odisha24 Live

Latest News

Latest News

ମହିଳା ଏସିଆ କପ୍‌ରେ ସେମିଫାଇନାଲ୍ ଟକ୍କର

ନୂଆଦିଲ୍ଲୀ : ଚଳିତ ମହିଳା ଟି- ଟ୍ୱେଣ୍ଟି ଏସିଆ କପରେ ମଙ୍ଗଳବାର ୟୁଏଇକୁ ୩୪ ରନ୍ ରେ ହରାଇ ବାଂଲାଦେଶ ସେମି ଫାଇନାଲରେ ପ୍ରବେଶ କରିଛି। ଏଥିସହ ସେମି ଫାଇନାଲ ଲାଇନ୍ ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୦ ତାରିଖରେ ଭାରତ ଓ ବାଂଲାଦେଶ ଏବଂ ୧୧ ତାରିଖରେ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ସେମି ଫାଇନାଲ୍ ଖେଳାଯିବ।

ଗ୍ରୁପ୍-ବି’ର ‘କର ବା ମର’ ମୁକାବିଲାରେ ବ୍ୟାଟିଂ ଆମନ୍ତ୍ରଣ ପାଇ ବାଂଲାଦେଶ ୭ ୱିକେଟ୍ ହରାଇ ୧୦୩ରନ୍ କରିଥିଲା। ଦଳ ପକ୍ଷରୁ ଜୁଆଇରିୟା ଫିର୍ଦ୍ଦୋସ ୧୬, ନିଗାର ସୁଲତାନା ୨୩, ଶର୍ମିନ ଅଖତର ୩୮, ନାହିଦା ଅଖତର ଅପରାଜିତ ୧୬ରନ୍ କରିଥିଲେ। ୟୁଏଇ ପକ୍ଷରୁ ସୁରକ୍ଷା କୁଟେ ୧୧ରନ୍ ପ୍ରଦାନ କରି ୩ ୱିକେଟ୍ ନେଇଥିଲେ। ଏହାର ଜବାବରେ ୟୁଏଇ ୯ ୱିକେଟ୍ ବିନିମୟରେ ୬୯ରନ୍ କରିବାକୁ ସକ୍ଷମ ହୋଇଥିଲା।

Share In Social Media
Scroll to Top