odisha24 Live

Latest News

Latest News

ଦେଶ

ଦେଶ

ଥରିଲା ଶିମଲା

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ଶିମଲା ଏବଂ ଚମ୍ବା ଜିଲ୍ଲାରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଚମ୍ବାରେ ପ୍ରଥମେ ସକାଳ ୪:୩୮ ସମୟରେ ହୋଇଥିଲା ବେଳେ ଯାହାର ତିବ୍ରତା ୨.୫ ରେକର୍ଡ଼ ହୋଇଥିଲା। ଏବଂ ଶିମଲାରେ ସକାଳ ୫:୪୬ ସମୟରେ ଭୂମିକମ୍ପ ହୋଇଥିଲା ଯାହାର ତୀବ୍ରତା ରେକ୍ଟର ସ୍କେଲରେ ୪.୦ ରେକର୍ଡ଼ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଶିମଲା ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ଥିଲା।ଯାହା ୩୧.୩୮୭° ଉତ୍ତର ଅକ୍ଷାଂଶ […]

ଦେଶ

ଭାରତ ଆସିବେ ଜିନପିଙ୍ଗ

ନୂଆଦିଲ୍ଲୀ : ଦୀର୍ଘ ୭ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି। ଯାହା ଦୁଇ ଦେଶ ମଧ୍ୟରେ ସୁଧାର ସମ୍ପର୍କ ପାଇଁ ପଥ ପ୍ରସ୍ତୁତ କରିପାରେ। ୨୦୨୦ ସୀମା ସଂଘର୍ଷ (ଗାଲୱାନ ଉପତ୍ୟକାରେ) ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ନିମ୍ନ ସ୍ତରରେ ପହଞ୍ଚିଛି। ଗତ କିଛି ମାସ ମଧ୍ୟରେ ଉଭୟ ଦେଶ ଜିନିଷଗୁଡ଼ିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ପ୍ରୟାସ କରୁଛନ୍ତି। ବ୍ରିକ୍ସ

ଦେଶ

ଉତ୍ତପ୍ତ ସମୁଦ୍ର, ବିପଦ ମୁହାଁ ବିଶ୍ୱ!

ନୂଆଦିଲ୍ଲୀ : ଗରମ ହେଉଛି ସମୁଦ୍ର । ବଦଳୁଥିବା ପାଣିପାଗ ନେଇ ବଢ଼ିଲା ଚିନ୍ତା! ସମୁଦ୍ରର କ୍ରମାଗତ ତାପମାତ୍ରା ବୃଦ୍ଧି ଏବଂ ପାଣିପାଗର ଦ୍ରୁତ ପରିବର୍ତ୍ତନ ନିଶ୍ଚିତ ଭାବରେ ଏକ ବଡ଼ ବିପଦର ସଙ୍କେତ ଓ ପ୍ରକୃତିର ଏକ ଗମ୍ଭୀର ଚେତାବନୀ ଅଟେ। ସମୁଦ୍ର ପୃଥିବୀର ଅତିରିକ୍ତ ଉତ୍ତାପର ଏକ ବଡ଼ ଅଂଶ ନିଜ ଭିତରେ ସଞ୍ଚୟ କରି ରଖେ। ତେଣୁ ସମୁଦ୍ରର ତାପମାତ୍ରା ବଢ଼ିବା କେବଳ ସାମୁଦ୍ରିକ ଜୀବଜଗତ ପାଇଁ ବିପଦ ନୁହେଁ, ଏହାର ପ୍ରଭାବ

ଦେଶ

ଦିଲ୍ଲୀରେ ବର୍ଷାର କରାଳ ରୂପ!

ନୂଆଦିଲ୍ଲୀ : ଦିଲ୍ଲୀରେ ଲଗାତାର ଦୁଇ ଦିନ ଧରି ଚାଲିଥିବା ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି କାରଣରୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆଜି ପାଇଁ ମଧ୍ୟ ରେଡ୍ ଆଲର୍ଟ ଜାରି କରିଛି । ଏହା ସହିତ ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ପାଣିପାଗ ବିଭାଗ କହିଛି ଯେ ଆଗାମୀ କିଛି ଘଣ୍ଟା ପର୍ଯ୍ୟନ୍ତ ବର୍ଷାର ଏହି ଦୌର ଜାରି ରହିବ ।ରେଡ୍ ଆଲର୍ଟ ଅନୁଯାୟୀ ଝଡ଼ବର୍ଷା

ଦେଶ

ବର୍ଷା ଯୋଗୁ ବିମାନ ବାଧାପ୍ରାପ୍ତ

ନୂଆଦିଲ୍ଲୀ : ରାଜଧାନୀରେ ଲାଗି ରହିଥିବା ବର୍ଷା କାରଣରୁ ଜନଜୀବନ ହନ୍ତସନ୍ତ।ଖରାପ ପାଗ ଯୋଗୁଁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ସୋମବାର ଦିନ ପ୍ରଭାବିତ ହୋଇଛି । ସୋମବାର ଦିନ ଦିଲ୍ଲୀ ଏବଂ ଏନସିଆରରେ ବର୍ଷା ହେବାର ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ। ଏହି ପୂର୍ବାନୁମାନ ପରେ, ଦିଲ୍ଲୀ, ନୋଏଡା ଏବଂ ଗାଜିଆବାଦ ସମେତ ସମଗ୍ର ଏନସିଆରରେ ପ୍ରବଳ ବର୍ଷା ହୋଇଥିଲା। ଦିଲ୍ଲୀରେ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିବା

ଦେଶ

ନିଆଁରେ ଜଳିଲା ହସ୍ପିଟାଲ, ରୋଗୀଙ୍କ ମଧ୍ୟରେ ହାହାକାର

ମୁମ୍ବାଇ : ସୋମବାର ଭୋର ପ୍ରାୟ ୩ଟା ୩୦ ସମୟରେ ମହାରାଷ୍ଟ୍ରର ଅମରାବତୀ ଜିଲାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଅମରାବତୀ ସରକାରୀ ମହିଳା ହସ୍ପିଟାଲର ନବଜାତ ଶିଶୁ ବିଭାଗରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ପୋଡ଼ି ଯାଇ ୩ ନିରୀହ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି, ଯେତେବେଳେ ଛଅ ଜଣ ଆହତ ହୋଇଛନ୍ତି। ଆହତ ଶିଶୁମାନଙ୍କୁ ନିକଟସ୍ଥ ଅନ୍ୟ ଏକ ସରକାରୀ ସୁପର ସ୍ପେଶାଲିଟି ସେଣ୍ଟରରେ ଭର୍ତ୍ତି କରାଯାଇଛି। ଭୋର ୩ଟା ୩୦ରେ ନବଜାତ

ଦେଶ

ଭାରତ ପାଳୁଛି ଜାତୀୟ ମହାକାଶ ଦିବସ

ନୂଆଦିଲ୍ଲୀ : ଭାରତରେ ପ୍ରତିବର୍ଷ ଅଗଷ୍ଟ ୨୩ ତାରିଖକୁ ଜାତୀୟ ମହାକାଶ ଦିବସଭାବେ ପାଳନ କରାଯାଏ। ଚନ୍ଦ୍ରଯାନ-୩ ସଫଳତାର ୩ ବର୍ଷ । ଆଜିର ଦିନରେ ଚନ୍ଦ୍ରରେ ଇତିହାସ ଲେଖିଥିଲା ଭାରତ । ଆଜି ଦେଶ ପାଳନ କରୁଛି ଜାତୀୟ ମହାକାଶ ଦିବସ । ତିନି ବର୍ଷ ତଳେ ଠିକ୍ ଏହି ଦିନ, ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରଯାନ-୩ର ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫଳ ସଫ୍ଟ ଲ୍ୟାଣ୍ଡିଂ କରି ଭାରତୀୟ ମହାକାଶ ଇତିହାସରେ ଯୋଡ଼ିଥିଲା ଏକ ସ୍ୱର୍ଣ୍ଣିମ

ଦେଶ

ମୁମ୍ବାଇରେ ବଡ଼ ଅଘଟଣ

ମୁମ୍ବାଇ : ଗଣେଶ ପୂଜା ପୂର୍ବରୁ ମୁମ୍ବାଇରେ ବଡ଼ ଅଘଟଣ ଘଟିଛି । ମୂର୍ତ୍ତି ପଡ଼ିଯିବା ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଶନିବାର ରାତିରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା, ଯେତେବେଳେ ‘ଭୁଲେଶ୍ୱର ଚା ରାଜା’ ମିତ୍ର ମଣ୍ଡଳର ୨୨ ଫୁଟ ଉଚ୍ଚ ଗଣେଶ ମୂର୍ତ୍ତି ଏକ ଶୋଭାଯାତ୍ରା ସମୟରେ ଭୁଲେଶ୍ୱରରେ ଭୁଶୁଡ଼ି ପଡ଼ିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ମୂର୍ତ୍ତି ଆଗମନ ଉତ୍ସବ ସମୟରେ

ଦେଶ, ବାଣିଜ୍ୟ

ଓଲା-ଉବେର-ରାପିଡୋ ପାଇଁ କଡ଼ା ନିୟମ

ନୂଆଦିଲ୍ଲୀ: ଆସନ୍ତା ମାସରୁ ଦେଶର ବିଭିନ୍ନ ସ୍ଥାନରେ ଆପ୍ ଆଧାରିତ କ୍ୟାବ୍ ବ୍ୟବସ୍ଥାରେ ବଡ଼ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ଆପ୍ ଆଧାରିତ ଯାତ୍ରୀ ସେବା ପାଇଁ ପରିବହନ ବିଭାଗ ପକ୍ଷରୁ ନୂତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି, ଯାହା ସେପ୍ଟେମ୍ବର ୧ରୁ ଲାଗୁ ହେବାକୁ ଯାଉଛି । ନୂତନ ନିୟମ ଅନୁଯାୟୀ, ଓଲା, ଉବେର ଏବଂ ରାପିଡୋ ଭଳି ଏଗ୍ରିଗେଟର୍ କମ୍ପାନୀଗୁଡ଼ିକ ପାଇଁ ପରିବହନ ପ୍ରାଧିକରଣଠାରୁ ଲାଇସେନ୍ସ ନେବା ବାଧ୍ୟତାମୂଳକ ହେବ । ସେହିପରି, ଏହି କମ୍ପାନିଗୁଡ଼ିକ ସହିତ

ଦେଶ

ପ୍ରୟାଗରାଜରେ ମାଡ଼ିଲା ବନ୍ୟା

ନୂଆଦିଲ୍ଲୀ : ଲଗାଣ ବର୍ଷା ପରେ ବିଗିଡ଼ିବାରେ ଲାଗିଛି ସଙ୍ଗମ ନଗରୀ ପ୍ରୟାଗରାଜର ଗଙ୍ଗା ଓ ଯମୁନା ନଦୀ । ଜଳସ୍ତର ବୃଦ୍ଧିର ପ୍ରଭାବ ଏବେ ସଙ୍ଗମ ଅଞ୍ଚଳ ଛାଡ଼ି ସହରର ଅନେକ ରାସ୍ତା ଯାଏଁ ପହଞ୍ଚିଛି । ନାଗବାସୁକୀ ରୋଡ୍, ମେରାଇନ୍ ଡ୍ରାଇଭ୍ ଏବଂ ରିଭର ଫ୍ରଣ୍ଟ ଅଞ୍ଚଳରେ ମଧ୍ୟ ପାଣି ଜମିବା ଆରମ୍ଭ ହୋଇଛି । ଗଙ୍ଗାର ପାଣି ଏବେ ସଡ଼କ ଉପରକୁ ମାଡ଼ି ଆସିଛି । ଯଦି ଏଭଳି ଭାବେ ଜଳସ୍ତର ବଢ଼ି

Scroll to Top