odisha24 Live

Latest News

Latest News

ଆଜି ମିଳୁଛି ‘ସୁଭଦ୍ରା’ ଟଙ୍କା,ମିଳିବ ପଞ୍ଚମ କିସ୍ତି

ଭୁବନେଶ୍ୱର : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ମହିଳାଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ମହିଳାଙ୍କୁ ମିଳିବ ଯୋଜନାର ପଞ୍ଚମ କିସ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।
ନୟାଗଡ଼ ଜିଲ୍ଲାର ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଏଥିପାଇଁ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ବଡ଼ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନାର ଅର୍ଥ ପ୍ରଦାନ କରିବେ। ୧ କୋଟି ୩ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଟଙ୍କା ।ଚଳିତଥର ‘ସୁଭଦ୍ରା’ ଯୋଜନାରେ ମୋଟ୍ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀ ଟଙ୍କା ପାଇବେ। ଏଥିପାଇଁ ସରକାରଙ୍କ ପକ୍ଷରୁ ୫ ହଜାର ୧୬୦ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ଖର୍ଚ୍ଚ ହେବ। ଡିବିଟି ମାଧ୍ୟମରେ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ।ଏହି ଟଙ୍କା ପାଇବାକୁ ଥିବା ମହିଳାମାନେ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ। ରାକ୍ଷୀ ପୂର୍ଣ୍ଣିମା ଭଳି ଏକ ବିଶେଷ ଦିନରେ ଏହି ଟଙ୍କା ମିଳିବାକୁ ଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।

Share In Social Media
Scroll to Top