odisha24 Live

Latest News

Latest News

Author name: RatnaManjari Mohanty

ଶିକ୍ଷା ଓ ନିଯୁକ୍ତି

ବିନା ଲିଖିତ ପରୀକ୍ଷାରେ ପାଆନ୍ତୁ ଚାକିରି , ଜାଣନ୍ତୁ ସମ୍ପୂର୍ଣ ବିବରଣୀ!

ନୂଆଦିଲ୍ଲୀ : ଦେଶର ସର୍ବବୃହତ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ), ଅଭିଜ୍ଞ ବୃତ୍ତିଗତ ବ୍ୟକ୍ତିବିଶେଷଙ୍କ ପାଇଁ ଏକ ବଡ଼ ନିଯୁକ୍ତି ସୁଯୋଗ ଘୋଷଣା କରିଛି। ଏସବିଆଇ ‘ସ୍ପେଶାଲିଷ୍ଟ କ୍ୟାଡର୍ ଅଫିସର’ ବର୍ଗ ଅଧୀନରେ ଡିନ୍, ଶିକ୍ଷକ ଏବଂ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। କୋଲକାତାସ୍ଥିତ ‘ଷ୍ଟେଟ୍ ବ୍ୟାଙ୍କ ଇନଷ୍ଟିଚ୍ୟୁଟ୍ ଅଫ୍ ଲିଡରସିପ୍’ (SBIL) ପାଇଁ ଏହି ପଦବୀଗୁଡ଼ିକ ଚୁକ୍ତିଭିତ୍ତିକ ଆଧାରରେ ପୂରଣ କରାଯିବ। ପ୍ରତ୍ୟେକ ପଦବୀ ପାଇଁ ଗୋଟିଏ […]

ମନୋରଞ୍ଜନ

ଦୀପିକା-ରଣବୀରଙ୍କ ଘରେ ପୁଣି କୁନି ଅତିଥି

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ଘରେ ପୁଣିଥରେ ଖୁସିର ମାହୋଲ୍। ଦୁହେଁ ଦ୍ୱିତୀୟଥର ପାଇଁ ମାତା-ପିତା ହୋଇଛନ୍ତି। ୧୯ ସେପ୍ଟେମ୍ବର ୨୦୨୬ରେ ଦମ୍ପତି ନିଜେ ସୋସିଆଲ୍ ମିଡିଆରେ ଏକ କୁନି ଶିଶୁର ପାଦର ଛାପ ଥିବା ଫଟୋ ଶେୟାର କରି ଦ୍ୱିତୀୟ ସନ୍ତାନ ଭାବେ ଏକ ଝିଅ ଜନ୍ମ ହୋଇଥିବା ଖବର ଦେଇଛନ୍ତି।ଦୀପିକା ପାଦୁକୋଣ ଏବଂ ରଣବୀର ସିଂହ ସେମାନଙ୍କ ଦ୍ୱିତୀୟ ସନ୍ତାନର ଖବରକୁ ନିଶ୍ଚିତ କରିଛନ୍ତି ।

କ୍ରୀଡା

ଫାଇନାଲ୍‌ରେ ଭାରତ-ଶ୍ରୀଲଙ୍କା ଟକ୍କର, ଟ୍ରଫି ପାଇଁ ମହାମୁକାବିଲା

ମୁମ୍ବାଇ : ଏସିଆନ୍ ଗେମ୍ସ ୨୦୨୬ର ମହିଳା କ୍ରିକେଟ୍ ପ୍ରତିଯୋଗିତାରେ ଭାରତ-ପାକିସ୍ତାନ ଫାଇନାଲ୍ ମହାମୁକାବିଲା ଦେଖିବାର ଫ୍ୟାନ୍ସଙ୍କ ଆଶା ଶେଷ ହୋଇଛି। ଦୁଇ ଦଳ ନିଜ ନିଜ ସେମିଫାଇନାଲ୍ ଜିତିଲେ ଗୋଲ୍ଡ ମେଡାଲ୍ ପାଇଁ ଭାରତ-ପାକିସ୍ତାନ ମୁକାବିଲା ହୋଇଥାନ୍ତା। କିନ୍ତୁ ୨୦ ସେପ୍ଟେମ୍ବରରେ ଖେଳାଯାଇଥିବା ଦୁଇ ସେମିଫାଇନାଲ୍ ପରେ ଫାଇନାଲ୍‌ର ସମୀକରଣ ବଦଳିଯାଇଛି।ପ୍ରଥମ ସେମିଫାଇନାଲ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୪ ୱିକେଟ୍ ହରାଇ ୧୭୭ ରନ୍

ସଂସ୍କୃତି

ବଳରାମ କିପରି ହେଲେ ଶେଷନାଗ: ଜାଣନ୍ତୁ ଏହି ପୌରାଣିକ ରହସ୍ୟ

ହିନ୍ଦୁ ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ବଳରାମ ହେଉଛନ୍ତି ସ୍ୱୟଂ ଶେଷନାଗ (ଅନନ୍ତ ନାଗ)ଙ୍କ ଅବତାର। ମାନ୍ୟତା ଅନୁସାରେ, ତ୍ରେତା ଯୁଗରେ ଭଗବାନ ବିଷ୍ଣୁ ଯେତେବେଳେ ଶ୍ରୀରାମ ରୂପରେ ଅବତାର ନେଇଥିଲେ, ସେତେବେଳେ ଆଦି ଶେଷନାଗ ଲକ୍ଷ୍ମଣଙ୍କ ରୂପରେ ଜନ୍ମ ନେଇଥିଲେ। ପରେ ଦ୍ୱାପର ଯୁଗରେ ସେହି ଶେଷନାଗ ବଳରାମଙ୍କ ରୂପରେ ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ହୋଇଥିଲେ। କିନ୍ତୁ ପ୍ରଶ୍ନ ହେଉଛି, ଲକ୍ଷ୍ମଣଙ୍କର ଏମିତି କ’ଣ ଇଚ୍ଛା ଥିଲା, ଯାହା ପରବର୍ତ୍ତୀ ଯୁଗରେ ପୂରଣ ହୋଇଥିଲା? ଏହା

ବାଣିଜ୍ୟ

ଡିଜିଟାଲ୍ ପେମେଣ୍ଟ ଦୁନିଆରେ ବଡ଼ ଧମାକା: ଭାରତରେ ଲଞ୍ଚ ହେବ ‘ଆପଲ ପେ’

ମୁମ୍ବାଇ : ଡିଜିଟାଲ୍ ପେମେଣ୍ଟ ଦୁନିଆରେ ବଡ଼ ଧମାକା: ଭାରତରେ ଲଞ୍ଚ ହେବ ‘ଆପଲ ପେ’। ତେବେ ଆମେରିକାରେ ଏହି ମୋବାଇଲ ପେମେଣ୍ଟ ସେବା ଆରମ୍ଭ କରିବାର ପ୍ରାୟ ୧୨ ବର୍ଷ ପରେ ଆପଲ ପେ’ ଏବେ ଭାରତରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି। ବିଶ୍ୱର ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଡିଜିଟାଲ ୱାଲେଟଗୁଡ଼ିକ ମଧ୍ୟରୁ ଅନ୍ୟତମ ମୋବାଇଲ ପେମେଣ୍ଟ ବ୍ୟବସ୍ଥା ଭାବେ ଆପଲ ପେ’ ଭାରତରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଯୋଜନା କରିଥିବା ସୂଚନା

ରାଜ୍ୟ

ନିଶା କାରବାରକୁ ଲାଗିବ ଅଙ୍କୁଶ: ୨୧ରୁ ରାଜ୍ୟବ୍ୟାପୀ ‘ଦମନ’ ଅଭିଯାନ

ଭୁବନେଶ୍ୱର : ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଆରମ୍ଭ କରାଯାଉଛି।ଏହି ଅଭିଯାନ ୨୧.୦୯.୨୦୨୬ରୁ ୩୦.୦୯.୨୦୨୬ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ। ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ପ୍ରତିଷେଧମୂଳକ ଆଇନଗତ ପଦକ୍ଷେପ ନିଆଯିବ।

ଅପରାଧ

ଭିଜିଲାନ୍ସ ଜାଲରେ ଆଇସିଡିଏସ୍‌ ସୁପର୍‌ଭାଇଜର୍‌, ଜେଆର୍‌ଏ

ବ୍ରହ୍ମପୁର: ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ କୋଠା ନ ଥିବାରୁ ଭଡ଼ା ଘରେ ଚାଲୁଥିଲା । ହେଲେ ଘର ଭଡ଼ା ବାବଦ ଟଙ୍କା ପ୍ରଦାନ କରିବାକୁ ୩୦ ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା । ଲାଞ୍ଚ ଟଙ୍କା ଗ୍ରହଣ ବେଳେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଆଇସିଡିଏସ୍ ସୁପର୍‌ଭାଇଜର୍ ବି.ଉମା ପାତ୍ର ଓ କନିଷ୍ଠ ରାଜସ୍ୱ ସହାୟକ (ଜେଆର୍‌ଏ) ନରସିଂହ ବେହେରାଙ୍କୁ କାବୁ କରିଛି ଭିଜିଲାନ୍ସ । ଶନିବାର ରାତିରେ ହିଞ୍ଜିଳିକାଟୁ ସିଡିପିଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ଉ କରିଥିଲା ।

ରାଜ୍ୟ

ଖୁବ ଶୀଘ୍ର ଖୋଲିବ ଗୁଣ୍ଡିଚା ମନ୍ଦିର

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଗଣ, ଯନ୍ତ୍ରୀ ଏବଂ ସମସ୍ତ ଉପବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ପ୍ରଶାସକ ବୈଠକରେ ରତ୍ନ ଭଣ୍ଡାରରେ ଗଚ୍ଛିତ ମୂଲ୍ୟବାନ ସାମଗ୍ରୀର ଡିଜିଟାଇଜେସନ୍, ଡିଜିଟାଲ ହୁଣ୍ଡି, ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାଟେରୀ ଚାଳିତ ଯାନ, ଶ୍ରୀମନ୍ଦିର ପତ୍ରିକାର କାର୍ତ୍ତିକ ବିଶେଷାଙ୍କ, ଶ୍ରୀମନ୍ଦିର ସଂକ୍ରାନ୍ତ ବିଭିନ୍ନ

ରାଜନୀତି

ଦୁଇ ଦିନିଆ ଓଡିଶା ଗସ୍ତରେ ଛତିଶଗଡ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ଭୁବନେଶ୍ୱର ବିମାନବନ୍ଦରରୁ ବାହାରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦୁଇ ରାଜ୍ୟରେ ବିଜେପି ଓ କେନ୍ଦ୍ରରେ ବି ବିଜେପି ସରକାର ରହିଛନ୍ତି । ତେଣୁ କୌଣସି ବିବାଦୀୟ ପରିସ୍ଥିତି ହେବ ନାହିଁ । ମହାନଦୀ ଜଳ ବିବାଦ ନୁହେଁ କି ସମସ୍ୟା ନୁହେଁ। ବହୁତ ଜଲଦି ଏହି ସମସ୍ୟାର ସମାଧାନ ହେବ। ବିଜେପି ସରକାର ଆସିବା ପରେ ଯେଉଁ

ଦେଶ

ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ

ନୂଆଦିଲ୍ଲୀ : ଦେଶର ଅନେକ ସ୍ଥାନରେ, ବିଶେଷକରି ଗାଜିଆବାଦର ବଜାର ଏବଂ ମଧ୍ୟପ୍ରଦେଶର ପେଟ୍ରୋଲ ପମ୍ପ ବାହାରେ ଥିବା ଦୋକାନଗୁଡ଼ିକରେ ଏକ ଆଶ୍ଚର୍ଯ୍ୟଜନକ ନୋଟିସ ଝୁଲୁଥିବାର ଦେଖିବାକୁ ମିଳୁଛି “ଅକ୍ଟୋବର ୧୫ ତାରିଖରୁ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଗ୍ରହଣ କରାଯିବ ନାହିଁ।” ଏବେ ପ୍ରଶ୍ନ ଉଠୁଛି ଯେ, ହଠାତ ଏପରି କ’ଣ ଘଟିଲା ଯେଉଁଥିପାଇଁ ଗତକାଲି ପର୍ଯ୍ୟନ୍ତ QR କୋଡ ଆଗକୁ ବଢ଼ାଇ ‘ଭାଇ ଅନଲାଇନ କରିଦିଅନ୍ତୁ’ ବୋଲି କହୁଥିବା ଦୋକାନୀମାନେ ଏବେ କ୍ୟାସ

Scroll to Top