
ଭୁବନେଶ୍ୱର : ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୫୪,୯୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୪୨,୦୫୦ ଟଙ୍କା ଛୁଇଁଛି ।
ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୫୪,୯୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୪୨,୦୫୦ ଟଙ୍କାକୁ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨୪ କ୍ୟାରେଟ ମୂଲ୍ୟ ୧,୫୪,୯୭୦ ଟଙ୍କା ଓ ୨୨ କ୍ୟାରଟେ ମୂଲ୍ୟ ୧,୪୨,୦୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ ୧,୫୫,୧୨୦ ଟଙ୍କା ଓ ୨୨ କ୍ୟାରଟେ ୧,୪୨,୨୦୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରଟେ ମୂଲ୍ୟ ୧,୫୪,୯୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୧,୪୨,୦୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୧,୫୪,୯୭୦ ଓ ୨୨ କ୍ୟାରେଟ ମୂଲ୍ୟ ୧,୪୨,୦୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୨,୪୫,୦୦୦ ଟଙ୍କା ହୋଇଛି ।





