ଅନ୍ଲାଇନ୍ରେ ଚାଲିଥିଲା ଗଞ୍ଜେଇ ଡିଲ୍, ପର୍ଦ୍ଦାଫାସ୍ କଲା ପୁଲିସ
ବଲାଙ୍ଗିର: ସମ୍ବଲପୁରୀ ଶାଢ଼ି ବିକ୍ରି ଆଳରେ ଚାଲିଥିଲା ଗଞ୍ଜେଇ ଚାଲାଣ। ପୁଲିସର ଚଢ଼ାଉରେ ଧରାପଡ଼ିଲା ଚାଲାଣ ରାକେଟ୍। ଏହା ମାଧ୍ୟମରେ ପାର୍ସଲରେ ଗଞ୍ଜେଇ ପଠାଉଥିଲେ । ସିଣ୍ଡିକେଟ୍ ଚେର କଳାହାଣ୍ଡି ଜିଲ୍ଲା ମ.ରାମପୁରରୁ ଆରମ୍ଭ ହୋଇ ଦିଲ୍ଲୀ ଗାଜିଆବାଦ ପର୍ଯ୍ୟନ୍ତ ଲମ୍ବିଛି ଯେଉଁଥିରେ ବଲାଙ୍ଗିର ଥିଲା ଟ୍ରାନ୍ଜିଟ୍ ହବ୍ । ଏହି ମାମଲାରେ ପୁଲିସ୍ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୧୧୩ କେଜି ଗଞ୍ଜେଇ ଓ ଦୁଇଟି କାର ଜବତ କରିଛି । […]









