odisha24 Live

Latest News

Latest News

ସମାପ୍ତ ହେଲା ଧୋନୀ ଯୁଗ: ଆଇପିଏଲରୁ ଅବସର ନେଲେ ‘କ୍ୟାପଟେନ୍ କୁଲ୍’

ନୂଆଦିଲ୍ଲୀ: ୨୦୨୭ ଆଇପିଏଲ ପୂର୍ବରୁ ଚେନ୍ନାଇକୁ ବଡ ଝଟକା । ଆଇପିଏଲରୁ ଅବସର ନେଲେ ମହେନ୍ଦ୍ର ସିଂ ଧୋନୀ । ୧୮ ବର୍ଷର ଆଇପିଏଲ କ୍ୟାରିୟରରେ ପଡିଲା ପୂର୍ଣ୍ଣଚ୍ଛେଦ । ଆଇପିଏଲରେ ୨୭ଟି ମ୍ୟାଚ ଖେଳିଛନ୍ତି ଧୋନୀ । ସେହିପରି ୫୪୩୯ ରନ କରିଛନ୍ତି । ଆଇପିଏଲରେ ୧୩୭. ୪୫ ଥିଲା ଧୋନୀଙ୍କ ଷ୍ଟ୍ରାଇକ ରେଟ । ଆଇପିଏଲରେ ୨୭୮ ମ୍ୟାଚ ଖେଳିଛନ୍ତି ଧୋନୀ । ଚେନ୍ନାଇକୁ ୫ ଥର ଚାମ୍ପିଅନ କରିଛନ୍ତି ଧୋନୀ । ୨୦୧୦, ୨୦୧୧, ୨୦୧୮,୨୦୨୧ ଓ ୨୦୨୩ ଚାମ୍ପିଅନ କରାଇଥିଲେ । ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ୨୦୨୦ରହୁ ଦିନିକିଆ ମ୍ୟାଚରେ ଅବସର ନେଇଥିଲେ । ୨୦୧୪ରେ ଟେଷ୍ଟ କ୍ରିକେଟରୁ ନେଇଥିଲେ ଅବସର । ଏକ ନୂଆ ଭୂମିକାରେ ଅବତୀର୍ଣ୍ଣ ହେବେ ଧୋନୀ । ଚେନ୍ନାଇ ସୁପର କିଙ୍ଗସର ମେଣ୍ଟର ହେବେ ଧୋନୀ ।

ଚେନ୍ନାଇ ସୁପର କିଙ୍ଗସ୍ ସେମାନଙ୍କର ଟ୍ୱିଟରରେ ଏମଏସ ଧୋନିଙ୍କ ନାମ ନେଇ ଟ୍ୱିଟ୍ କରିଛି ଯେ “ଏକ ଖେଳାଳି ଯିଏ ଜୀବନରେ ଥରେ ଆସିଥାଏ। ଏକ ନୂତନ ଭୂମିକା। ଏକ ବନ୍ଧନ ଯାହା ଚିରସ୍ଥାୟୀ ରହିବ – ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର କିଙ୍ଗସ୍ ର ଟିମ୍ ମେଣ୍ଟର ଭାବରେ ଦାୟିତ୍ୱ ନେବେ! ଅଗଣିତ ବିଜୟ, କଠିନ ସମୟ ଏବଂ ଚିରସ୍ଥାୟୀ ସ୍ମୃତି ମାଧ୍ୟମରେ, ଏମଏସ ଆରମ୍ଭରୁ ଆମ ଯାତ୍ରାର ହୃଦୟରେ ରହିଆସିଛନ୍ତି। ଆମକୁ ଗୌରବ ଆଡ଼କୁ ନେଇଯିବା ଠାରୁ ସୁପର କିଙ୍ଗସ୍ ର ପରବର୍ତ୍ତୀ ପିଢ଼ିକୁ ମାର୍ଗଦର୍ଶନ କରିବା ପର୍ଯ୍ୟନ୍ତ, ଥାଲା ସର୍ବଦା ଆମର ପରିଚୟର ଏକ ଅଂଶ ରହିବ। ଏବଂ ଚେନ୍ନାଇ ସର୍ବଦା ତାଙ୍କର ଘର ହେବ

Share In Social Media
Scroll to Top