odisha24 Live

Latest News

Latest News

ଆଇସ୍‌କ୍ରିମ୍-ଚୁଇଙ୍ଗ୍ ଗମ୍ ଖରାପ କରୁଛି ଆପଣଙ୍କ ଲିଭର୍ ! ଖାଉଛନ୍ତି କି ହୋଇଯାଆନ୍ତୁ ସାବଧାନ

ଆଇସକ୍ରିମ, ଡାଏଟ୍ ସୋଡ଼ା, ଚୁଇଙ୍ଗମ୍ କାହାକୁ ବା ପସନ୍ଦ ନୁହେଁ । ପିଲାଠୁ ବୟସ୍କଙ୍କ ସଭିଁଙ୍କ ପସନ୍ଦ । ଅନେକ ସମୟରେ ଲୋକେ ଏହାକୁ ଖାଇବାକୁ ପସନ୍ଦ କରନ୍ତି । ଥାେ କୌଣସି ସମୟସୀମା । ଲଞ୍ଚ, ଡିନର ବା କୌଣସି ପାଙ୍କା ସମୟ । ଲୋକପ୍ରିୟ ଫୁଡ୍ ଖାଇବାକୁ କାହାକୁ ବା ଭଲ ନଲାଗେ । ବଜାରରେ ହେଉ କିମ୍ବା ମଲରେ, ଏହି ଜିନିଷଗୁଡ଼ିକ ସହଜରେ ଉପଲବ୍ଧ । ହେଲେ ଆପଣ ବି ଏହି ଖାଦ୍ୟର ସୌକିନ କି ତେବେ ହୋଇଯାଆନ୍ତୁ ସାବଧାନ । ଏହି ସବୁ ଖାଦ୍ୟ ସଢାଉଛି ଆପଣଙ୍କ ଲିଭର ।

ନୂତନ ଅଧ୍ୟୟନ ଅନୁଯାୟୀ, ଏହି ସବୁ ଖାଦ୍ୟ ଏବେ ମୃତ୍ୟୁର ବାହାକ ସାଜିଛି । ଖାସ୍ କରି ସୁଗାର ଫ୍ରି ଫୁଡ୍ । କାରଣ ସେଥିରେ ରହୁଥିବା ସୋର୍ବିଟଲ୍ । ଯାହାକି ସୁଗାର ମୁକ୍ତ ପାଇଁ ବ୍ୟବହାର କରାଯାଏ । ଏବେ ତାହା ଫ୍ୟାଟି ଲିଭର ରୋଗର ଆଶଙ୍କା ବୃଦ୍ଧି କରିଛି । ଯକୃତ ପାଇଁ କ୍ଷତିକାରକ । ଅଧ୍ୟୟନରେ ହୋଇଥିବା ଖୁଲାସା ଜିନିଷଗୁଡ଼ିକ ବ୍ୟବହାର କରୁଥିବା ଲୋକଙ୍କ ମନରେ ଉଠାଇଛି ପ୍ରଶ୍ନ ।

Share In Social Media
Scroll to Top