odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ପଞ୍ଜାବରେ ସୁରକ୍ଷାକୁ ନେଇ ଚିନ୍ତା

ନୂଆଦିଲ୍ଲୀ : ସ୍ୱାଧୀନତା ଦିବସ ପୂର୍ବରୁ ପଞ୍ଜାବରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି । ଗୁଇନ୍ଦା ସୂଚନା ଆଧାରରେ ରାଜ୍ୟକୁ ହାଇ ଆଲର୍ଟରେ ରଖାଯାଇଛି । ଅଗଷ୍ଟ ୧୫ ଅବସରରେ ଖଲିସ୍ତାନ ସମର୍ଥକ ଗୋଷ୍ଠୀ ଅଶାନ୍ତି ସୃଷ୍ଟି କିମ୍ବା ଆକ୍ରମଣ ଉଦ୍ୟମ କରିପାରନ୍ତି ବୋଲି ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ କରିଛନ୍ତି । ସୂଚନା ଅନୁସାରେ, ପଞ୍ଜାବର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖାଯାଉଛି ।ନିଷିଦ୍ଧ ଖଲିସ୍ତାନ ସମର୍ଥକ ସଂଗଠନ ଏବଂ ସେମାନଙ୍କ ସହ ଜଡ଼ିତ ନେଟୱାର୍କର ଅନଲାଇନ୍‌ କାର୍ଯ୍ୟକଳାପ ମଧ୍ୟ ଯାଞ୍ଚ କରାଯାଉଛି । ସୋସିଆଲ ମିଡିଆ ମାଧ୍ୟମରେ ଯୁବକମାନଙ୍କୁ ଉସୁକାଇବା ଏବଂ ସାର୍ବଜନୀନ ସ୍ଥାନରେ ଖଲିସ୍ତାନୀ ପତାକା ଲଗାଇବାକୁ ଆହ୍ୱାନ ଦିଆଯାଉଥିବା ନେଇ ମଧ୍ୟ ଏଜେନ୍ସିଗୁଡ଼ିକ ନଜର ରଖିଛନ୍ତି ।ସୁରକ୍ଷା ଏଜେନ୍ସିର ଆକଳନ ଅନୁସାରେ, ସ୍ୱାଧୀନତା ଦିବସ ଭଳି ଗୁରୁତ୍ୱପୂର୍ଣ୍ଣ ଦିନରେ କୌଣସି ଘଟଣା ଘଟାଇ ଆନ୍ତର୍ଜାତୀୟ ସ୍ତରରେ ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଭିଡ଼ ଅଞ୍ଚଳ, ସୀମାବର୍ତ୍ତୀ ଅଞ୍ଚଳ ଏବଂ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବଢ଼ାଯାଇଛି ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top