ମଧ୍ୟପ୍ରାଚ୍ୟରେ ବଢ଼ିଲା ଯୁଦ୍ଧ ଆଶଙ୍କା
ଓ୍ବାଶିଂଟନ୍ : ଇରାନ-ଆମେରିକା ମଧ୍ୟରେ ପୁଣି ତେଜିଲା ସଂଘର୍ଷ, ଯୁଦ୍ଧ ଆଶଙ୍କାରେ ବଢ଼ିଲା ଚିନ୍ତା।ଇରାନର ଦକ୍ଷିଣରେ ଥିବା ହର୍ମୋଜଗାନ୍ ପ୍ରଦେଶରେ ଏକ ବିବାହ ଉତ୍ସବ ଚାଲିଥିବା ସମୟରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ୫ଜଣଙ୍କର ମୃତ୍ୟୁ ଏବଂ ୫୦ରୁ ଅଧିକ ଆହତ ହୋଇଥିବା ଇରାନ ରେଡ୍ କ୍ରେସେଣ୍ଟ କହିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ଆମେରିକାର ଏପରି ଆକ୍ରମଣକୁ ଇରାନ ଯୁଦ୍ଧ ଅପରାଧ ବୋଲି କହିଛି। ଆମେରିକାର ଏହି ଆକ୍ରମଣ ପରେ ଇରାନ ପ୍ରତିଆକ୍ରମଣ କରିଛି। ଜୋର୍ଡାନ, […]









