
ଦୀପାବଳି ଅବସରରେ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଦକ୍ଷିଣାବର୍ତ୍ତୀ ଶଙ୍ଖ ସ୍ଥାପନ କରିବା ମଧ୍ୟ ଶୁଭ ବୋଲି ବିଶ୍ୱାସ କରାଯାଏ । ଧାର୍ମିକ ବିଶ୍ୱାସ ଅନୁସାରେ, ଦୀପାବଳି ରାତିରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ସ୍ଥାପନ କଲେ ଘରେ ସୁଖ, ଶାନ୍ତି, ଐଶ୍ୱର୍ଯ୍ୟ ଓ ଆର୍ଥିକ ସମୃଦ୍ଧି ରହିଥାଏ । ଏହି ଶଙ୍ଖର ସମ୍ପର୍କ ମା ଲକ୍ଷ୍ମୀଙ୍କ ସହ ରହିଥିବା ଧାର୍ମିକ ବିଶ୍ୱାସ ରହିଛି । ଘରର ପୂଜାସ୍ଥଳରେ ଏହାକୁ ବିଧିବିଧାନ ଅନୁସାରେ ସ୍ଥାପନ କରି ପୂଜା କଲେ ଧନ, ସମ୍ପତ୍ତି, ସମୃଦ୍ଧି ଓ ସୁଖଶାନ୍ତି ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି ।
ଧାର୍ମିକ ମାନ୍ୟତା ଅନୁସାରେ, ଦକ୍ଷିଣାବର୍ତ୍ତୀ ଶଙ୍ଖ ମା ଲକ୍ଷ୍ମୀଙ୍କର ଅତି ପ୍ରିୟ । ସାଧାରଣ ଶଙ୍ଖର ମୁଖ ବାମ ପାର୍ଶ୍ୱକୁ ଥିବାବେଳେ ଦକ୍ଷିଣାବର୍ତ୍ତୀ ଶଙ୍ଖର ମୁଖ ଡାହାଣ ପାର୍ଶ୍ୱକୁ ରହିଥାଏ । ଏହାକୁ ଏକ ଦୁର୍ଲଭ ଓ ଶୁଭ ପ୍ରତୀକ ଭାବେ ବିବେଚନା କରାଯାଏ ।
ପୌରାଣିକ କଥା ଅନୁସାରେ, ଶଙ୍ଖର ସମ୍ପର୍କ ସମୁଦ୍ର ମନ୍ଥନ ସହ ରହିଛି । ସମୁଦ୍ର ମନ୍ଥନରୁ ମା ଲକ୍ଷ୍ମୀ ଆବିର୍ଭାବ ହୋଇଥିବାରୁ ଶଙ୍ଖକୁ ତାଙ୍କ ସହ ଯୋଡ଼ାଯାଇଛି । ଯେଉଁ ସ୍ଥାନରେ ଶ୍ରଦ୍ଧାର ସହ ଦକ୍ଷିଣାବର୍ତ୍ତୀ ଶଙ୍ଖ ପୂଜା କରାଯାଏ, ସେଠାରେ ସୁଖ, ଶାନ୍ତି ଓ ସମୃଦ୍ଧି ରହିଥାଏ ବୋଲି ବିଶ୍ୱାସ ରହିଛି ।
ଦୀପାବଳି ସନ୍ଧ୍ୟାରେ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ପୂଜା ସମୟରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ସ୍ଥାପନ କରିବା ଶୁଭ ବୋଲି ମାନ୍ୟତା ରହିଛି । ଏଥିପାଇଁ ପ୍ରଥମେ ଶଙ୍ଖକୁ ସ୍ୱଚ୍ଛ ପାଣିରେ ଭଲ ଭାବେ ସଫା କରନ୍ତୁ । ଏହାପରେ ପୂଜାସ୍ଥଳରେ ନାଲି କିମ୍ବା ହଳଦିଆ କପଡ଼ା ବିଛାଇ ଶଙ୍ଖକୁ ସ୍ଥାପନ କରନ୍ତୁ । ଶଙ୍ଖ ଉପରେ ଗଙ୍ଗାଜଳ କିମ୍ବା ସ୍ୱଚ୍ଛ ଜଳ ଛିଞ୍ଚନ କରନ୍ତୁ । ଏହାପରେ ଅକ୍ଷତ, ଚନ୍ଦନ ଓ ଫୁଲ ଅର୍ପଣ କରନ୍ତୁ । ମା ଲକ୍ଷ୍ମୀଙ୍କ ସମ୍ମୁଖରେ ଘିଅ ଦୀପ ଜଳାଇ ଶଙ୍ଖକୁ ଚାଉଳ କିମ୍ବା ସ୍ୱଚ୍ଛ ବସ୍ତ୍ର ଉପରେ ରଖି ପୂଜା କରନ୍ତୁ ।
ଦୀପାବଳି ରାତିରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ପୂଜା କରିବା ସମୟରେ ମା’ ଲକ୍ଷ୍ମୀଙ୍କ ଏହି ମନ୍ତ୍ର ଜପ କରିପାରିବେ।
– ଓଁ ହ୍ରୀଂ ଶ୍ରୀଂ ନମଃ ଶ୍ରୀଧରକରସ୍ଥାୟ ପୟୋନିଧିଜାତାୟଂ।
– ଲକ୍ଷ୍ମୀସହୋଦରାୟ ଫଳପ୍ରଦାୟ ଫଳପ୍ରଦାୟ।
– ଶ୍ରୀ ଦକ୍ଷିଣାବର୍ତ୍ତ ଶଙ୍ଖାୟ ଶ୍ରୀଂ ହ୍ରୀଂ ନମଃ।
ଓଁ ଶ୍ରୀଂ ମହାଲକ୍ଷ୍ମ୍ୟୈ ନମଃ।
ଧାର୍ମିକ ବିଶ୍ୱାସ ଅନୁସାରେ, ଏହି ମନ୍ତ୍ର ଜପ କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହ ଘରେ ଧନଧାନ୍ୟ ବୃଦ୍ଧି ହୋଇଥାଏ । ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ପୂଜାସ୍ଥଳରେ ରଖି ନିୟମିତ ଭାବେ ମା ଲକ୍ଷ୍ମୀଙ୍କ ସହ ଏହାର ମଧ୍ୟ ପୂଜା କରିବା ଉଚିତ । ଶଙ୍ଖ ନିକଟରେ ଅପରିଷ୍କାର ଜିନିଷ କିମ୍ବା ଅନାବଶ୍ୟକ ସାମଗ୍ରୀ ରଖନ୍ତୁ ନାହିଁ





