odisha24 Live

Latest News

Latest News

ପଶ୍ଚିମ ଓଡ଼ିଶାରେ ହେବ ବିଶାଳ ହସ୍ପିଟାଲ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶା ପାଇଁ ବଡ଼ ଘୋଷଣା କରିଛି ବେଦାନ୍ତ। ଶିଳ୍ପ ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବଡ଼ ପଦକ୍ଷେପ ନେବାକୁ ଯାଉଛି କମ୍ପାନୀ। ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଏକ ବଡ଼ ହସ୍ପିଟାଲ ନିର୍ମାଣ କରିବା ନେଇ ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ ଘୋଷଣା କରିଛନ୍ତି।

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଅନୀଲ ଅଗ୍ରୱାଲ ଏନେଇ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାରେ ବଡ଼ ହସ୍ପିଟାଲ ହେଲେ ଅଞ୍ଚଳର ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଦୂର ସହର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।

କେବଳ ସ୍ୱାସ୍ଥ୍ୟସେବା ନୁହେଁ, ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ମଧ୍ୟ ବଡ଼ ନିବେଶ ନେଇ ବେଦାନ୍ତ ପକ୍ଷରୁ ସୂଚନା ଦିଆଯାଇଛି। ଝାରସୁଗୁଡ଼ାରେ ୨ ମିଲିଅନ୍ ଟନ୍ କ୍ଷମତାର ସ୍ମେଲଟର ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ କମ୍ପାନୀ ଯୋଜନା କରୁଛି। ଏଥିପାଇଁ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ନିବେଶ ହେବ ବୋଲି ଅନୀଲ ଅଗ୍ରୱାଲ କହିଛନ୍ତି। ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫୦୦ ଏକର ଜମି ଯୋଗାଇ ଦେଇଥିବା ସୂଚନା ମିଳିଛି। ଏହା ସହ କଳାହାଣ୍ଡିର ସିଜିମାଳି ଓ କର୍ଲାପାଟ ଖଣିକୁ ଶୀଘ୍ର କାର‌୍ୟ୍ୟକ୍ଷମ କରିବା ନେଇ ମଧ୍ୟ ଆଲୋଚନା ହୋଇଛି।

Share In Social Media
Scroll to Top