odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଖରାଦିନରେ ନିଅନ୍ତୁ ନିଜର ଯତ୍ନ

ରାଜ୍ୟରେ ଖରା ଓ ଗୁଳୁଗୁଳିର ପ୍ରକୋପ ଏତେ ମାତ୍ରାରେ ବଢ଼ିଯାଇଛି ଯେପରି ତତଲା କଡେ଼ଇରେ ସନ୍ତୁଳି ହେଉଛି ଜନଜୀବନ । ପଶୁପକ୍ଷୀଙ୍କ ଠାରୁ ନେଇ ଗଛଲତା ଓ ମଣିଷ ସବୁଠି ହାହାକାର । ବର୍ତ୍ତମାନ ତାପମାତ୍ରା ଦିନକୁ ଦିନ ବଢ଼ିଚାଲିଛି। ତେଣୁ ଗ୍ରୀଷ୍ମଋତୁରେ ଆମେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ୍‌ ହେବା ଦରକାର। ଏହି ସମୟରେ ଅଂଶୁଘାତର ଆଶଙ୍କା ରହିଛି। ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପ୍ରକୃତିଦତ୍ତ ତଥା ସ୍ବାଭାବିକ ଋତୁଚକ୍ରର ଏକ ପ୍ରକ୍ରିୟା। ସାମ୍ପ୍ରତିକ ପରିସ୍ଥିତିରେ ମନୁଷ୍ୟକୃତ କେତେକ କୃତ୍ରିମ କାରଣ ହେତୁ ଗ୍ରୀଷ୍ମଦିନେ ଜଳବାୟୁରେ ତାପମାତ୍ରା ପ୍ରବଳରୁ ଅତିପ୍ରବଳ ବୃଦ୍ଧି ପାଉଛି। ଏଥିଯୋଗୁ ବୃକ୍ଷଲତା, ଜୀବଜଗତ ଓ ମନୁଷ୍ୟମାନଙ୍କ ପାଇଁ ଯନ୍ତ୍ରଣାଦାୟକ ପରିସ୍ଥିତି ସୃଷ୍ଟି ହେଉଛି।

ସୂର୍ଯ୍ୟକିରଣ ବ୍ୟତୀତ ଜଙ୍ଗଲରେ ଅଗ୍ନିକାଣ୍ଡ, ବହୁଳ ପରିମାଣରେ ଇଟାଭାଟିରେ ଅଗ୍ନି ସଂଯୋଗ, ବିଭିନ୍ନ କଳକାରଖାନାରୁ ନିର୍ଗତ ଗରମ ବାଷ୍ପ, ଜଙ୍ଗଲକୁ କାଟି ସଫା କରିବା, ବହୁଳ ପିଚୁ ଓ କଂକ୍ରିଟ ରାସ୍ତା ନିର୍ମାଣ, ସିମେଣ୍ଟ ଦ୍ୱାରା ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ, ବୃକ୍ଷର ପରିମାଣ ଦିନକୁ ଦିନ ହ୍ରାସ ପାଇବା ଆଦି କାରଣ ଯୋଗୁ ବାୟୁମଣ୍ଡଳ ତାପମାତ୍ରା ପ୍ରାୟ ଏବେ ଦ୍ୱିଗୁଣିତ ହୋଇଯାଉଛି। ବାୟୁମଣ୍ଡଳରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ହେଲେ ଏହି ଉତ୍ତାପ ହ୍ରାସ ପାଇବାରେ ବିଳମ୍ବ ହୋଇଥାଏ।

ପ୍ରାକୃତିକ ଉପାୟରେ ଗ୍ରୀଷ୍ମତାପର ପ୍ରତିରୋଧ: ଭାରତୀୟ ପାରମ୍ପରିକ ଚିକିତ୍ସା ଶାସ୍ତ୍ରରେ ଗ୍ରୀଷ୍ମଋତୁରେ ପ୍ରବଳ ତାପମାତ୍ରାକୁ ପ୍ରତିରୋଧ ନିମନ୍ତେ କେତେକ ପ୍ରାକୃତିକ ପଦ୍ଧତି ବର୍ଣ୍ଣନା କରାଯାଇଅଛି। ଖରାଦିନେ ପ୍ରବଳ ଉତ୍ତାପ ଅନୁଭୂତ ହେଉଥିବା ସମୟରେ ଯାତାୟାତ ନ କରିବା, ବୃକ୍ଷର ଛାଇରେ ବିଶ୍ରାମ ନେବା ବ୍ୟତୀତ ଜରୁରୀ କିମ୍ବା ନିହାତି ଦରକାର ପଡ଼ିଲେ ହିଁ ପଦାକୁ ବାହାରନ୍ତୁ। ଏହି ସମୟରେ ସୂତାରେ ତିଆରି ପୋଷାକ, ଧଳା ଟୋପି ସହ କଳା ଚଷମା ପିନ୍ଧନ୍ତୁ ଏବଂ ଛତା ଧରି ଯାତାୟାତ କରିବା ଉଚିତ।

ବାସଗୃହରେ ଝରକା ଓ ଦୁଆରବନ୍ଧରେ ସୂତାନିର୍ମିତ ବହଳିଆ କପଡ଼ା କିମ୍ବା ବେଣା ଘାସର ଚେରରେ ତିଆରି ପଟି ଟାଙ୍ଗିବା ଦ୍ୱାରା ଶୀତଳ ପବନ ମିଳିଥାଏ। ଏହାସହ ଗ୍ରୀଷ୍ମଋତୁରେ ମାଟିପାତ୍ରରେ ପାଣି ରଖି ପାନୀୟ ରୂପେ ବ୍ୟବହାର କରନ୍ତୁ। ପଇଡ଼ ପାଣି, ଆଖୁରସ ଆଦି ପିଅନ୍ତୁ। ପଖାଳ ଭାତ, ଦହି, ଲେମ୍ବୁପାଣି ବ୍ୟତୀତ ନିରାମିଷ ଖାଦ୍ୟ ଖାଆନ୍ତୁ। ଅଧିକ ମାତ୍ରାରେ ଜଳୀୟଅଂଶ ଥିବା ରଙ୍ଗ ତରଭୁଜ, କାକୁଡ଼ି, ଲସି, ଅଙ୍ଗୁର, କମଳା ଆଦି ଜୁସ୍‌କୁ ପାନୀୟ ରୂପେ ସେବନ କରନ୍ତୁ। ଏହା ପେଟକୁ ଥଣ୍ଡା ରଖିବା ସହ ଶାନ୍ତିଦାୟକ ଓ ସ୍ବାସ୍ଥ୍ୟ ହିତକାରୀ ହୋଇଥାଏ।

ଅଂଶୁଘାତ: ଆମ ଶରୀର ବର୍ଷା, ଖରା ଓ ଶୀତର ପ୍ରଭାବକୁ ଖାପ ଖୁଆଇ ଚଳିବା ସହ ଆମ ଶରୀରରେ ତାପମାତ୍ରା ହ୍ରାସ ଓ ବୃଦ୍ଧି ପାଇବାକୁ ସନ୍ତୁଳିତ ରଖିବା ପାଇଁ ଆମ ଶରୀରର ମସ୍ତିଷ୍କରେ ‘ହାଇପୋଥାଲାମସ’ ନାମକ ଏକ ଗ୍ରନ୍ଥି ରହିଛି। ଶରୀରରେ ଯେତେବେଳେ ଉକ୍ତ ସନ୍ତୁଳିତ ପ୍ରକ୍ରିୟା ହୋଇପାରି ନ ଥାଏ ବା ନିୟନ୍ତ୍ରଣ ପ୍ରକ୍ରିୟା ଶରୀରରେ ଠିକ୍‌ ଭାବେ ହୋଇପାରି ନ ଥାଏ ସେତେବେଳେ ମନୁଷ୍ୟ ସୌରତାପ ସହ୍ୟ କରି ନ ପାରି ‘ଅଂଶୁଘାତ’ର ଶିକାର ହୋଇଥାଏ। ଜଳବାୟୁରେ ତାପମାତ୍ରା ଅଧିକ ଥିବା ସମୟରେ ମନୁଷ୍ୟ ଯାତାୟାତ କରିବା ଦ୍ୱାରା ଶରୀରରେ ତାପମାତ୍ରା ବୃଦ୍ଧି ପାଇବା ସହ ଶାରୀରିକ ଓ ମାନସିକ ସ୍ତରରେ ଅସନ୍ତୁଳିତ ଅବସ୍ଥା ସୃଷ୍ଟି ହୋଇଥାଏ। ବେଳେବେଳେ ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବା ଦ୍ୱାରା ମନୁଷ୍ୟ ଚେତାଶୂନ୍ୟ ହେବା ସହ ଶରୀରରେ ବାତ ମାରିବା ପରି ଲକ୍ଷଣ ଦେଖାଯାଏ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top