
ଓ୍ବାଶିଂଟନ : ଆମେରିକାର ରାଷ୍ଟ୍ରପତି ଭବନରେ ଆଗରେ ହଇଚଇ। ଜଣେ ବ୍ୟକ୍ତିଙ୍କ କାର୍ ଧସେଇ ପଶିଥିଲା। ତାପରେ ସେ ଗୁପ୍ତ ସେବା ଅଧିକାରୀ ଏବଂ ନ୍ୟାସନାଲ ଗାର୍ଡ ସୈନିକଙ୍କ ସହ ଧସ୍ତାଧସ୍ତି ଆରମ୍ଭ କରିଥିଲେ। ହ୍ୱାଇଟ୍ ହାଉସକୁ କିଛି ସମୟ ପାଇଁ ବନ୍ଦ କରିଦିଆଯାଇଥିଲା।
ହ୍ବାଇଟ୍ ହାଉସ୍ ଉତ୍ତର ପାର୍ଶ୍ୱରେ ଥିବା ଲାଫାୟେଟ୍ ପାର୍କ ପେଭ୍ମେଣ୍ଟରେ ସ୍ଥାନୀୟ ସମୟ ପୂର୍ବାହ୍ନ ୧୦ଟାରେ ଏହି ଘଟଣା ଘଟିଥିଲା। ପାସେଞ୍ଜର କାର୍ର ଡ୍ରାଇଭର ସିକ୍ରେଟ୍ ସର୍ଭିସ୍ ଓ ନ୍ୟାଶନାଲ ଗାର୍ଡ ସହ ଯୁକ୍ତି କରିଥିଲେ। ସିକ୍ରେଟ୍ ସର୍ଭିସ ହ୍ବାଇଟ୍ ହାଉସ୍କୁ ଲକ୍ଡାଉନ୍ରେ ରଖିଥିଲେ। ସୁରକ୍ଷା ଯାଞ୍ଚ ଶେଷ ହେବା ଏବଂ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ଲକ୍ଡାଉନ୍ ଉଠାଇ ଦିଆଯାଇଛି।
ସାଇନ୍ ପୋଷ୍ଟକୁ କାର୍ ଧକ୍କା ଦେବା ସମୟରେ ଅନ୍ୟ ଜଣେ ବ୍ୟକ୍ତି ଲାଫାୟେଟେ ପାର୍କ ଉତ୍ତରପଶ୍ଚିମ କୋଣ ନିକଟରେ ଏକ ବ୍ୟାରିକେଡ୍କୁ ଡେଇଁଥିଲେ। ସୁରକ୍ଷା କର୍ମୀମାନେ ତାଙ୍କୁ ଗିରଫ କରିଛନ୍ତି। ସିକ୍ରେଟ୍ ସର୍ଭିସ୍ ଉଭୟ ଘଟଣାର ତଦନ୍ତ ଜାରି ରଖିଛି।





