odisha24 Live

Latest News

Latest News

Author name: RatnaManjari Mohanty

ରାଜନୀତି, ରାଜ୍ୟ

୨୮ରେ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୨୮ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ବୁଧବାର ଏ ସଂକ୍ରାନ୍ତରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ଅବଗତ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ବୈଠକରେ ୫ଟି ବିଭାଗର ୭ଟି ପ୍ରସ୍ତାବ ଅନୁମୋଦନ ହେବାକୁ ରହିଛି। ସେଥିମଧ୍ୟରେ ପୂର୍ତ୍ତ, ରାଜସ୍ବ ଭଳି ଅନ୍ୟାନ୍ୟ ବିଭାଗର ପ୍ରସ୍ତାବ ରହିଥିବା ଜଣାଯାଇଛି।

ପାଣିପାଗ

ମାଡ଼ି ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର : ରାଜ୍ୟରେ ଲଘୁଚାପ ଯୋଗୁ ପ୍ରବଳ ବର୍ଷାର ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ ଲଘୁଚାପ। ଆସନ୍ତା ୨୨ ଓ ୨୩ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଉତ୍ତର ଓଡ଼ିଶା ଉପକୂଳ ସଂଲଗ୍ନ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାର ପ୍ରଭାବରେ ୨୨ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ପୁଣି ଥରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ରାଜ୍ୟ, ବାଣିଜ୍ୟ

ଓଡିଶା ପାଇଁ ଖୁସି ଖବର

ଭୁବନେଶ୍ୱର: ଓଡିଶା ପାଇଁ ବଡ ରେଲୱେ ଭେଟି ଦେଲେ କେନ୍ଦ୍ର ସରକାର । କଟକ- ପାରାଦୀପ ତୃତୀୟ ଓ ଚତୁର୍ଥ ଲାଇନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । କଟକ- ପାରାଦୀପ ୭୨ କିମି ଟ୍ରାକ ପାଇଁ ବ୍ୟୟ ହେବ ୨୨୮୬ କୋଟି । ଭଦ୍ରକ – ହରିଦାସପୁର ଚତୁର୍ଥ ଲାଇନକୁ ମଞ୍ଜୁରୀ ମିଳିଛି । ଭଦ୍ରକ- ହରିଦାସପୁର ୭୫ କିମି ଟ୍ରାକ ପାଇଁ ବ୍ୟୟ ହେବ ୧୫୮୩ କୋଟି । ଖଡଗପୁର- ଭଦ୍ରକ ଚତୁର୍ଥ ଲାଇନକୁ ମଞ୍ଜୁରୀ

ଜୀବନଶୈଳୀ

ବର୍ଷାଦିନେ ପେଟ ସମସ୍ୟା ହେଉଛି କି ? ଆପଣାନ୍ତୁ ଏହି ଉପାୟ

ଚାଲିଛି ବର୍ଷା ଋତୁ । ବର୍ଷା ଦିନ ଆସିଲା ମାତ୍ରେ ଗରମରୁ ମୁକ୍ତି ମିଳିଯାଏ ସତ l କିନ୍ତୁ ବର୍ଷା ଦିନରେ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ । ଜଳ ଜନିତ ସମସ୍ୟା ଟିକେ ଅଧିକ ଦେଖିବାକୁ ମିଳିଥାଏ । ତେଣୁ ଏହି ସମୟରେ ନିଜକୁ ସୁସ୍ଥ ରଖିବା ପାଇଁ ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଜୀବନଶୈଳୀ ଠାରୁ ଆରମ୍ଭ କରି ଖାଦ୍ୟପେୟ ପ୍ରତିଟି ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ । କାହିଁକି

ବାସ୍ତୁ ଓ ରାଶିଫଳ

ଫିଟିକିରିକୁ ନେଇ କଣ କୁହେ ବାସ୍ତୁ ଶାସ୍ତ୍ର

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଫିଟିକିରି ଏକ ଅତି ଶକ୍ତିଶାଳୀ ଉପାଦାନ। ଏହା ଘରୁ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକତା ଆଣିଥାଏ। ବିଶେଷକରି ଆର୍ଥିକ ସମସ୍ୟା । ଏହା ସହିତ ଘରେ ଥିବା ନକରାତ୍ମକ ସମସ୍ୟା ଦୂର ହୋଇଯାଏ ବୋଲି ମଧ୍ୟ କୁହାଯାଏ । କୁହାଯାଏ, ଘରେ ଖଣ୍ଡେ ଫିଟିକିରି ରଖିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଫେରିଥାଏ । କେବଳ ସେତିକି ନୁହେଁ ଫିଟିକିରି ମିଶା ପାଣିରେ ଗାଧୋଇବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳେ

ଜୀବନଶୈଳୀ

ବର୍ଷାଦିନେ ଚମକୁଥିବା ତ୍ୱଚା ପାଇଁ ସହଜ ଟିପ୍ସ

ବର୍ଷାରେ ଭିଜିବା ପ୍ରାୟ ସମସ୍ତଙ୍କର ପସନ୍ଦ । ହେଲେ ବର୍ଷାଦିନେ ପରିବେଶରେ ଆର୍ଦ୍ରତା ବଢ଼ିବା ସହ ଅପରିଷ୍କାର ପାଣି, ଧୂଳି ଓ ଜୀବାଣୁର ସଂସ୍ପର୍ଶ ବଢ଼ି ଯାଇଥାଏ । ଏପରି ପରିସ୍ଥିତିରେ, ଆପଣ ଆପଣଙ୍କ ତ୍ୱଚାକୁ ଅତିରିକ୍ତ ଯତ୍ନ ନେବା ଗୁରୁତ୍ୱପୂର୍ଣ୍ଣ। ଏଠାରେ ଆମେ ଆପଣଙ୍କୁ ଏପରି ୬ଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ କହୁଛୁ ଯାହା ମୌସୁମୀରେ ଆପଣଙ୍କ ମୁହଁର ସୌନ୍ଦର୍ଯ୍ୟ ବଜାୟ ରଖିବ।ଜେଲ-ଭିତ୍ତିକ କ୍ଲିଞ୍ଜର:- ବର୍ଷାରେ ଝାଳ ଏବଂ ଆର୍ଦ୍ରତା ଚର୍ମକୁ ଚିପ୍ଚିକ୍ କରିଦିଏ। ଏପରି

ଜୀବନଶୈଳୀ

କିପରି ନେବେ ହୃଦୟର ଯତ୍ନ

ଆଜି କାଲି ଯୁବପିଢ଼ି ହୃଦଘାତ ରୋଗର ଶିକାର ହେବା ଚିନ୍ତାରେ ପକାଇଛି। ଖରାପ ଜୀବନଶୈଳୀ, ଖାଦ୍ୟ ଅଭ୍ୟାସ ଏବଂ ଚାପ ରୋଗକୁ ବଢ଼ାଉଛି। କୋଭିଡ୍ କାରଣରୁ ମଧ୍ୟ ହୃଦଘାତ ହେବାର ସମ୍ଭାବନା ଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏସବୁ ମଧ୍ୟରେ ହୃଦରୋଗର ସବୁଠୁ ବଡ଼ କାରଣ ହେଉଛି ଚାପ। ଆଉ କର୍ମଜୀବୀ ଲୋକମାନେ ବିଶେଷ କରି ଚାପର ଶିକାର ହୁଅନ୍ତି। ତେଣୁ କାର୍ୟ୍ୟରତ ବ୍ୟକ୍ତିମାନେ କିପରି ହୃଦରୋଗକୁ ନିୟନ୍ତ୍ରଣ କରିବେ, ଜାଣନ୍ତୁ ଏହି ଆଲେଖ୍ୟରୁ…ପର୍ୟ୍ୟାପ୍ତ ଶୁଅନ୍ତୁ :- ଚାପ

ସଂସ୍କୃତି

ଜୀବନ ବଦଳାଇ ଦେବ ଚାଣକ୍ୟ ନୀତି

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଶାସ୍ତ୍ର ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଏବଂ ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିଥାଏ।। ଚାଣକ୍ୟଙ୍କ ମୂଲ୍ୟବାନ ଚିନ୍ତାଧାରା ଏବଂ ନୀତି ମନୁଷ୍ୟକୁ କଠିନ ପରିସ୍ଥିତିରେ ମଧ୍ୟ ଠିକ୍ ନିଷ୍ପତ୍ତି ନେବାକୁ ଶିଖାଏ, ଯାହା ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ।ପ୍ରମୁଖ ଚାଣକ୍ୟ ନୀତିସମୟର ସଦୁପଯୋଗ: ଯେଉଁ ବ୍ୟକ୍ତି ସମୟର ମୂଲ୍ୟ ବୁଝେ, ସଫଳତା ତାଙ୍କୁ ନିଶ୍ଚୟ ମିଳେ।ରହସ୍ୟ ଗୋପନ: ନିଜର ଆଗାମୀ ଯୋଜନା ଓ ଦୁର୍ବଳତା କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।ସଚ୍ଚୋଟ ସାଥୀ:

ମନୋରଞ୍ଜନ

ଟେଲିଭିଜନରେ ଡେବ୍ୟୁ କରିବେ ଅଜୟ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ଟେଲିଭିଜନରେ ଡେବ୍ୟୁ କରିବେ। ଦୀର୍ଘ ଦିନ ଧରି ଲୋକପ୍ରିୟତା ହାସଲ କରିଥିବା ସତ୍ୟ ଘଟଣା ଉପରେ ଆଧାରିତ କ୍ରାଇମ ସୋ’ ‘କ୍ରାଇମ ପାଟ୍ରୋଲ’ର ନୂଆ ହୋଷ୍ଟ ଭାବେ ତାଙ୍କୁ ଦେଖିବାକୁ ମିଳିବ। ଏହି ସୋ’ର ପୂର୍ବତନ ହୋଷ୍ଟ ଅନୁପ ସୋନିଙ୍କୁ ସେ ରିପ୍ଲେସ୍ କରିଛନ୍ତି। ଅଜୟ ଏହାର ନୂଆ ପ୍ରୋମୋ ସୁଟିଂ ଶେଷ କରିସାରିଛନ୍ତି ଏବଂ ଏହି ଭିଡିଓ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି। ନିକଟରେ

ବାଣିଜ୍ୟ

ଖସିଲା ସୁନା ଓ ରୁପା ଦାମ୍

ଭୁବନେଶ୍ୱର : ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୯୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୦୫୦ ଟଙ୍କା ଛୁଇଁଛି ।ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୯୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୨,୦୫୦ ଟଙ୍କାକୁ ପହଞ୍ଚିଛି । ସେହିପରି

Scroll to Top