
ବାସ୍ତୁ ଶାସ୍ତ୍ର ଅନୁଯାୟୀ ଫିଟିକିରି ଏକ ଅତି ଶକ୍ତିଶାଳୀ ଉପାଦାନ। ଏହା ଘରୁ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକତା ଆଣିଥାଏ। ବିଶେଷକରି ଆର୍ଥିକ ସମସ୍ୟା । ଏହା ସହିତ ଘରେ ଥିବା ନକରାତ୍ମକ ସମସ୍ୟା ଦୂର ହୋଇଯାଏ ବୋଲି ମଧ୍ୟ କୁହାଯାଏ । କୁହାଯାଏ, ଘରେ ଖଣ୍ଡେ ଫିଟିକିରି ରଖିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଫେରିଥାଏ । କେବଳ ସେତିକି ନୁହେଁ ଫିଟିକିରି ମିଶା ପାଣିରେ ଗାଧୋଇବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳେ । ଘରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ବାଥରୁମରେ ଏକ ପାତ୍ରରେ ଖଣ୍ଡେ ଫିଟିକିରି ରଖନ୍ତୁ । ଧ୍ୟାନ ରଖିବେଯେ ଯେପରି ଏହା ଉପରେ ଅନ୍ୟ କାହାର ନଜର ନ ପଡ଼େ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଯିବ । ଏହାକୁ ବାଦ୍ ଦେଲେ ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ ଘରର ପ୍ରତ୍ୟେକ ବଖରାରେ ଫିଟିକିରି ରଖନ୍ତୁ । ଏହାଦ୍ୱାରା ବାସ୍ତୁଦୋଷ ଦୂର ହୋଇଯିବ । ପ୍ରାୟ ୫୦ ଗ୍ରାମ ଫିଟିକିରିର ଟୁକୁଡ଼ାକୁ ଘର କିମ୍ବା ଅଫିସର କୌଣସି କୋଣରେ ଲୁଚାଇ ରଖନ୍ତୁ । ଯେପରି ସେଠାରେ କାହାର ନଜର ନ ପଡ଼େ । ଏହା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇପାରିବ । କିଛି ଦିନ ପରେ ଏହି ଟୁକୁଡ଼ାକୁ ବଦଳାଇ ଦିଅନ୍ତୁ । ଭୟାନକ ସ୍ୱପ୍ନ ଏବଂ ଅଜଣା ଭୟରୁ ବଂଚିବା ପାଇଁ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ତକିଆ ନିକଟରେ ରଖନ୍ତୁ ।
ଦୋକାନରେ ଗ୍ରାହକଙ୍କ ସଂଖ୍ୟା ବଢାଇବା ପାଇଁ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ମେନ ଗେଟ ଉପରେ ଲଗାନ୍ତୁ । ବାଥରୁମରେ ଏକ ଛୋଟ ଫିଟିକିରି ଖଣ୍ଡ ରଖନ୍ତୁ । ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିନଥାଏ । ମାସକୁ ଥରେ ଏହାକୁ ବଦଳାନ୍ତୁ ।
ରାତିରେ ପଲଙ୍ଗ ତଳେ ଏକ ଗ୍ଲାସ ଜଳରେ ଫିଟିକିରିର କିଛି ଟୁକୁଡ଼ା ପକାନ୍ତୁ । ସକାଳେ ଏହାକୁ ଓସ୍ତ ଗଛ ମୂଳରେ ଢାଳିଦିଅନ୍ତୁ । ଏଭଳି କରିବା ଦ୍ୱାରା ଘରେ ଲାଗି ରହୁଥିବା କଳହ ଦୂର ହେବ ।





