
ଜଗତସିଂପୁର: ମଝି ସମୁଦ୍ରରେ ବଡ଼ ଅଘଟଣ ଟଳିଲା । ମଝି ସମୁଦ୍ରରେ ବୁଡ଼ିଯାଉଥିବା ଜାହାଜକୁ ଉଦ୍ଧାର କଲା ପାରାଦୀପ ବନ୍ଦର । ବଞ୍ଚିଗଲା ୨୭ ଜୀବନ । ପାରାଦୀପ ବନ୍ଦରର ବଡ଼ ସଫଳତା । ପ୍ରୋପେଲର ଶାଫ୍ଟ ଭାଙ୍ଗି ମଝି ସମୁଦ୍ରରେ ଫସିଥିଲା ଏମଭି ବିଶ୍ୱ ଉଦୟ । ପାରାଦୀପ ବନ୍ଦରର ତ୍ୱରିତ ପଦକ୍ଷେପରେ ବର୍ତ୍ତିଲେ ୨୭ ନାବିକ । ସମୁଦ୍ରରେ ବୁଡ଼ି ଯାଉଥିଲା ଏମଭି ବିଶ୍ୱ ଉଦୟ । ଉଦ୍ଧାର କଲା ପାରାଦୀପ ବନ୍ଦର । ଭାରତୀୟ ସିପିଂ କର୍ପୋରେସନ (ଏସସିଆଇ) ଲିମିଟେଡ୍ ପକ୍ଷରୁ ଏକ ଜରୁରୀ ଯୋଗାଯୋଗ ପରେ
ଏହି ଅଭିଯାନ ଆରମ୍ଭ କରାଯାଇଥିଲା। ଜାହାଜ ଭିତରେ ଜଳ ପ୍ରବେଶ କରିଥିଲା । ହଳଦିଆ ପୋର୍ଟରୁ ବିଦେଶ ଯାଉଥିବା ଏମଭି ବିଶ୍ଵ ଉଦୟର ପ୍ରୋପେଲର ଶାଫ୍ଟ ଭାଙ୍ଗି ଯିବାରୁ ଏଥିରେ ମଝୀ ସମୁଦ୍ରରେ ପାଣି ପଶିଲା । ଜାହାଜଟି ଭାରସାମ୍ୟ ହରାଇବାକୁ ଯାଉଥିବା ବେଳେ ସେଥିରେ ଥିବା ୨୭ ସଦସ୍ୟ ବିପଦରେ ପଡିଥିଲେ ।
ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ତୁରନ୍ତ ସମସ୍ତ୍ ଟେକନିକାଲ ଟିମ୍ ଗୁଡିକୁ ଏକତ୍ରୀତ କରି ଜାହାଜ ନିକଟକୁ ଯାତ୍ରା ଆରମ୍ଭ କରିଥିଲା । ସାମୁଦ୍ରିକ ପ୍ରଶାସନ ମହାନିର୍ଦ୍ଦେଶାଳୟ (ଡିଜିଏମଏ)ର ଅନୁମୋଦନ ସହିତ, ଦୁଇଟି ପିପିଏ ଟଗ୍, ଡଲଫିନ୍ ୨୫ ଏବଂ ଡଲଫିନ୍ ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।





