
କଲମ୍ବୋ : ରବିବାର ଆରମ୍ଭ ହୋଇଥିବା ଭାରତ-ଶ୍ରୀଲଙ୍କା ୨ୟ ଟେଷ୍ଟର ପ୍ରଥମ ଦିନରେ ପଡ଼ିଆରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ଟିମ୍ ଇଣ୍ଡିଆ ବାମହାତୀ ଭାରତୀୟ ଓପନର ଜୟସୱାଲଙ୍କ ମ୍ୟାଚ୍ ଫି ୨୫ ପ୍ରତିଶତ ହ୍ରାସ କରାଯାଇଛି । ତାଙ୍କୁ ୩.୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡିବ । ସେହିପରି ଅସିଥାଙ୍କ ୨୫ ପ୍ରତିଶତ ମ୍ୟାଚ୍ ଫି ମଧ୍ୟ କଟାଯିବ । ତେବେ ମ୍ୟାଚ୍ ଫି କମ୍ ଥିବାରୁ ତାଙ୍କ ଟଙ୍କା କମ୍ କଟାଯିବ । ଉଭୟଙ୍କୁ ଗୋଟିଏ ଲେଖାଏଁ ଡିମେରିଟ୍ ପଏଣ୍ଟ ଦିଆଯାଇଛି । ଉଭୟ ଖେଳାଳି ଆଚରଣ ସଂହିତାର ୨.୧୨ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
କଲମ୍ବୋରେ ରବିବାର ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟର ୧୭ ତମ ଓଭରରେ ଜୟସୱାଲ ଏବଂ ଫର୍ଣ୍ଣାଣ୍ଡୋଙ୍କ ମଧ୍ୟରେ ମାହୋଲ ସରଗରମ ହୋଇଥିଲା । ଜୟସୱାଲଙ୍କୁ ବୋଲିଂ କରିବା ପରେ ଫର୍ନାଣ୍ଡୋ କିଛି କହିଥିଲେ । ଏହା ପରେ ଜୟସୱାଲ ତାଙ୍କ ଆଡକୁ ଆସିଥିଲେ । ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଉଭୟ ଖେଳାଳି ସେମାନଙ୍କ ଅପରାଧ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁହେଁ ନିଜର ଭୁଲକୁ ସ୍ବୀକାର କରିଛନ୍ତି ।
ଦୁଇଟି ଯାକ ଟେଷ୍ଟ ମ୍ୟାଚରେ ଜୟସୱାଲ ବଡ଼ ଇନିଂସ ଖେଳିନାହାନ୍ତି । ଜୟସୱାଲ ୫୩ ବଲରେ ୪୫ ରନ୍ କରିଛନ୍ତି । ସେହିପରି ପ୍ରଥମ ଟେଷ୍ଟ ମ୍ୟାଚରେ ଯଥାକ୍ରମେ ୩୨, ୦ ରନ୍ କରିଥିଲେ।





