odisha24 Live

Latest News

Latest News

ରାଜନୀତି

ରାଜନୀତି

ଗାନ୍ଧୀ ମାର୍ଗରେ ଦେଖାଯାଇଛି ବିରୋଧୀଙ୍କ ଗର୍ଜନ

ଭୁବନେଶ୍ୱର : ଏମଏମଡିଆର ସଂଶୋଧିତ ଆଇନ ପ୍ରତ୍ୟାହାର ଦାବିରେ ଗର୍ଜିଲା ବିଜେଡି । ବିରୋଧୀ ଦଳ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତ୍ରୀ ସୁଜାତା ରାଉତଙ୍କ ନେତୃତ୍ୱରେ ବିଧାୟକମାନେ ଲୋୟର ପିଏମଜିରେ ବିକ୍ଷୋଭ କରିଛନ୍ତି । ବିକ୍ଷୋଭରେ ଶହ ଶହ ବିଜେଡି କର୍ମୀ , ନେତା ଓ ନେତ୍ରୀ ମଧ୍ୟ ସାମିଲ ଅଛନ୍ତି ।ଏହି ଗଣ ଧାରଣାରେ ନବୀନ ପଟ୍ଟନାୟକ ଆହ୍ୱାନ ଦେଇ କହିଛନ୍ତି, ଓଡିଶାର ସ୍ୱାର୍ଥ ପାଇଁ ଆମେ ଏକାଠି ହୋଇଛୁ। ସାଢେ ୪ କୋଟି

ରାଜନୀତି

ୟୁପି ଦଖଲ ପାଇଁ ନକ୍ସା ପ୍ରସ୍ତୁତି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ୨୦୨୭ ବିଧାନସଭା ନିର୍ବାଚନର ତାତି ଏବେଠାରୁ ଅନୁଭବ ହେବାକୁ ଲାଗିଲାଣି। ବିଜେପି ନିଜ ସାଂଗଠନିକ ପ୍ରସ୍ତୁତିକୁ ବୁଥ୍ ସ୍ତରକୁ ନେବା ଆରମ୍ଭ କରିଛି। ଏହି କ୍ରମରେ ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହୋଇଛି ଏହି ସାକ୍ଷାତକାର। ପ୍ରାୟ ଏକ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ରିପୋର୍ଟ ରହିଛି। ତେବେ ବୈଠକରେ କେଉଁ କେଉଁ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା

ରାଜନୀତି

ରଣନୀତି ପ୍ରସ୍ତୁତ କରୁଛି ‘ଟିଭିକେ’

ଚେନ୍ନାଇ : ତାମିଲନାଡୁ ରାଜନୀତିରେ ପାଦ ଥାପିବା ପରେ ଏବେ ଆକ୍ସନ ମୋଡ୍‌ରେ ସୁପରଷ୍ଟାର ବିଜୟ। ଲୋକପ୍ରିୟ ଅଭିନେତା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ବର୍ତ୍ତମାନ ଆଗାମୀ ବିଧାନସଭା ଉପନିର୍ବାଚନକୁ ନେଇ ସକ୍ରିୟ ହୋଇଉଠିଛନ୍ତି। ନିଜ ଦଳର ସଂଗଠନକୁ ମଜଭୁତ କରିବା ଏବଂ ତୃଣମୂଳ ସ୍ତରର କର୍ମୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଥାଲାପତି ବିଜୟ ନିଜ ଦଳର ପ୍ରମୁଖ ନେତା ଏବଂ କର୍ମୀମାନଙ୍କୁ ଭେଟିବା ନିମନ୍ତେ ଏକ

ରାଜନୀତି

ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର : ବିଧାନସଭା ମୌସୁମୀ ଅଧିବେଶନର ଚତୁର୍ଥ ଦିନ । ଆଜି ବି ଚାଲିପାରିଲାନି ଗୃହ କାର୍ଯ୍ୟ ।ମାତ୍ର ୪ ମିନିଟ୍‌ର ପ୍ରଶ୍ନକାଳ ପରେ ବିରୋଧୀଙ୍କ ହୋହଲ୍ଲା ପରେ ଅପରାହ୍ଣ ୪ଟା ଯାଏଁ ମୁଲତବି କଲେ ଉପବାଚସ୍ପତି। ଏମଏମଡିଆର ପ୍ରସଙ୍ଗରେ ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟ ହୋହଲ୍ଲା କରିଛନ୍ତି।ଅନ୍ୟ ପଟେ ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ତୁରନ୍ତ ଇସ୍ତଫା ଦାବି କଲେ ବିରୋଧୀ ଦଳ

ରାଜନୀତି

ବିରୋଧୀଙ୍କ ହୋହଲ୍ଲା: ୪ଟା ଯାଏଁ ମୁଲତବୀ

ଭୁବନେଶ୍ୱର : ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭ ରୁ ହିଁ ଏମଏମଡିଆର ପ୍ରସଙ୍ଗ ଏବଂ ବହି ତ୍ରୁଟି , ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ବିରୋଧୀ ହୋହଲ୍ଲା କରିଛନ୍ତି । ଉଭୟେ କଂଗ୍ରେସ ଏବଂ ବିଜେଡି ନିଜ ସିଟ ଛାଡି ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ପୋଷ୍ଟର ପିନ୍ଧି ନାରାବାଜି କରିଛନ୍ତି । ତାରାପ୍ରସାଦ ବାହିନୀ ପତି ଉପବାଚସ୍ପତି ଙ୍କ ଉପରକୁ ବ୍ୟାନର ଫୋପାଡ଼ିଛନ୍ତି । କିଛି

ରାଜନୀତି

ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରିଛି। ଦଳର ଜାତୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ପକ୍ଷରୁ ଜାରି ତାଲିକାରେ ମୋଟ ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି। ଏହି ନିଯୁକ୍ତିଗୁଡ଼ିକ ତତ୍କାଳ ପ୍ରଭାବରେ ଲାଗୁ ହେବ। ହରିଶ ଦ୍ୱିବେଦୀଙ୍କୁ କର୍ନାଟକ ଓ ବିହାରର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ସ୍ମୃତି

ରାଜନୀତି, ରାଜ୍ୟ

ଲୋୟର ପିଏମଜିରେ ବିଜେଡିର ରଣହୁଙ୍କାର ,ବିଧାନସଭା ଘେରିବାକୁ ଉଦ୍ୟମ

ଭୁବନେଶ୍ୱର : ଗାନ୍ଧୀ ମାର୍ଗରେ ବିଜୁ ଜନତା ଦଳର ଆନ୍ଦୋଳନ । ତ୍ରୁଟିପୂର୍ଣ୍ଣ ପୁସ୍ତକ ଏବଂ ଏମଏମଡିଆର ବିଲ ପ୍ରସଙ୍ଗ ବିଜୁ ଯୁବ ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳର ପ୍ରତିବାଦ । ବିଧାନସଭା ଘେରାଉ ଉଦ୍ୟମ କରିଛନ୍ତି ବିଜେଡିର ଯୁବ ଏବଂ ଛାତ୍ର ସଂଗଠନ । ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରାଉ ପାଇଁ ଉଦ୍ୟମ କରୁଛି ବିଜେଡି । ଆନ୍ଦୋଳନରେ ଶତାଧିକ ସଂଖ୍ୟାରେ ବିଜେଡିର ଯୁବ ଛାତ୍ର ନେତା

ରାଜନୀତି

ଆରମ୍ଭରୁ ବିରୋଧୀର ଝଡ଼

ଭୁବନେଶ୍ୱର : ଆଜି ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନ ଭଳି ଆଜି ମଧ୍ୟ ବିଧାନସଭା ସରଗରମ। ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହୋହଲ୍ଲା, ହଟ୍ଟଗୋଳ ଦେଖାଯାଇଛି। ଏମଏମଡିଆର ଆଇନ ପ୍ରତ୍ୟାହାର ଓ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରହିଛି । ଦ୍ୱିତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଜେଡ଼ି ସଦସ୍ୟମାନେ ହଙ୍ଗାମା ଆରମ୍ଭ କରିଥିଲେ । ଆଜିର

ରାଜନୀତି

ବିଧାନସଭା ଆରମ୍ଭରୁ ହୋହଲ୍ଲା :  ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରୁ ହିଁ ବିରୋଧୀଙ୍କ ହୋହଲ୍ଲା ହଟ୍ଟଗୋଳ । ଚାଲିପାରିଲାନି ଗୃହ । ଧୋଇ ହୋଇଗଲା ପ୍ରଶ୍ନକାଳ। ଗୃହକୁ ୧ଟା ୧୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ବିଧାନସଭା ମୌସୁମୀ ଅଧିବେଶନରେ ଶୋକ ପ୍ରସ୍ତାବ ଆଗତ ପରେ ବିରୋଧୀ ଗୃହରେ ହୋହଲ୍ଲା, ହଙ୍ଗାମା କରିଥିଲେ । ବିରୋଧୀ ସଦସ୍ୟ ପ୍ଲାକାର୍ଡ ଧରି ଏମଏମଡିଆର ବିଲ ପ୍ରତ୍ୟାହାର ନେଇ ବାଚସ୍ପତିଙ୍କ ପୋଡିୟମ

ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନବୀନଙ୍କ ଚିଠି

ଭୁବନେଶ୍ୱର : ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏ ସଂକ୍ରାନ୍ତରେ ନବୀନ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ସବୁ ରାଜନୈତିକ ଦଳ ଏକାଠି କାମ କରିବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ

Scroll to Top