odisha24 Live

Latest News

Latest News

ଟ୍ରମ୍ପ୍ ଙ୍କ ବଡ଼ ବୟାନ : ପ୍ୟାରିସ୍ କୁ ନେଇ କହିଲେ ଏଭଳି …

ପ୍ୟାରିସ : ଫ୍ରାନ୍ସ ସହର ଆନ୍ଦୋଳନର ନିଆଁରେ ଜଳୁଛି । ଏହାମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରୋନଙ୍କ ବୈଦେଶିକ ନୀତିକୁ ସମାଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ପ୍ୟାରିସ୍ ଖୁବ୍ ଶୀଘ୍ର ମୁସଲିମ୍ ସହର ପାଲଟିବ ବୋଲି ଟ୍ରମ୍ପ୍ କହିଛନ୍ତି । ଏନେଇ ସେ ବହୁ ପୂର୍ବରୁ ମାକ୍ରୋନଙ୍କୁ ତେଚାବନୀ ଦେଇଥିଲେ । ଅନ୍ୟ ଦେଶରୁ ଲୋକଙ୍କୁ ପ୍ୟାରିସରେ ରଖିବା ବଡ ଭୁଲ ହେବ ବୋଲି ମାକ୍ରୋନଙ୍କୁ ପୂର୍ବରୁ ଟ୍ରମ୍ପ୍ ଚେତାଇ ଦେଇଥିଲେ ବୋଲି ପ୍ରକାଶ କରିଛନ୍ତି ।
ସୋମବାର ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, ଫ୍ରାନ୍ସରେ ଯାହା ଘଟୁଛି ତାହାର ମୂଳ କାରଣ ଶିକ୍ଷା ବ୍ୟବସ୍ଥା ନୁହେଁ ବରଂ ଅଭିବାସନ । ତାଙ୍କ କହିବା ଅନୁସାରେ, ବହୁ ବର୍ଷ ପୂର୍ବରୁ ସେ ମାକ୍ରୋନଙ୍କୁ ସୀମା ସୁରକ୍ଷା କଡ଼ାକଡ଼ି କରିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଫ୍ରାନ୍ସ ସରକାର ବିଦେଶୀ ନାଗରିକଙ୍କ ପ୍ରବେଶ ଉପରେ ଆବଶ୍ୟକ ନିୟନ୍ତ୍ରଣ ରଖିନଥିବା ଟ୍ରମ୍ପ ଅଭିଯୋଗ କରିଛନ୍ତି ।

ଟ୍ରମ୍ପ ଆହୁରି କହିଛନ୍ତି, ୟୁରୋପୀୟ ଦେଶଗୁଡ଼ିକ ନିଜ ସୀମା ସୁରକ୍ଷିତ ନକଲେ ଭବିଷ୍ୟତରେ ଗୁରୁତର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଅପରାଧରେ ସମ୍ପୃକ୍ତ ବିଦେଶୀ ନାଗରିକଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଫ୍ରାନ୍ସରେ ପ୍ରଥମେ ଶିକ୍ଷା ବ୍ୟବସ୍ଥାର ସମସ୍ୟାକୁ ନେଇ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ପରବର୍ତ୍ତୀ ସମୟରେ ଦରଦାମ ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚ ବିରୋଧୀ ବ୍ୟାପକ ବିକ୍ଷୋଭର ରୂପ ନେଇଛି । ପ୍ୟାରିସ୍ ସମେତ ବିଭିନ୍ନ ସହରରେ ପ୍ରତିବାଦ ବେଳେ ପୋଲିସ ସହ ସଂଘର୍ଷ, ଦୋକାନ ଭଙ୍ଗାରୁଜା, ଲୁଟପାଟ ଓ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ହିଂସା ପରେ କେତେକ ସ୍ଥାନରେ କର୍ଫ୍ୟୁ ଓ ଜନସମାବେଶ ଉପରେ କଟକଣା ଲଗାଯାଇଛି ।

Share In Social Media
Scroll to Top