odisha24 Live

Latest News

Latest News

ଭକ୍ତିମୟ ପରିବେଶ: କାର୍ତ୍ତିକ ତୃତୀୟ ସୋମବାର ଓ ସଂକ୍ରାନ୍ତିରେ ଜମୁଛି ଭକ୍ତଙ୍କ ଭିଡ଼

ପବିତ୍ର କାର୍ତ୍ତିକ ମାସର ତୃତୀୟ ସୋମବାର ଏବଂ ବିଛା ସଂକ୍ରାନ୍ତିର ଏକ ଅତ୍ୟନ୍ତ ଶୁଭ ସଂଯୋଗ ପଡ଼ିଛି। କାର୍ତ୍ତିକ ମାସର ସୋମବାର ଓ ସଂକ୍ରାନ୍ତି ଗୋଟିଏ ଦିନରେ ପଡ଼ିଥିବାରୁ ଓଡ଼ିଶାର ବିଭିନ୍ନ ଶୈବପୀଠ ଓ ମନ୍ଦିରମାନଙ୍କରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।କାର୍ତ୍ତିକ ମାସର ପ୍ରତିଟି ସୋମବାର ଭଗବାନ ଶିବଙ୍କ ଆରାଧନା ପାଇଁ ଅତ୍ୟନ୍ତ ପବିତ୍ର ଅଟେ। ଆଜିର ଦିନରେ ଭକ୍ତମାନେ ଉପବାସ ରହି ଶୈବପୀଠରେ ଜଳାଭିଷେକ ଓ ଦୀପଦାନ କରିଥାନ୍ତି।

ସୌର ଗଣନା ଅନୁଯାୟୀ ଆଜି ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିଛନ୍ତି, ଯାହା ଫଳରେ ଓଡ଼ିଆ ସୌର ମାସ ମାର୍ଗଶିର ଆରମ୍ଭ ହୋଇଛି। ସଂକ୍ରାନ୍ତି ଦିନ ସୂର୍ଯ୍ୟଦେବଙ୍କ ପୂଜା, ପବିତ୍ର ନଦୀରେ ସ୍ନାନ ଏବଂ ଦାନଧର୍ମ କରିବାର ବିଶେଷ ମହତ୍ତ୍ୱ ରହିଛି।

ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ ସମେତ ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିର, କପିଳାସ ଓ ଲୋକନାଥ ପୀଠରେ ଆଜି ସ୍ୱତନ୍ତ୍ର ପୂଜାର୍ଚ୍ଚନା ଏବଂ ବେଶ ଅନୁଷ୍ଠିତ ହେଉଛି।

Share In Social Media
Scroll to Top