odisha24 Live

Latest News

Latest News

ରାଜ୍ୟ

ରାଜ୍ୟ

ମାଟିରେ ମିଶିବ ନୀଳାଦ୍ରି ବିହାର

ଭୁବନେଶ୍ୱର : ଜବରଦଖଲକାରୀଙ୍କ ବିରୋଧରେ ବିଏମସି ବିଡିଏର କଡ଼ା ପଦକ୍ଷେପ । ନୀଳାଦ୍ରି ବିହାରରେ ଥିବା ପ୍ରାୟ ୮୯୦ ଘର ମଧ୍ୟରୁ ୩୩୦ଟି ଘର ଜବର ଦଖଲ ଉଚ୍ଛେଦ କରାଯିବା ପାଇଁ ହୋଇଛି ପ୍ରସ୍ତୁତି । ନୀଳାଦ୍ରି ବିହାର ଅଞ୍ଚଳରେ ଥିବା ଟ୍ରାଂଜିଟ ହାଉସରେ ଦୀର୍ଘ ଦିନ ଧରି ଲୋକମାନେ ରହିଥିବାବେଳେ ସେମାନଙ୍କୁ ନିକଟସ୍ଥ ବୁଧବିହାର ଅଞ୍ଚଳରେ ଥିବା ହାଉସିଂ ପ୍ରୋଜେକ୍ଟରେ ଘର ଯୋଗେଇଛନ୍ତି ସରକାର ।ହେଲେ ଘର ପାଇବା ପରେ ମଧ୍ୟ ଏହି ଲୋକମାନେ ଟ୍ରାଂଜିଟ

ରାଜ୍ୟ

ଆଇପିଏସ୍ ସ୍ତର ଅଦଳ ବଦଳ

ଭୁବନେଶ୍ୱର : ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶୱନ୍ତ କୁମାର ଜେଠୱାଙ୍କୁ ପୋଲିସ୍ ମହାନିର୍ଦ୍ଦେଶକ (ଡିଜି) ପାହ୍ୟାକୁ ପଦୋନ୍ନତି ମିଳିଛି । ଏଡିଜି ରୁ ଡିଜି ପାହ୍ୟାକୁ ପଦୋନ୍ନତି । ଉଭୟ ଅଧିକାରୀଙ୍କ ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି ।ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ବା ଡିଜିପି କିଏ ହେବେ, ତାକୁ ନେଇ ଚର୍ଚ୍ଚା ଚାଲିଛି। ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବ।

ରାଜ୍ୟ

ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର

ଭୁବନେଶ୍ୱର: ରାଜ୍ୟର ଚାଷୀମାନଙ୍କ ପାଇଁ ଆସିଛି। ଖୁସି ଖବର ଆଧାର କାର୍ଡ ଭଳି ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପରିଚୟ ପତ୍ର । ସମବାୟ ସଂସ୍ଥାରେ ଚାଷୀଙ୍କ ପାଇଁ ହେବ ‘ଏଗ୍ରିଷ୍ଟାକ୍ ଆଇଡି’ । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଏହି ପ୍ରକ୍ରିୟାକୁ ସଫଳ କରିବା ପାଇଁ କୃଷି, ରାଜସ୍ୱ ଓ ସମବାୟ ବିଭାଗର ଅଧିକାରୀମାନେ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ଆୟୋଜିତ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ କୃଷି, ସମବାୟ, ରାଜସ୍ୱ ଓ

ରାଜ୍ୟ

ଖୁବଶୀଘ୍ର ଭିତରକନିକାରେ ଚାଲିବ ଇଭି ବୋଟ

ରାଜନଗର : ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ବ୍ୟୟ କରାଯାଇ ୫ଟି ବୋଟ୍ ଚଳାଇବାକୁ ଯାଉଛନ୍ତି ସରକାର । ଏନେଇ ଭିତରକନିକା ନଦୀରେ ଚଲାଉଥିବା ବୋଟ୍ ମାଲିକ, ଜିଲ୍ଲାପାଳ, ଡିଏଫଓ ଏବଂ ବିଧାୟକଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁପ୍ତି ,ଖୋଳା, ଡାଙ୍ଗମାଳ, ଚାନ୍ଦବାଲି ନଦୀ ପ୍ରବେଶ ପଥ ଦେଇ ପର୍ଯ୍ୟଟକଙ୍କୁ ନଦୀ ନାଳରେ ବୁଲେଇବା ପାଇଁ

ରାଜ୍ୟ

ହୀରାକୁଦରେ ଜଳସ୍ତର ବୃଦ୍ଧି

ଭୁବନେଶ୍ୱର: ଲଘୁଚାପ ବର୍ଷା ପରେ ହୋଇଛି ପ୍ରଳୟଙ୍କରୀ ବନ୍ୟା। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି, ଯାହାକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଆଉ ୪ଟି ଗେଟ୍ ଖୋଲିଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ମୋଟ ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ପୁଣି ଥରେ ଫୁଲିବାରେ ଲାଗିଛି । ଆଖୁଆପଦା ନିକଟରେ ନଦୀର ଜଳସ୍ତର କ୍ରମାଗତ ଭାବେ

ରାଜ୍ୟ

ଘରେ ଘରେ ଉଡ଼ିବ ତ୍ରିରଙ୍ଗା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟବ୍ୟାପୀ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଛି। ଲୋକମାନେ ନିଜ ନିଜ ଘରେ ଜାତୀୟ ପତାକା ଉଡ଼ାଇବା ଏବଂ ଦେଶପ୍ରେମରେ ସାମିଲ ହେବା ପାଇଁ ଆଜିଠାରୁ ଅଗଷ୍ଟ ୧୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ବ୍ଲକ୍ ଏବଂ ଗ୍ରାମ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଏହି ଅଭିଯାନ ପାଳନ କରାଯିବ। ଏହି ଅଭିଯାନକୁ ସଫଳ କରିବା ପାଇଁ

ରାଜ୍ୟ

ହସ୍ତତନ୍ତକୁ ନେଇ ରାଜ୍ୟପାଳ ଆହ୍ୱାନ

ଭୁବନେଶ୍ୱର : ହସ୍ତତନ୍ତକୁ ଜୀବନଶୈଳୀର ଅଂଶ କରିବା ସହ ସପ୍ତାହକୁ ଅନ୍ତତଃ ଥରେ ହାତବୁଣା ବସ୍ତ୍ର ପରିଧାନ କରି ବୁଣାକାରଙ୍କୁ ସମର୍ଥନ ଦେବା ପାଇଁ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଜ୍ୟବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ଭୁବନେଶ୍ୱରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଦ୍ୱାଦଶ ରାଜ୍ୟସ୍ତରୀୟ ଜାତୀୟ ହସ୍ତତନ୍ତ ଦିବସ ସମାରୋହକୁ ଉଦ୍‌ଘାଟନ କରି ରାଜ୍ୟପାଳ କହିଥିଲେ, ସରକାରୀ ଅଧିକାରୀ, ଜନପ୍ରତିନିଧି, ଶିକ୍ଷକ, ବିଭିନ୍ନ କ୍ଷେତ୍ରର ପେସାଦାର ଓ ଯୁବପିଢ଼ି ଓଡ଼ିଶାର ହସ୍ତତନ୍ତ ଉତ୍ପାଦକୁ ବ୍ୟବହାର କରି

ରାଜ୍ୟ

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ୱ

ଭୁବନେଶ୍ୱର : ଆୟୁଷ୍ମାନ ଭାରତ ସହ ସାମ୍ବାଦିକ ସ୍ଵାସ୍ଥ୍ୟ ବୀମା ମିଶିବା ଘଟଣା। ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । କହିଛନ୍ତି, ସରକାର ଅନୁଧ୍ୟାନ କରିବେ । ଏବାବଦରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ହୋଇଛି । ଯଦି କିଛି ସମସ୍ୟା ହେବ ତାହାକୁ ସମାଧାନ କରାଯିବ ।୨୦୧୮ ମସିହାରେ ସାମ୍ବାଦିକଙ୍କ ପାଇଁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଆରମ୍ଭ ହୋଇଥିଲା । ପୂର୍ବରୁ ଦୁଇ ଲକ୍ଷର

ରାଜ୍ୟ, ଶିକ୍ଷା ଓ ନିଯୁକ୍ତି

ଓଡ଼ିଶାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆସୁଛନ୍ତି । ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀରେ ସେ ଯୋଗଦେବେ । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ହେବ । ସୂଚନା ଅନୁସାରେ, ପ୍ରହ୍ଲାଦ ଯୋଶୀ ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଭୁବନେଶ୍ୱରରେ ପହଞ୍ଚିବେ । ତାଙ୍କ ଗସ୍ତ ସମୟରେ ବ୍ରିକ୍ସ ଦେଶଗୁଡ଼ିକର ଶିକ୍ଷା ବ୍ୟବସ୍ଥା,

ରାଜ୍ୟ

୧୨ରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର : ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ସନ୍ଧ୍ୟା ୫ଟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ଅବସରରେ ୬ଟି ବିଭାଗର ୯ରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଜସ୍ବ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଓ ଜଳସମ୍ପଦ, ପଞ୍ଚାୟତିରାଜ ଓ ଶିକ୍ଷା ବିଭାଗ ଭଳି

Scroll to Top