ମୁହଁତୋଡ ଜବାବ ଦେବାକୁ ଶାସକ ବି ପ୍ରସ୍ତୁତ । ବିଧାନସଭା ମୌସୁମୀ ଅଧିବେଶନ । ଗତ ଚାରି ଦିନ ହେଲା ଏମଏମଡିଆର ଏବଂ ବହି ତ୍ରୁଟି ପ୍ରସଙ୍ଗରେ ହୋହାଲ୍ଲା ଏବଂ ସରଗମର ରହିଥିଲା । ବିରୋଧୀ ସଦସ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରୁଥିବା ବେଳେ ସରକାର ମଧ୍ୟ କଡ଼ା ଜବାବ ଦେଉଛି ।
ଯାହାଫଳରେ ବିଧାନସଭା ସଠିକ୍ ଭାବେ ଚାଲିପାରୁନି । ପ୍ରଥମେ ୧୧ଟା ୩୦ ଯାଏଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ପୁଣି ଆରମ୍ଭ ହେଉ ହେଉ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଲାଗି ବାଚସ୍ପତି ୪ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ।
ସେପଟେ ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ – ସ୍ୱରାଷ୍ଟ୍ର – ସଂସଦୀୟ ବ୍ୟାପାର – ଅର୍ଥ – ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ – ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି।





