ଖୁବଶୀଘ୍ର ଲାଗୁ ହେବ ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥା
ପୁରୀ : ଶ୍ରୀମନ୍ଦିରରେ ଆସୁଛି ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥା । ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କୁ ଶୃଙ୍ଖଳିତ ଓ ସୁବିଧାଜନକ ଦର୍ଶନ ଦେବା ଲକ୍ଷ୍ୟରେ ଏହି ବ୍ୟବସ୍ଥା କରାଯାଉଛି। ସାତପାହାଚରୁ ଧାଡ଼ି ଦର୍ଶନ ଆରମ୍ଭ ହୋଇ ନାଟମଣ୍ଡପରେ ନିର୍ମିତ ସ୍ୱତନ୍ତ୍ର ରାମ୍ପ ମାଧ୍ୟମରେ ଭକ୍ତମାନେ ଆଗକୁ ବଢ଼ି ମହାପ୍ରଭୁଙ୍କ ଦର୍ଶନ କରିବେ। ଏନେଇ ବିଶେଷଜ୍ଞ ଟିମ୍ର ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ସୂଚନା ରହିଛି।ଆଇଆଇଟି ଭୁବନେଶ୍ୱରର ବିଶେଷଜ୍ଞମାନେ ଧାଡ଼ି ଦର୍ଶନ ପାଇଁ ବିଭିନ୍ନ ମଡେଲ୍ ପ୍ରସ୍ତୁତ କରିଥିଲେ।









