
ଭୁବନେଶ୍ୱର : ଓଡ଼ିଶାରେ ସାଧାରଣ ଜନତାଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨୦ତମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ଲୋକେ ସେମାନଙ୍କର ଅଭିଯୋଗ ସିଧାସଳଖ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚାଇ ପାରୁଛନ୍ତି। ଏହି ଶୁଣାଣି ଭୁବନେଶ୍ୱରର ଅଶୋକ ନଗରର ୟୁନିଟ୍-୨ ସ୍ଥିତ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହୋଇଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସୁରେଶ ପୂଜାରୀ ଓ କୃଷ୍ଣ ଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଅଭିଯୋଗ ଶୁଣାଣି ରାଜ୍ୟର ଜନ ଶୁଣାଣି ଅଭିଯାନର ଏକ ଅଂଶ। ଯାହା ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରୀ ଅଧିକାରୀଙ୍କ ସହ ସେମାନଙ୍କର ସମସ୍ୟା ବିଷୟରେ କହିପାରିବେ। ଆଜି ୧୬ ଭିନ୍ନକ୍ଷମ , ଜଟିଳ ରୋଗରେ ପୀଡିତଙ୍କୁ ତ୍ୱରିତ ସହାୟତା ମିଳିଛି । ୧୬ ଜଣଙ୍କୁ ସିଙ୍ଗଲ ୱିଣ୍ଡୋରେ ୧୪ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଇଛି । ୨୦୨୪ ଜୁଲାଇ ୧ରୁ ଆଜି ଯାଏଁ ୨ ଲକ୍ଷ ୬୯ ହଜାର ଅଭିଯୋଗ ଆସିଛି । ଏଥିମଧ୍ୟରୁ ୨ ଲକ୍ଷ ୩୩ ହଜାର ସମାଧାନ ହୋଇଛି, ଯାହା ୮୭% ସଫଳତା ହୋଇଛି । ପ୍ରତିଟି ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।





