
ଭୁବନେଶ୍ୱର : ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭ ରୁ ହିଁ ଏମଏମଡିଆର ପ୍ରସଙ୍ଗ ଏବଂ ବହି ତ୍ରୁଟି , ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ବିରୋଧୀ ହୋହଲ୍ଲା କରିଛନ୍ତି । ଉଭୟେ କଂଗ୍ରେସ ଏବଂ ବିଜେଡି ନିଜ ସିଟ ଛାଡି ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ପୋଷ୍ଟର ପିନ୍ଧି ନାରାବାଜି କରିଛନ୍ତି । ତାରାପ୍ରସାଦ ବାହିନୀ ପତି ଉପବାଚସ୍ପତି ଙ୍କ ଉପରକୁ ବ୍ୟାନର ଫୋପାଡ଼ିଛନ୍ତି । କିଛି ସମୟ ପାଇଁ ହୋହଲ୍ଲା ଭିତରେ ଚାଲି ଥିଲା ପ୍ରଶ୍ନକାଳ । ସୁରେଶ ପୂଜାରୀ ପ୍ରଶ୍ନ ଉତ୍ତର ରଖୁଥିଲେ । ତଥାପି ବିରୋଧୀଙ୍କ ନାରାବାଜି , ହୋହାଲ୍ଲା ଭିତରେ ଚାଲିପାରିନଥିଲା ପ୍ରଶ୍ନକାଳ। ଧୋଇ ହୋଇଯାଇଥିଲା ପ୍ରଶ୍ନକାଳ। ଏନେଇ ଉପବାଚସ୍ପତି ଭୀମ ଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଆଜି ବିଧାନସଭାରେ ରାଜ୍ୟ ଯୋଜନା ଓ ସଂଯୋଜନ, ଇସ୍ପାତ ଓ ଖଣି ବିଭାଗର ପ୍ରଶ୍ନ ଉତ୍ତର ରହିଛି । ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ସୂଚନା ଲୋକସମ୍ପର୍କ ଓ ପରିବହନ, ଜଳସମ୍ପଦ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।





