odisha24 Live

Latest News

Latest News

ନିର୍ବାଚନ ପୂର୍ବରୁ କଲେଜରେ ବୋମାମାଡ : ଛାତ୍ରଛାତ୍ରୀ ଭୟଭୀତ

ଯାଜପୁର : ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଗୁରୁବାର ଭୋର ସମୟରେ ଯାଜପୁର ଜିଲ୍ଲାସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୋମା ଫିଙ୍ଗାଯିବା ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ସୂଚନା ଅନୁଯାୟୀ , ଆଜି ଭୋର ସାଢ଼େ ୩ଟା ସମୟରେ ପ୍ରଥମେ ଯାଜପୁର ରୋଡ ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟର ପ୍ରିନ୍ସପାଲଙ୍କ ବାସଭବନ ଆଗରେ ବୋମା ଫୁଟିବାର ଶବ୍ଦ ଆସିଥିଲା । ପରେ ପ୍ରିନ୍ସପାଲ ଅକ୍ଷୟ ତ୍ରିପାଠୀ ଘର ବାହାରକୁ ଆସି ଦେଖିଲା ବେଳକୁ ସମ୍ପୂର୍ଣ୍ଣ ପରିବେଶ ଧୂଆଁ ହୋଇଯାଇଥିଲା । ଏଥିରେ ଭୟଭୀତ ହୋଇ ସାଥି ଅଧ୍ୟାପକଙ୍କୁ ଫୋନ ଯୋଗେ ଡାକିଥିଲେ ।

ଏଥିସହିତ କିଛି ସମୟରେ ମହାବିଦ୍ୟାଳୟ ପରିସରରେ ଥିବା ପଠାଣି ସାମନ୍ତ ଛାତ୍ର ନିବାସ ଆଗରେ ୩-୪ଟି ବୋମା ଫୁଟିଥିଲା । ପ୍ରିନ୍ସପାଲ ତୁରନ୍ତ ଯାଜପୁର ରୋଡ଼ ପୋଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ଯାଜପୁର ରୋଡ ଥାନା ଅଧିକାରୀ ଆଶିଷ କୁମାର ସାହୁ ଘଟଣା ସ୍ଥଳରେ ପହଁଚି ଅଫୁଟା ବୋମା ଗୁଡିକୁ ଜବତ କରିଥିଲେ । ଏଥିସହିତ ଘଟଣା ତଦନ୍ତ ଆରମ୍ଭ କରିଛନ୍ତି । ଆସନ୍ତାକାଲି ଛାତ୍ର ନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଦାଖଲ ଥିବାବେଳେ । ଏହାପୂର୍ବରୁ ମହାବିଦ୍ୟାଳୟ ପରିସରରେ ବୋମା ମାଡ଼ ଘଟଣାକୁ ନେଇ ଛାତ୍ରଛାତ୍ରୀ ଭୟଭୀତ ଥିବା ବେଳେ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମହାବିଦ୍ୟାଳୟର ପ୍ରିନ୍ସପାଲ ଦାବି କରିଛନ୍ତି ।

Share In Social Media
Scroll to Top