odisha24 Live

Latest News

Latest News

ଅପରାଧ

ଅପରାଧ

ବିଏମସି ଜାଲରେ ମିଠା ଦୋକାନ

ଭୁବନେଶ୍ୱର : ରାଖୀ ପୂର୍ଣ୍ଣିମା ପୂର୍ବରୁ ରାଜଧାନୀରେ ବିଭିନ୍ନ ମିଠା ଦୋକାନରେ ଚଢ଼ାଉ କରାଯାଇଛି । ନକଲି ଛେନା ଓ ପନିର ମିଶ୍ରଣ କରି ମିଠା ପ୍ରସ୍ତୁତ ହେଉଥିବା ସନ୍ଦେହରେ ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏହି ଯାଞ୍ଚ କରିଛନ୍ତି । ଆଗକୁ ରାଖି ପୂର୍ଣ୍ଣିମା ଥିବାରୁ ବଜାରରେ ମିଠାର ଚାହିଦା ବଢ଼ିବ । ଏହାର ସୁଯୋଗ ନେଇ ଯେପରି ନକଲି ଓ ଅପମିଶ୍ରିତ ମିଠା ବିକ୍ରି ନହୁଏ, ସେଥିପାଇଁ ବିଭାଗ ପକ୍ଷରୁ ଯାଞ୍ଚକୁ ଜୋରଦାର କରାଯାଇଛି ।ଗତ […]

ଅପରାଧ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଜଗତସିଂହପୁର : ଦୁର୍ନୀତି ଅଭିଯୋଗରେ ସରକାରୀ କର୍ମଚାରୀଙ୍କ ଘରେ ଚଢ଼ାଉ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ଅବସରପ୍ରାପ୍ତ ସିନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଭଞ୍ଜକିଶୋର ବେହେରାଙ୍କ ପାଟେଣିଗାଁ ଘରେ ଚଢ଼ାଉ କରିଛି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକର ତତ୍କାଳୀନ ସିନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଭଞ୍ଜ କିଶୋର ବେହେରା, ପଞ୍ଚାୟତ ଏକଜିକ୍ୟୁଟିଭ ଅଫିସର ପ୍ରଦୀପ୍ତ କୁମାର ମଲ୍ଲିକ ୨୦୧୧-୧୨ ଏବଂ ୨୦୨୧-୨୨ରେ ସରକାରୀ ଅର୍ଥ ହଡ଼ପ କରିଥିବା ନେଇ ଅଭିଯୋଗ ହୋଇଥିଲା ।ତାଙ୍କ

ଅପରାଧ

ଭୁଲ୍ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ

ଭଦ୍ରକ: ଭୁଲ୍ ଇଞ୍ଜେକ୍ସନରୁ ରୋଗୀ ମୃତ୍ୟୁ ଅଭିଯୋଗ । ହସ୍ପିଟାଲରେ ଉତ୍ତେଜନା ଦେଖାଦେଇଛି । ଭଦ୍ରକ ଜିଲ୍ଲା ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖାଦେଇଛି । ସୂଚନା ଅନୁସାରେ, ତିହିଡି ବ୍ଲକ ବଉଳପାଳ ଗ୍ରାମର ମାୟାଧର ସେଠୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ପରିବାର ଲୋକେ ତୁରନ୍ତ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡ୍ୟୁଟିରେ ଥିବା ଡାକ୍ତର ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସହ ଏକାଧିକ ଇଞ୍ଜେକ୍ସନ୍‌ ଦେଇଥିବା ପରିବାର ପକ୍ଷରୁ କୁହାଯାଇଛି ।

ଅପରାଧ

ବନ୍ଧା ହେଲେ ପୁଲିସ ବାବୁ

ବାରିପଦା: ଆଇନ ରକ୍ଷା କରୁଥିବା ପୁଲିସ ବାବୁଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଏବଂ ପରେ ପ୍ରତାରଣା କରିଥିବା ଅଭିଯୋଗରେ ବାରିପଦା ଟାଉନ ଥାନାରେ କାର୍ଯ୍ୟରତ ଏସ୍ଆଇ ପ୍ରଭାତ କୁମାର ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି।ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଫେସବୁକ୍ ଜରିଆରେ ଏସ୍ଆଇ ପ୍ରଭାତ ନାୟକଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ପରେ ପରିଚୟ ପ୍ରେମରେ ପରିଣତ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଏସ୍ଆଇ

ଅପରାଧ

ଭିଜିଲାନ୍ସ ଜାଲରେ ତହସିଲଦାର

ରାଉରକେଲା: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର-କମ୍-ସବ୍‌ରେଜିଷ୍ଟ୍ରାର ମୁରଲୀଧର ଉର୍ମଳ। ୫ ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ, ଲାଠିକଟା ତହସିଲ ଅଫିସ୍‌ରୁ ରାଉରକେଲା ଆସୁଥିବା ବାଟରେ ତହସିଲଦାରଙ୍କୁ ଭିଜିଲାନ୍ସ ଟିମ୍‌ ଅଟକାଇଥିଲା। ତାଙ୍କ କାର୍‌ରୁ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଟଙ୍କାର ଉତ୍ସ ଓ ଏହା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି।ଅନ୍ୟପକ୍ଷରେ, ତହସିଲଦାର

ଅପରାଧ

ସ୍କୁଲରେ ପ୍ରିନ୍ସିପାଲଙ୍କୁ ହତ୍ୟା

ହାଇଦ୍ରାବାଦ: ତେଲଙ୍ଗାନାର ନଲଗୋଣ୍ଡା ଜିଲ୍ଲାରେ ଜଣେ ସ୍କୁଲର ପ୍ରିନ୍ସିପାଲଙ୍କୁ ହତ୍ୟା କରିବା ଅଭିଯୋଗରେ ଦୁଇଜଣ ଦଶମ ଶ୍ରେଣୀ ଛାତ୍ରଙ୍କୁ ଗିରଫ କରିଛି ପୋଲିସ । ସ୍କୁଲ୍‌ର ପ୍ରିନ୍ସିପାଲ୍‌ଙ୍କୁ ୨୭ ଥର ଛୁରି ଭୁସି ହତ୍ୟା ଅଭିଯୋଗରେ ଦୁଇ ନାବାଳକ ପୂର୍ବତନ ଛାତ୍ରଙ୍କୁ ପୁଲିସ ଅଟକ ରଖିଛି । ତେବେ ଏହି ଜଘନ୍ୟ ହତ୍ୟାକାଣ୍ଡର ରହସ୍ୟ ଖୋଲିବାରେ ସହାୟକ ହୋଇଛି ମାତ୍ର ଗୋଟିଏ ଶବ୍ଦ ‘ବାବୁ’ । ଘଟଣାଟି ନଲଗୋଣ୍ଡା ଜିଲ୍ଲାର। ଅଗଷ୍ଟ ୧୧ ତାରିଖରେ ସ୍କୁଲ୍‌ ପ୍ରିନ୍ସିପାଲ୍‌

ଅପରାଧ

ସୁପ୍ରିମ୍ କୋର୍ଟରେ ତରୁଣ ତେଜପାଲ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ୧୦ ବର୍ଷର ଜେଲ୍ ଦଣ୍ଡ ପାଇଥିବା ସାମ୍ବାଦିକ ତରୁଣ ତେଜପାଲ ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍‌ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଅଗଷ୍ଟ ୬ ତାରିଖରେ ବମ୍ବେ ହାଇକୋର୍ଟଙ୍କ ଗୋଆ ବେଞ୍ଚ ନିମ୍ନ ଅଦାଲତଙ୍କ ନିଷ୍କୃତି ଆଦେଶକୁ ରଦ୍ଦ କରି ୬୨ ବର୍ଷୀୟ ତେଜପାଲଙ୍କୁ ଜଣେ ମହିଳା ସହକର୍ମୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷର ସଶ୍ରମକାରାଦଣ୍ଡାଦେଶ ଶୁଣାଇଥିଲେ।ଅନ୍ୟପଟେ ଗୋଆ ସରକାର ମଧ୍ୟ ସୁପ୍ରିମ୍ କୋର୍ଟରେ ଏକ

ଅପରାଧ

ମୁକ୍ତିକୁ ଅପେକ୍ଷା ଦାରା ସିଂ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କ ହତ୍ୟା ମାମଲାରେ ଦାରା ସିଂ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ତାଙ୍କର ପ୍ରକୃତ ନାଁ ହେଲା ରବୀନ୍ଦ୍ର କୁମାର ପାଲ । ସେ ଦାରା ସିଂ ଭାବେ ପରିଚିତ । ଦାରା ସିଂଙ୍କ ମୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବାକୁ ଓଡ଼ିଶା ବନ୍ଦୀ ମୁକ୍ତି ସମୀକ୍ଷା ବୋର୍ଡକୁ ଆଉ ଏକ ଶେଷ ସୁଯୋଗ ଦେଇଛନ୍ତି ସୁପ୍ରିମକୋର୍ଟ ।ପୂର୍ବ ଶୁଣାଣିରେ ଆଜି ସୁଦ୍ଧା ଦାରା ସିଂଙ୍କ ମୁକ୍ତି

ଅପରାଧ

ଫାଶୀ ପରିବର୍ତ୍ତେ ବିଷାକ୍ତ ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଫାଶୀ ଦେବା ପ୍ରକ୍ରିୟାକୁ ବନ୍ଦ କରି ତାହା ବଦଳରେ କମ୍‌ ଯନ୍ତ୍ରଣାଦାୟକ ବିକଳ୍ପ ପ୍ରଣାଳୀ ଆଣିବା ଦାବିରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଖାରଜ କରିଛନ୍ତି। ଫାଶୀ ଦଣ୍ଡର ସାମ୍ବିଧାନିକ ବୈଧତାକୁ ବଜାୟ ରଖି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଦେଶରେ ବର୍ତ୍ତମାନ ପାଇଁ ଫାଶୀ ଦଣ୍ଡ ଦେବା ପଦ୍ଧତି ରହିବ । ବିଚାରପତି ବିକ୍ରମନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏକ ଆବେଦକୁ ଖାରଜ କରିଦେଇଛନ୍ତି । ଫାଶୀ ଦଣ୍ଡ

ଅପରାଧ

ବ୍ୟବସାୟୀ ଅପହରଣ ମାମଲାରେ ନୂଆ ମୋଡ଼

ବଲାଙ୍ଗିର: ବ୍ୟବସାୟୀ ନରେନ୍ଦ୍ର ସାହୁ ଅପହରଣ ମାମଲାରେ ନୂଆ ଟ୍ବିଷ୍ଟ। ଘଟଣା ପଛରେ ସାମନାକୁ ଆସିଲା ପୋଲିସର ସମ୍ପୃକ୍ତି। ମହିଳା ଏସଆଇ ସ୍ନେହାମଞ୍ଜରୀ ସାହୁ ଅଟକ। ଏସଆଇ ଅଟକ ଥିବା ନେଇ ବଲାଙ୍ଗିର ପୋଲିସ ପକ୍ଷରୁ ସୂଚନା ମିଳିଛି। ମହିଳା ଏସଆଇ ହେଉଛନ୍ତି ଅପହରଣର ମାଷ୍ଟରମାଇଣ୍ଡ କୁହାଯାଉଥିବା କ୍ଷିତୀଶ ସାହୁର ଭଉଣୀ। ପୂର୍ବରୁ କ୍ଷୀତିଶ ସାହୁକୁ ଗିରଫ କରିସାରିଛି ପୋଲିସ। ମାମଲାରେ ଆଉ କିଛି ଲୋକଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ। ମହିଳା ଏସଆଇଙ୍କ ସହ ସଞ୍ଜୟ

Scroll to Top