odisha24 Live

Latest News

Latest News

ଟେଲିଭିଜନରେ ଡେବ୍ୟୁ କରିବେ ଅଜୟ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତା ଅଜୟ ଦେବଗନ ଟେଲିଭିଜନରେ ଡେବ୍ୟୁ କରିବେ। ଦୀର୍ଘ ଦିନ ଧରି ଲୋକପ୍ରିୟତା ହାସଲ କରିଥିବା ସତ୍ୟ ଘଟଣା ଉପରେ ଆଧାରିତ କ୍ରାଇମ ସୋ’ ‘କ୍ରାଇମ ପାଟ୍ରୋଲ’ର ନୂଆ ହୋଷ୍ଟ ଭାବେ ତାଙ୍କୁ ଦେଖିବାକୁ ମିଳିବ। ଏହି ସୋ’ର ପୂର୍ବତନ ହୋଷ୍ଟ ଅନୁପ ସୋନିଙ୍କୁ ସେ ରିପ୍ଲେସ୍ କରିଛନ୍ତି। ଅଜୟ ଏହାର ନୂଆ ପ୍ରୋମୋ ସୁଟିଂ ଶେଷ କରିସାରିଛନ୍ତି ଏବଂ ଏହି ଭିଡିଓ ଇଣ୍ଟରନେଟରେ ବେଶ୍ ଭାଇରାଲ ହେବାରେ ଲାଗିଛି। ନିକଟରେ ରିଲିଜ୍ ହୋଇଥିବା ପ୍ରୋମୋ ଭିଡିଓରେ ଅଜୟ ଦେବଗନ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ ଦର୍ଶକଙ୍କୁ ସତର୍କ କରାଇ କହିଛନ୍ତି ଯେ, ପିଲାଦିନେ ଆମକୁ ଅଜଣା ଲୋକଙ୍କଠାରୁ ସାବଧାନ ରହିବାକୁ ଶିକ୍ଷା ଦିଆଯାଉଥିଲା। କିନ୍ତୁ ବର୍ତ୍ତମାନ ସମୟରେ ଅଧିକାଂଶ ଅପରାଧ ନିଜର ପରିଚିତ ଲୋକଙ୍କ ଦ୍ୱାରା ହିଁ ଘଟୁଛି, ଯେଉଁମାନେ ଆପଣଙ୍କ ଘରର ଠିକଣା ଜାଣିଛନ୍ତି ଏବଂ ଆପଣଙ୍କ ସହ ଗୋଟିଏ ଟେବୁଲରେ ବସି ଖାଦ୍ୟ ଖାଉଛନ୍ତି। “ଏଥର କ୍ରାଇମ ପାଟ୍ରୋଲରେ ମୁଁ ଆପଣଙ୍କ ସାଥୀରେ ରହିବି” ବୋଲି ସେ ଦର୍ଶକଙ୍କୁ ପ୍ରତିଶୃତି ଦେଇଛନ୍ତି।

Share In Social Media
Scroll to Top