
ଫ୍ରାନ୍ସ: ଇସ୍ରାଏଲ୍ ସରକାରଙ୍କ ବିମାନ ଚଳାଚଳ ଏବଂ ନିରାପତ୍ତା ନିୟମକୁ କାର୍ଯ୍ୟକାରୀ କରି ପ୍ରସିଦ୍ଧ ବିମାନ ସଂସ୍ଥା ‘ଏୟାର ଫ୍ରାନ୍ସ’ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ସଂସ୍ଥା ପକ୍ଷରୁ ଇସ୍ରାଏଲ୍କୁ ଯାତ୍ରା କରୁଥିବା ଏବଂ ସେଠାରୁ ଆସୁଥିବା ବିମାନଗୁଡ଼ିକରେ ପାକିସ୍ତାନୀ ପାଇଲଟ୍ ଏବଂ କ୍ୟାବିନ୍ କ୍ରୁ ସଦସ୍ୟଙ୍କ କାର୍ଯ୍ୟ କରିବା ଉପରେ କଟକଣା ଜାରି କରାଯାଇଛି।
ଇସ୍ରାଏଲ ସରକାରଙ୍କ ନୂତନ ସୁରକ୍ଷା ନିୟମକୁ ପାଳନ କରି ସଂସ୍ଥା ପାକିସ୍ତାନ ସମେତ ୩୧ଟି ମୁସଲିମ ବହୁଳ ଦେଶର ପାଇଲଟ୍ ଏବଂ କ୍ୟାବିନ କର୍ମଚାରୀଙ୍କୁ ଇସ୍ରାଏଲ ଅଭିମୁଖୀ ବିମାନରେ କାମ କରିବାରୁ ବାରଣ କରିଛି। ଗତ ସେପ୍ଟେମ୍ବର ୩୦ରେ ଦୁବାଇରୁ ତେଲ୍ ଆଭିଭ ଯାଉଥିବା ଫ୍ଲାଏଦୁବାଇ ବିମାନକୁ ଅପହରଣ କରି କ୍ରାସ ଉଦ୍ୟମ ହୋଇଥିବା ଅଭିଯୋଗ ପରେ ଇସ୍ରାଏଲ ସରକାର ନିଜର ଆକାଶମାର୍ଗ ଓ ବିମାନବନ୍ଦରର ସୁରକ୍ଷାକୁ ଅଧିକ କଡ଼ାକଡ଼ି କରିଛନ୍ତି। ଇସ୍ରାଏଲ ସହିତ କୂଟନୈତିକ ସମ୍ପର୍କ ନଥିବା ଦେଶଗୁଡ଼ିକର କର୍ମଚାରୀମାନେ ଏବେ ଇସ୍ରାଏଲ ମାର୍ଗରେ ବିମାନ ଚଳାଚଳ କରିପାରିବେ ନାହିଁ। ଏହି ୩୧ଟି ଦେଶର ତାଲିକାରେ ପାକିସ୍ତାନ, ଇରାନ, ସାଉଦି ଆରବ, ଓମାନ, ଟ୍ୟୁନିସିଆ ଓ ଆଲଜେରିଆ ଭଳି ଦେଶ ଅଛନ୍ତି। ଫ୍ରାନ୍ସର ବିଭିନ୍ନ କର୍ମଚାରୀ ୟୁନିୟନ ଏହାକୁ ଜାତିଗତ ଭେଦଭାବ ବୋଲି ଦର୍ଶାଇ ବିରୋଧ କରିଛନ୍ତି।





