odisha24 Live

Latest News

Latest News

Author name: RatnaManjari Mohanty

ଅପରାଧ

ସୁପ୍ରିମ୍ କୋର୍ଟରେ ତରୁଣ ତେଜପାଲ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡ ପାଇଥିବା ସାମ୍ବାଦିକ ତରୁଣ ତେଜପାଲ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅଗଷ୍ଟ ୬ ତାରିଖରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ନିମ୍ନ ଅଦାଲତଙ୍କ ନିଷ୍କୃତି ଆଦେଶକୁ ରଦ୍ଦ କରି ୬୨ ବର୍ଷୀୟ ତେଜପାଲଙ୍କୁ ଜଣେ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷର ସଶ୍ରମକାରାଦଣ୍ଡାଦେଶ ଶୁଣାଇଥିଲେ।ଅନ୍ୟପଟେ ଗୋଆ ସରକାର ମଧ୍ୟ ସୁପ୍ରିମ୍ କୋର୍ଟରେ ଏକ

ରାଜନୀତି

ବିଜୟଙ୍କୁ ଭେଟିଲେ ଅମିତ ଶାହା

ତାମିଲନାଡୁ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟଙ୍କୁ ଭେଟିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦକ୍ଷିଣାଞ୍ଚଳ ଆଞ୍ଚଳିକ ପରିଷଦର ବୈଠକରେ ଯୋଗଦେବା ପାଇଁ ଚେନ୍ନାଇରେ ପହଞ୍ଚିଥିବା ଗୃହମନ୍ତ୍ରୀ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ବିଜୟ ସ୍ୱାଗତ କରିଥିଲେ । ଗୃହମନ୍ତ୍ରୀ ଅମିତ ଶାହା ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସହ ସାକ୍ଷାତର ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । କୋଭଲମ୍, ଚେଙ୍ଗଲପଟ୍ଟୁଠାରେ ଅନୁଷ୍ଠିତ ହେବାକୁ ଥିବା ଦକ୍ଷିଣାଞ୍ଚଳ ଆଞ୍ଚଳିକ ପରିଷଦର ୩୧ତମ

ରାଜ୍ୟ

୨୪ରେ ଜନଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଅଗଷ୍ଟ ୨୪ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜନ ଅଭିଯୋଗର ଶୁଣାଣି କରିବେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ବରସ୍ଥିତ ୟୁନିଟ୍-୨ ଅଶୋକ ନଗର ନିକଟ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ)ଠାରେ ସକାଳ ୮ଟାରୁ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଅଗଷ୍ଟ ୧୯ ପୂର୍ବାହ୍ନ ୧୧ଟା ଆରମ୍ଭ ହେବ। ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ବୀକାରପତ୍ର ଏବଂ ବ୍ୟକ୍ତିଗତ ପରିଚୟପତ୍ର ତଥା ନିଜର ଅଭିଯୋଗପତ୍ର ସହ ଉପରୋକ୍ତ

ଶିକ୍ଷା ଓ ନିଯୁକ୍ତି

ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରବୃତ୍ତି

ଭୁବନେଶ୍ୱର : ଓଡ଼ିଶା ସରକାର ବିଦେଶରେ ଉଚ୍ଚଶିକ୍ଷା ପାଇଁ ଏକ ନୂତନ ସ୍କଲାରସିପ୍ ଯୋଜନା ଆରମ୍ଭ କରିଛନ୍ତି। ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଉଭୟ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବର୍ଗର ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ସ୍ନାତକୋତ୍ତର ଏବଂ ବିଦ୍ୟାବାରିଧି ପାଠ୍ୟକ୍ରମରେ ପଢ଼ିବା ପାଇଁ ‘ବିଦେଶ ଶିକ୍ଷାବୃତ୍ତି’ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନା ମାଧ୍ୟମରେ ମୋଟ ୫୦ ଜଣ ପ୍ରାର୍ଥୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବା ଉଚ୍ଚଶିକ୍ଷା

ମନୋରଞ୍ଜନ

ଚର୍ଚ୍ଚାରେ ଲାଗିଲା ରୋକ

ମୁମ୍ବାଇ : ଦୀର୍ଘଦିନ ଧରି ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ରେ ରୋକ ଲାଗୁଛି । କିଛି ଦିନ ହେଲା ଛାଡପତ୍ର ହୋଇପାରେ ବୋଲି ଖବର ସାମ୍ନାକୁ ଆସିଥିଲା। ତେବେ ଏବେ ଏହି ଘଟଣାରେ ନୂଆ ମୋଡ଼ ଆସିଛି। ଅଗଷ୍ଟ ୧୯ ତାରିଖ ସକାଳେ ସୁନିତା ଆହୁଜାଙ୍କୁ ମୁମ୍ବାଇର ଫ୍ୟାମିଲି କୋର୍ଟ ବାହାରେ ଦେଖିବା ପରେ ଛାଡପତ୍ର ଚର୍ଚ୍ଚା ଆହୁରି ଜୋର ଧରିଥିଲା। କିନ୍ତୁ ଗୋବିନ୍ଦାଙ୍କ

ବାଣିଜ୍ୟ

ପୁଣି ମହାଙ୍ଗା ମାଡ଼

ଭୁବନେଶ୍ୱର : ବନ୍ୟା ପାଇଁ ଖାଉଟିଙ୍କ ପିଠିରେ ମହଙ୍ଗା ମାଡ଼। ବନ୍ୟା ସମୟରେ ଦରବୃଦ୍ଧି ଲୋକମାନଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ସାଜିଛି । ଚିନି କିଲୋ ୬୦କୁ ଚୁଡ଼ା କିଲୋ ୪୫ ଟଙ୍କାରେ ପହଞ୍ଚିଛି । ମାସେ ଭିତରେ ଚିନି କିଲୋ ପ୍ରତି ୨୦ ଟଙ୍କା ବଢ଼ିଥିବା ବେଳେ ଚୁଡ଼ା କିଲୋ ପ୍ରତି ୫ ଟଙ୍କା ବୃଦ୍ଧି ପାଇଛି। ମାସେ ତଳେ ଚିନି କିଲୋ ୪୦ ଟଙ୍କାରେ ବିକ୍ରି ହେଉଥିଲା । କିନ୍ତୁ

ଦେଶ

ଅସମ୍ମାନ କଲେ ସମ୍ପତ୍ତିରୁ ବେଦଖଲ କରିବେ ପିତାମାତା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଣି କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନ ସାରା ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି । ନିଜ ଘରେ ସମ୍ମାନର ସହ ରହିବା ବୃଦ୍ଧ ମାତାପିତାଙ୍କ ଅଧିକାର। ପୁଅ କିମ୍ବା ବୋହୂ ଘରେ ରହିବା ଦ୍ବାରା ବୃଦ୍ଧ ମାତାପିତାଙ୍କ ଭରଣପୋଷଣ କିମ୍ବା ସୁରକ୍ଷାରେ ସମସ୍ୟା ସୃଷ୍ଟି ହେବା ଅନୁଚିତ। ଯଦି ଏପରି ହୁଏ ତେବେ, ମାତାପିତା ନିଜ ସମ୍ପତ୍ତିରୁ ସନ୍ତାନଙ୍କୁ ବେଦଖଲ କରିପାରିବେ। ଏ ନେଇ ଟ୍ରାଇବ୍ୟୁନାଲ ମଧ୍ୟ

ଦେଶ

ତେଲ ଟାଙ୍କିରେ ଭୟଙ୍କର ବିସ୍ଫୋରଣ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବଡ଼ ଦୁର୍ଘଟଣାର ଖବର ଆସିଛି । ମୁଣ୍ଡକାର ଟିକ୍ରି କଲାନ ଅଞ୍ଚଳରେ ଏକ ସିଏନଜି ପମ୍ପରେ ତେଲ ଭର୍ତ୍ତି କରିବା ସମୟରେ ଏକ ଟ୍ରକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଘଟଣା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣ ପରେ ଲୋକମାନେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ିଥିଲେ। ଖବର ପାଇବା ମାତ୍ରେ ଦମକଳ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ

କ୍ରୀଡା

ବିଶ୍ୱ ଦେଖିବ ହ୍ୟୁମାନଏଡ୍ ର କମାଲ

ବେଜିଂ : ଚୀନର ବେଜିଂଠାରେ ଦ୍ଵିତୀୟ ‘ୱାର୍ଲ୍ଡ ହ୍ୟୁମାନଏଡ୍ ରୋବଟ୍ ଗେମ୍ସ’ ବା ‘ରୋବଟ୍ ଅଲିମ୍ପିକ୍ସ’ ଆୟୋଜିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ଅଗଷ୍ଟ ୨୨ ରୁ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଶ୍ୱର ବିଭିନ୍ନ ଦେଶରୁ ଆସିଥିବା ଅତ୍ୟାଧୁନିକ ହ୍ୟୁମାନଏଡ୍ ରୋବଟ୍ (ମଣିଷ ଭଳି ଦେଖାଯାଉଥିବା ରୋବଟ୍) ନିଜର ଦକ୍ଷତା ପ୍ରଦର୍ଶନ କରିବେ। ସୂଚନା ଅନୁଯାୟୀ, ଚଳିତବର୍ଷ ପ୍ରତିଯୋଗିତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । କ୍ରୀଡ଼ାଭିତ୍ତିକ ପ୍ରତିଯୋଗିତା ଓ ବାସ୍ତବ ପରିସ୍ଥିତିଭିତ୍ତିକ ପ୍ରତିଯୋଗିତାରେ

ବିଦେଶ

ଆକାଶରୁ ଖସିପଡ଼ିଲା ହେଲିକପ୍ଟର

ନାଇରୋବି : କେନିଆର ସାମ୍ବୁରୁ କାଉଣ୍ଟିରେ ଏକ ଭୟାବହ ହେଲିକପ୍ଟର ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଇକ୍ୱାଡୋରର ଗୁଇନ୍ଦା ମୁଖ୍ୟ ମିକେଲ ସେନ୍ସି-କୋଣ୍ଟୁଗି, ତାଙ୍କ ପତ୍ନୀଙ୍କ ସମେତ ମୋଟ ୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫ ଜଣ ଆମେରିକୀୟ ନାଗରିକଙ୍କ ସହ ଇକ୍ୱେଡରର ଜଣେ ବରିଷ୍ଠ ଅଧିକାରୀ ଏବଂ ଜଣେ ଆମେରିକୀୟ ସାମ୍ବାଦିକ ଥିବା ସୂଚନା ମିଳିଛି। ଲୋଇସାବା ଅଭୟାରଣ୍ୟରୁ ହେଲିକପ୍ଟରରେ ଆକାଶ ସଫାରି କରିବାକୁ ବାହାରିଥିବା ବେଳେ ଏହି ଯାତ୍ରା ମୃତ୍ୟୁର

Scroll to Top