odisha24 Live

Latest News

Latest News

ବିଧାନସଭା ଆରମ୍ଭରୁ ହୋହଲ୍ଲା : ୧ଟା ୧୦ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ପ୍ରଥମ ଦିନରୁ ହିଁ ବିରୋଧୀଙ୍କ ହୋହଲ୍ଲା ହଟ୍ଟଗୋଳ । ଚାଲିପାରିଲାନି ଗୃହ । ଧୋଇ ହୋଇଗଲା ପ୍ରଶ୍ନକାଳ। ଗୃହକୁ ୧ଟା ୧୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ବିଧାନସଭା ମୌସୁମୀ ଅଧିବେଶନରେ ଶୋକ ପ୍ରସ୍ତାବ ଆଗତ ପରେ ବିରୋଧୀ ଗୃହରେ ହୋହଲ୍ଲା, ହଙ୍ଗାମା କରିଥିଲେ । ବିରୋଧୀ ସଦସ୍ୟ ପ୍ଲାକାର୍ଡ ଧରି ଏମଏମଡିଆର ବିଲ ପ୍ରତ୍ୟାହାର ନେଇ ବାଚସ୍ପତିଙ୍କ ପୋଡିୟମ ପାଖକୁ ଆସି ନାରାବାଜି କରିଥିଲେ ।
ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହ ଚଳାଇ ଦେଇନଥିଲେ । ବିଜେଡି ବହି ତ୍ରୁଟି ପ୍ରସଙ୍ଗ ଉଠାଇ ଗଣଶିକ୍ଷାମନ୍ତ୍ରିଙ୍କ ଇସ୍ତଫା ଦାବି କରି ପ୍ରତିବାଦ କରିଥିଲା । ବାଚସ୍ପତି ସୁରମା ପାଢୀ ଅନୁରୋଧ କରିବା ସତ୍ତ୍ୱେ କଥାକୁ ଖାତିର ନକରି ଜିଦରେ ଅଟଳ ରହି ଗୃହକୁ ଅଚଳ କରିଦେଇଥିଲେ ବିରୋଧୀ। ଫଳରେ ପ୍ରଶ୍ନକାଳ ଚାଲି ପାରିନଥିଲା । । ଏନେଇ ବାଚସ୍ପତି ଗୃହକୁ ୧ଟା ୧୦ ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ।

Share In Social Media
Scroll to Top