odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଖୁବଶୀଘ୍ର ଭିତରକନିକାରେ ଚାଲିବ ଇଭି ବୋଟ

ରାଜନଗର : ଭିତରକନିକା ଆରମ୍ଭ ହେବାକୁ ଯାଉଛି ପାଇଲଟ୍ ପ୍ରୋଜେକ୍ଟ । ନଦୀରେ ଖୁବଶୀଘ୍ର ଚାଲିବ EV ବୋଟ୍ । ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କା ବ୍ୟୟ କରାଯାଇ ୫ଟି ବୋଟ୍ ଚଳାଇବାକୁ ଯାଉଛନ୍ତି ସରକାର । ଏନେଇ ଭିତରକନିକା ନଦୀରେ ଚଲାଉଥିବା ବୋଟ୍ ମାଲିକ, ଜିଲ୍ଲାପାଳ, ଡିଏଫଓ ଏବଂ ବିଧାୟକଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୁପ୍ତି ,ଖୋଳା, ଡାଙ୍ଗମାଳ, ଚାନ୍ଦବାଲି ନଦୀ ପ୍ରବେଶ ପଥ ଦେଇ ପର୍ଯ୍ୟଟକଙ୍କୁ ନଦୀ ନାଳରେ ବୁଲେଇବା ପାଇଁ ୨୧ଟି ସରକାରୀ ବୋଟ୍ ଥିବାବେଳେ ୬୦ଟି ଘରୋଇ ବୋଟ୍ ରହିଛି । ଭିତରକନିକା ନଦୀରେ ଡିଜେଲ ଓ ପେଟ୍ରୋଲ ଦ୍ଵାରା ଚାଲୁଥିବା ବୋଟରୁ ଶବ୍ଦ ଓ ବାୟୁ ପ୍ରଦୂଷଣ ଭିତରକନିକାର ବନ୍ୟଜନ୍ତୁଙ୍କ ଉପରେ ପ୍ରଭାବ ପକାଇଥାଏ । ଏଥିପାଇଁ ସରକାର ଇଭି ବୋଟ୍ ଚଲାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁମାନେ ଇଭି ବୋଟ୍ କିଣିବା ପାଇଁ ଚାହିଁବେ ସରକାର ୫୦ ପ୍ରତିଶତ ଟଙ୍କା ଅର୍ଥାତ ୫୦ ଲକ୍ଷ ଟଙ୍କା ସବସିଡ ଆକାରରେ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ୧୦ ଓ ୧୨ ଲକ୍ଷ ଟଙ୍କାରେ ଆମେ ବୋଟ୍ ଚଲାଉଛୁ ତେଣୁ ସରକାର ଛୋଟ ଛୋଟ ଇଭି ବୋଟ୍ ସବସିଡି ରେ ଦେଲେ ଆମେମାନେ ଚଲାଇବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଘରୋଇ ବୋଟ୍ ମାଲିକ ମାନେ ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top