odisha24 Live

Latest News

Latest News

Author name: RatnaManjari Mohanty

ରାଜ୍ୟ

ଭତ୍ତା ପୋର୍ଟାଲ ଉଦଘାଟିତ: ମୁଖ୍ୟମନ୍ତ୍ରୀ କଲେ ଭତ୍ତା ପୋର୍ଟାଲର ଶୁଭାରମ୍ଭ

ଭୁବନେଶ୍ୱର : ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ମଧୁବାବୁ ପେନସନ୍ ଯୋଜନା ଅଧୀନରେ ୫ ଲକ୍ଷରୁ ଅଧିକ ନୂଆ ହିତାଧିକାରୀଙ୍କ ପାଇଁ ଅପେକ୍ଷାର ଅନ୍ତ ଘଟିଛି ଏବଂ ସେମାନଙ୍କୁ ଭତ୍ତା ଓ ବକେୟା ରାଶି ମିଳିବା ଆରମ୍ଭ ହୋଇଛି। ବାଲେଶ୍ୱରରେ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଏକୀକୃତ ପେନ୍‌ସନ ପରିଚାଳନା ପୋର୍ଟାଲ ମଧ୍ୟ ଉଦ୍‌ଘାଟିତ ହୋଇଛି। ଭତ୍ତା ବଣ୍ଟନ ସମୟରେ ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ।

କ୍ରୀଡା

ଭାରତ ବନାମ ନ୍ୟୁଜିଲାଣ୍ଡ: ବର୍ଷା ପାଇଁ ତୃତୀୟ ଦିନିକିଆ ରଦ୍ଦ

ନୂଆଦିଲ୍ଲୀ : ବର୍ଷା ଯୋଗୁଁଁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ବାତିଲ୍ ହୋଇଛି। ମଙ୍ଗଳବାର ହାମିଲଟନରେ କେବଳ ଟସ୍ ହୋଇଥିଲା। ମ୍ୟାଚଟି ୪୦ ଓଭର ବିଶିଷ୍ଟ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ଲଗାତାର ବର୍ଷା ଯୋଗୁଁଁ ଗୋଟିଏ ବି ବଲ ନ ଖେଳି ମ୍ୟାଚ୍ ବାତିଲ୍ ହୋଇଛି।ଏହା ନିଶ୍ଚିତ ହୋଇଛି ଯେ ଟିମ୍ ଇଣ୍ଡିଆ ଏହି ସିରିଜ୍ ହାରିପାରିବ ନାହିଁ। ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତିସାରିଛି।

ରାଜନୀତି

ଦୁର୍ନୀତି ରୋକିବାକୁ ବଡ଼ ନୋଟ୍ ଉପରେ ରୋକ୍! ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ

ଚେନ୍ନାଇ : ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଦାବି । ଦେଶରୁ ହଟାଯାଉ ୫୦୦ ଟଙ୍କିଆ ନୋଟ୍ । ଦୁର୍ନୀତି ରୋକିବାକୁ ବଡ଼ ନୋଟ୍ ବନ୍ଦ କରିବା ସପକ୍ଷରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ, କେବଳ ୧୦୦ ଓ ୨୦୦ ଟଙ୍କିଆ ନୋଟ୍ ରଖିବାକୁ ପ୍ରସ୍ତାବ । ଦେଶରେ ପୁଣି ନୋଟ୍ ବନ୍ଦୀ ହେବ କି ? ବଜାରରୁ ହଟିଯିବ କି ୫୦୦ ଟଙ୍କିଆ ନୋଟ୍ ? ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଏକ ବଡ଼ ବୟାନ ପରେ ଏଭଳି

ରାଜ୍ୟ

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପ୍ରେସମିଟ୍

ଭୁବନେଶ୍ୱର : ଭାରତର ମାନ୍ୟବର ଉପରାଷ୍ଟ୍ରପତି ସି. ପି. ରାଧାକ୍ରିଷ୍ଣନ ଆସନ୍ତା ନଭେମ୍ବର ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ଏକଦିବସୀୟ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ । ମାନ୍ୟବର ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ତିନୋଟି ଅଧିବେଶନ ରହିବ । ଉଦଘାଟନୀ ଅଧିବେଶନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ବ୍ରଜମୋହନ ରାମ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ

ଦେଶ

ସରକାରୀ କାମରେ ବିଳମ୍ବ କଲେ ଆଉ ଚଳିବନି , ଗଣିବେ ଜରିମାନା!

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରଶାସନିକ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ବଢ଼ାଇବା ଏବଂ ସାଧାରଣ ଲୋକଙ୍କୁ ସରକାରୀ ସେବା ଶୀଘ୍ର ଯୋଗାଇଦେବା ଉଦ୍ଦେଶ୍ୟରେ ଦିଲ୍ଲୀ ସରକାର ‘ଦିଲ୍ଲୀ (ନାଗରିକଙ୍କୁ ସମୟବଦ୍ଧ ଓ ସହଜ ସେବା ପ୍ରଦାନ ଅଧିକାର) ଅଧିନିୟମ, ୨୦୨୬’କୁ ଅଧିସୂଚିତ କରିଛନ୍ତି। ଏହି ନୂଆ ଆଇନ ଅନୁଯାୟୀ, ବିନା କୌଣସି ଉଚିତ୍‌ କାରଣରେ ସରକାରୀ ସେବା ଯୋଗାଇବାରେ ବିଳମ୍ବ କରୁଥିବା ଅଧିକାରୀଙ୍କ ଉପରେ ପ୍ରତିଦିନ ୨୫୦ ଟଙ୍କା

ଦେଶ

ଫୁଟାଇ ପାରିବେନି ରକେଟ୍ ବାଣ, ଜାରି ହେଲା କଟକଣା

ମୁମ୍ବାଇ : ଦୀପାବଳିରେ ବାଣ ଫୁଟାଇବା ଯୋଗୁଁ ଅଗ୍ନିକାଣ୍ଡ ଘଟଣା ବଢ଼ିବା ପରେ ମୁମ୍ବାଇରେ ବଡ଼ ପଦକ୍ଷେପ ନେଇଛି ବୃହତମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି ) । ଏଣିକି ସହରରେ ରକେଟ୍ ଏବଂ ଆକାଶକୁ ଉଡ଼ୁଥିବା ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ୨୦୨୬ ନଭେମ୍ବର ୨୫ ତାରିଖ ରାତି ୧୧ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବିଏମସି କମିଶନର ପ୍ରାଜକ୍ତା ଲଭଙ୍ଗାରେ-ବର୍ମା ଏହି ନିଷେଧାଦେଶ ଜାରି କରିଛନ୍ତି

ବିଦେଶ

ହ୍ୱାଇଟ୍ ହାଉସ୍ ସାମୟିକ ଲକ୍‌ଡାଉନ୍: କାର୍ ଦୁର୍ଘଟଣା ପରେ ସୁରକ୍ଷା ଆଲର୍ଟ, ୨ ଗିରଫ

ଓ୍ବାଶିଂଟନ : ଆମେରିକାର ରାଷ୍ଟ୍ରପତି ଭବନରେ ଆଗରେ ହଇଚଇ। ଜଣେ ବ୍ୟକ୍ତିଙ୍କ କାର୍‌ ଧସେଇ ପଶିଥିଲା। ତାପରେ ସେ ଗୁପ୍ତ ସେବା ଅଧିକାରୀ ଏବଂ ନ୍ୟାସନାଲ ଗାର୍ଡ ସୈନିକଙ୍କ ସହ ଧସ୍ତାଧସ୍ତି ଆରମ୍ଭ କରିଥିଲେ। ହ୍ୱାଇଟ୍ ହାଉସକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା।ହ୍ବାଇଟ୍‌ ହାଉସ୍‌ ଉତ୍ତର ପାର୍ଶ୍ୱରେ ଥିବା ଲାଫାୟେଟ୍‌ ପାର୍କ ପେଭ୍‌ମେଣ୍ଟରେ ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟାରେ ଏହି ଘଟଣା ଘଟିଥିଲା। ପାସେଞ୍ଜର କାର୍‌ର ଡ୍ରାଇଭର ସିକ୍ରେଟ୍‌ ସର୍ଭିସ୍‌ ଓ ନ୍ୟାଶନାଲ ଗାର୍ଡ ସହ

ବିଦେଶ

ଟ୍ରମ୍ପଙ୍କ ନୂଆ ଚେତାବନୀ: ଆବଶ୍ୟକ ପଡ଼ିଲେ ଇରାନକୁ ସମ୍ପୂର୍ଣ୍ଣ ବର୍ବାଦ କରିଦେବୁ

ଓ୍ବାଶିଂଟନ:  ଇରାନକୁ ଆକ୍ରମଣ ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇରାନର ଆଣବିକ ଅସ୍ତ୍ର ନିର୍ମାଣ କ୍ଷମତା ୮୫ ପ୍ରତିଶତ ହ୍ରାସ ପାଇଥିବା ଦାବି କରିଛନ୍ତି ଟ୍ରମ୍ପ। ତେବେ ଏହା ସତ୍ତ୍ୱେ ଆବଶ୍ୟକ ପଡ଼ିଲେ ଇରାନ ଉପରେ ପୁଣି ଆକ୍ରମଣ କରିବାକୁ ଆମେରିକା ପ୍ରସ୍ତୁତ ଥିବା ସେ ସ୍ପଷ୍ଟ କରିଛନ୍ତି। ଆକ୍ରମଣ ପାଇଁ ଆମେରିକା ସେନା ପୂରା ପ୍ରସ୍ତୁତ ଥିବା ମଧ୍ୟ କହିଛନ୍ତି। ମାତ୍ର ଯୁଦ୍ଧ ଆଶଙ୍କାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇନପାରେ ବୋଲି ଟ୍ରମ୍ପ କହିଛନ୍ତି।

ରାଜ୍ୟ

ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ୧୩ଟି ପ୍ରସ୍ତାବକୁ ମୋହର। ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ବଡ଼ ନିଷ୍ପତ୍ତି । ଖରିଫ ଧାନ ସଂଗ୍ରହ ନେଇ ପ୍ରସ୍ତାବକୁ ଅନୁମୋଦନ । ୭୮ ଲକ୍ଷ ମେଟ୍ରିକ୍ ଟନ୍ ଖରିଫ ଧାନ ସଂଗ୍ରହ କରାଯିବ । ୬୦୧ ସରକାରୀ ମହାବିଦ୍ୟାଳୟକୁ ମାଗଣା ୱାଇଫାଇ ଓ ପ୍ରତିଦିନ ୧ ଜିବି ଲେଖାଏଁ ଡାଟା ମିଳିବ । ପିଇଓଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ ହୋଇଛି ।

ପାଣିପାଗ

ଆଉ ଏକ ଲଘୁଚାପ: ବଢ଼ିବ ବର୍ଷା

ଭୁବନେଶ୍ବର : ଆସୁଛି ଆଉ ଏକ ଲଘୁଚାପ । ୧୧ରେ ଘୂର୍ଣ୍ଣିବଳୟ । ୧୫ ଆଡ଼କୁ ନେଇପାରେ ଅବପାତରେ ରୂପ । ୧୬ ତାରିଖରୁ ଦକ୍ଷିଣ ଭାରତରେ ବଢ଼ିପାରେ ବର୍ଷା । ଲଘୁଚାପ ନେଇ ପୂର୍ବାନୁମାନ ମଧ୍ୟ କରିଛନ୍ତି ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ । ତେବେ ସମ୍ଭାବ୍ୟ ଲଘୁଚାପର ଗତିପଥ ଓ ତୀବ୍ରତା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିନାହିଁ । ଅର୍ଣ୍ଣବ, ମୁରାସୁ ଭୟ ଛାଡ଼ିନି। ପୁଣି ଛନକା ବଢ଼ାଇଲାଣି ଲଘୁଚାପ। ୧୩ ତାରିଖ

Scroll to Top