
ଭୁବନେଶ୍ୱର : ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଏବଂ ଯଶୱନ୍ତ କୁମାର ଜେଠୱାଙ୍କୁ ପୋଲିସ୍ ମହାନିର୍ଦ୍ଦେଶକ (ଡିଜି) ପାହ୍ୟାକୁ ପଦୋନ୍ନତି ମିଳିଛି । ଏଡିଜି ରୁ ଡିଜି ପାହ୍ୟାକୁ ପଦୋନ୍ନତି । ଉଭୟ ଅଧିକାରୀଙ୍କ ପଦୋନ୍ନତି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି ।ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ବା ଡିଜିପି କିଏ ହେବେ, ତାକୁ ନେଇ ଚର୍ଚ୍ଚା ଚାଲିଛି। ବର୍ତ୍ତମାନର ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବ। ତେଣୁ ତାଙ୍କ ସ୍ଥାନରେ କାହାକୁ ନୂଆ ଡିଜିପି ଭାବେ ଦାୟିତ୍ୱ ଦିଆଯିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

