odisha24 Live

Latest News

Latest News

Author name: RatnaManjari Mohanty

ପାଣିପାଗ

ପ୍ରବଳ ବର୍ଷା ଆଶଙ୍କା, ଏସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ!

ଭୁବନେଶ୍ୱର : ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହା ବାୟୁମଣ୍ଡଳରରୁ ପ୍ରାୟ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଥିବା ସୂଚନା ମିଳିଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଇଁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି। ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ପାଇଁ

ବାସ୍ତୁ ଓ ରାଶିଫଳ

ଆଜିର ରାଶିଫଳ

ମେଷ: ଆର୍ଥିକ ସମସ୍ୟା ସମାଧାନ ହେବ। ଦୃଷ୍ଟିକୋଣରେ ସକାରାତ୍ମକ ପରିବର୍ତ୍ତନ ଦେଖିବେ। ଭୂମି ବା ଗାଡ଼ି ସମ୍ବନ୍ଧୀୟ ମକଦ୍ଦମା କୋର୍ଟରେ ଥିଲେ ତାର ଫଇସଲା ଆପଣଙ୍କ ପକ୍ଷରେ ଆସିବ। ‌ବୃଷ: ଧାର୍ମିକ ଓ ଆଧ୍ୟାତ୍ମିକ ଆଡ଼କୁ ଆପଣଙ୍କର ଧ୍ୟାନକେନ୍ଦ୍ରୀତ ହେବ। ଲକ୍ଷ୍ୟ ପ୍ରତି ପୂର୍ଣ୍ଣରୂପେ ଏକାଗ୍ରଚିତ୍ତ ରହିବେ। ସମାଜରେ ନିଜର ଏକ ଅଲଗା ପରିଚୟ ବନାଇବେ। ପ୍ରେମ ଜୀବନ ଭଲ ହେବ। ‌ମିଥୁନ: ବିଦ୍ୟାର୍ଥୀ ଓ ଯୁବାବର୍ଗ ନିଜର ସଫଳତାକୁ ନେଇ ମନରେ କୌଣସି ପ୍ରକାର ସଂଶୟ

ରାଜ୍ୟ

ସ୍କ୍ରବ୍ ଟାଇଫସ୍‌କୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ, ରୋକିବାକୁ ଆରମ୍ଭ ହେଲା ତତ୍ପରତା

ଭୁବନେଶ୍ୱର : ସ୍କ୍ରବ୍ ଟାଇଫସ୍‌କୁ ନେଇ ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଯେଉଁ ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବେ, ସେଠାକୁ ଡାକ୍ତରୀ ଟିମ୍ ପଠାଯିବ। ରୋଗ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ସଚେତନତା ସହ ନିୟନ୍ତ୍ରଣମୂଳକ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏହାକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ ଆରମ୍ଭ ହୋଇଥିବା ବେଳେ, ରାଜ୍ୟରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ସ୍କ୍ରବ୍ ଟାଇଫସ୍ କ୍ଲଷ୍ଟରକୁ ନେଇ ଆତଙ୍କିତ

ଶିକ୍ଷା ଓ ନିଯୁକ୍ତି

ବିଟେକ ରେ ବ୍ୟାକ୍ ଆସିଲେ ଡିଗ୍ରୀ ହେବ କି ରଦ୍ଦ,ଛାତ୍ରଛାତ୍ରୀ ଜାଣି ରଖନ୍ତୁ ଏହି ନିୟମ

ନୂଆଦିଲ୍ଲୀ : BTech ପଢ଼ୁଥିବା ଅନେକ ଛାତ୍ରଛାତ୍ରୀଙ୍କ ମନରେ Backlogକୁ ନେଇ ଚିନ୍ତା ରହିଥାଏ। କୌଣସି ବିଷୟରେ ଫେଲ୍ ହେଲେ କ’ଣ ସିଧାସଳଖ BTech ଡିଗ୍ରୀ ରଦ୍ଦ ହୋଇଯାଏ? ଏହା ଏକ ସାଧାରଣ ଭ୍ରମ। ସାଧାରଣତଃ ଗୋଟିଏ କିମ୍ବା ଦୁଇଟି ବିଷୟରେ Backlog ଲାଗିବା ମାତ୍ରେ ଛାତ୍ରଙ୍କ ଡିଗ୍ରୀ ରଦ୍ଦ ହୁଏ ନାହିଁ। ବିଶ୍ୱବିଦ୍ୟାଳୟର ନିୟମ ଅନୁସାରେ ଛାତ୍ରଙ୍କୁ Back Paper କିମ୍ବା Supplementary Examination ଦେଇ ବିଷୟଟି ପାସ୍ କରିବାର ସୁଯୋଗ ମିଳେ। କେବେ ସମସ୍ୟା

ଜୀବନଶୈଳୀ

ଭୂସିରେ ରହିଛି ଅନେକ ଗୁଣ, ଦୂର କରେ ଏହି ସବୁ ସମସ୍ୟା

ଜୀବନଶୈଳୀ ଏବଂ ଖାଦ୍ୟପେୟ ଆମ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଥାଏ । ଆମ ଖାଦ୍ୟରେ ପୁଷ୍ଟିକରତା , ଫାଇବରର ଅଭାବ ଏବଂ ଫାଷ୍ଟ , ଜଙ୍କ୍ ଫୁଡ୍ ଭଳି ଖାଇବା, ଆମ ପାଚନ ପ୍ରକ୍ରିୟାକୁ ବହୁତ କ୍ଷତି ପହଞ୍ଚାଇଛି । ଫଳସ୍ୱରୂପ କୋଷ୍ଠକାଠିନ୍ୟ, ଗ୍ୟାସ୍, ଏସିଡିଟି, ବଦହଜମୀ ଏବଂ ପେଟ ଭାରୀ ହେବା ଭଳି ସମସ୍ୟା ସାଧାରଣ ହୋଇଗଲାଣି । ଏପରି ସମସ୍ୟା ଦେଖାଦେବା ମାତ୍ରେ ତୁରନ୍ତ ଆମେ ମେଡିସିନ୍ ଖାଇ ଦେଇଥାଉ । କିନ୍ତୁ ବାରମ୍ବାର ମେଡିସିନ୍

ମନୋରଞ୍ଜନ

ବିବାଦରେ ଫସି ଚର୍ଚ୍ଚାରେ ନୋରା

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ବଢ଼ିଲା ଅଡୁଆ । ଗୁଜରାଟର ଗାନ୍ଧୀନଗର ଅଦାଲତରେ ନୋରାଙ୍କ ବିରୋଧରେ ୩ କୋଟି ଟଙ୍କାର ସିଭିଲ ମାନହାନି ମାମଲା ଦାୟର ହୋଇଛି। ଏକ ଏଭିଏସନ କମ୍ପାନୀ ପକ୍ଷରୁ ଏହି ମାମଲା ଦାୟର କରାଯାଇଛି। କମ୍ପାନୀର ଅଭିଯୋଗ ଅନୁସାରେ, ନୋରା ତାଙ୍କ ଚାର୍ଟାର୍ଡ ବିମାନକୁ ନେଇ ସୋସିଆଲ ମିଡିଆରେ ଏପରି କିଛି ମନ୍ତବ୍ୟ କରିଥିଲେ, ଯାହାକୁ କମ୍ପାନୀ ଅପମାନଜନକ, ଦାୟିତ୍ୱହୀନ ଏବଂ ତଥ୍ୟ ଯାଞ୍ଚ ନକରି କରାଯାଇଥିବା ମନ୍ତବ୍ୟ

ବାଣିଜ୍ୟ

ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ଉଡ଼ିବ ବିମାନ

ଭୁବନେଶ୍ୱର : ବିଦେଶ ଯାତ୍ରା ହେବ ଆହୁରି ସହଜ । ପୁଣି ଭୁବନେଶ୍ବର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ ବିମାନ ସେବା । ଆସନ୍ତା ଅକ୍ଟୋବର ୨ରୁ ବ୍ୟାଙ୍କକ୍‌କୁ ଜୁଲାଇ ୧୮ରୁ ବନ୍ଦ ରହିଥିବା ବିମାନ ସେବା ପୁଣି ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବୁକିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ବରରୁ ବ୍ୟାଙ୍କକ୍‌କୁ ବିମାନ ପ୍ରତି ସପ୍ତାହରେ ଥରେ ଉଡ଼ାଣ ଭରିବ ।ଅକ୍ଟୋବର ୨ରୁ ଭୁବନେଶ୍ୱରରୁ

କ୍ରୀଡା

ମହିଳା ଏସିଆ କପ୍‌ରେ ସେମିଫାଇନାଲ୍ ଟକ୍କର

ନୂଆଦିଲ୍ଲୀ : ଚଳିତ ମହିଳା ଟି- ଟ୍ୱେଣ୍ଟି ଏସିଆ କପରେ ମଙ୍ଗଳବାର ୟୁଏଇକୁ ୩୪ ରନ୍ ରେ ହରାଇ ବାଂଲାଦେଶ ସେମି ଫାଇନାଲରେ ପ୍ରବେଶ କରିଛି। ଏଥିସହ ସେମି ଫାଇନାଲ ଲାଇନ୍ ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୦ ତାରିଖରେ ଭାରତ ଓ ବାଂଲାଦେଶ ଏବଂ ୧୧ ତାରିଖରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ସେମି ଫାଇନାଲ୍ ଖେଳାଯିବ। ଗ୍ରୁପ୍-ବି’ର ‘କର ବା ମର’ ମୁକାବିଲାରେ ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ୭ ୱିକେଟ୍ ହରାଇ ୧୦୩ରନ୍ କରିଥିଲା।

ରାଜନୀତି

ବୈଠକ ପୂର୍ବରୁ ଆଠଗଡ଼ରେ କଡ଼ା କଟକଣା

ଆଠଗଡ଼: ଆଠଗଡ଼ ପଞ୍ଚାୟତ ସମିତି ଅଞ୍ଚଳରେ ଲାଗିଲା ପ୍ରଶାସନର କଡ଼ା କଟକଣା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ଲକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଛି ପ୍ରଶାସନ। ଲାଗୁ ହୋଇଛି ବିଏନଏସ ର ଧାରା ୧୬୩ । ପଞ୍ଚାୟତ ସମିତି ବୈଠକକୁ ନେଇ ଏହି କଟକଣା ଲଗାଯାଇଛି । ଗତ ବୈଠକରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । ଫଳରେ ଆଗାମୀ ବୈଠକରେ ଯେପରି କୌଣସି ଅପ୍ରୀତିକର ସ୍ଥିତି ନଘଟେ,

ବାଣିଜ୍ୟ

ଦୁଗ୍ଧ ଚାଷୀଙ୍କୁ ବଡ଼ ଲାଭ, ଲିଟର ପିଛା ୨ ଟଙ୍କା ବଢ଼ାଇବ ଓମ୍‌ଫେଡ୍‌

ଭୁବନେଶ୍ୱର : ସେପ୍ଟେମ୍ବର ୧୧ରୁ ଦୁଗ୍ଧ ଚାଷୀଙ୍କୁ ବଡ଼ ଖୁସି ଖବର। ଲିଟର ପିଛା ୨ ଟଙ୍କା ବଢ଼ିଲା କ୍ଷୀର କ୍ରୟ ଦର, ବର୍ଦ୍ଧିତ ଦରରେ ଦୁଗ୍ଧ କିଣିବ ଓମ୍‌ଫେଡ୍‌। ବିଭିନ୍ନ ମାନର କ୍ଷୀର ଲିଟର ପିଛା ୩୪ରୁ ୩୮ ଟଙ୍କାରେ କିଣୁଥିବା ଓମ୍‌ଫେଡ୍‌ ଏବେ ଏହି ଦରଠାରୁ ୨ଟଙ୍କା ଅଧିକ ଦରରେ କିଣିବ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି।ଓମ୍‌ଫେଡ୍‌ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ

Scroll to Top