ବଦଳିବ ବହୁତ ନିୟମ, ସମସ୍ତଙ୍କୁ ମିଳିବ ସମାନ ଅଧିକାର
ଭୁବନେଶ୍ୱର: ଓଡ଼ିଶାରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୨୯ ସୁଦ୍ଧା ୨୧ଟି ବିଜେପି ଶାସିତ ରାଜ୍ୟରେ ୟୁସିସି ଲାଗୁ କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ଓଡ଼ିଶାରେ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ବଢ଼ିଛି । ରାଜ୍ୟ ଆଇନ ବିଭାଗ ଏଥିପାଇଁ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ପ୍ରଥମେ ୫ରୁ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇ









