odisha24 Live

Latest News

Latest News

ଅପରାଧ

ଅପରାଧ

ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ, ହାତେନାତେ ଧରିଲା ଟିମ୍‌!

ଭୁବନେଶ୍ୱର: ଓରାଉରକେଲା ଏକ୍ସାଇଜ୍ ସୁପରିଣ୍ଟେଣ୍ଡେଣ୍ଟ ଧନେଶ୍ୱର ବରାଡଙ୍କ ସମ୍ପତ୍ତିକୁ ନେଇ ଯାଞ୍ଚ ଜାରି ରହିଛି। ଗତକାଲି ରାତିରେ ଶ୍ରୀ ବରାଡଙ୍କ ନିକଟରୁ ୫ ଲକ୍ଷ ଟଙ୍କାର ସନ୍ଦିଗ୍ଧ ଅବୈଧ ଉପାର୍ଜନର ନଗଦ ଟଙ୍କା ଜବତ ହେବା ପରେ ରାଉରକେଲା ଓ ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ଏକକାଳୀନ ତଲାସୀ ଚଳାଯାଇଥିଲା।ତଲାସୀ ସମୟରେ ଏପର୍ଯ୍ୟନ୍ତ ତାଙ୍କ ସମ୍ପତ୍ତି ସମ୍ପର୍କରେ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଭୁବନେଶ୍ୱରର ରଘୁନାଥପୁରରେ ପ୍ରାୟ ୨୭୦୦ ବର୍ଗଫୁଟ୍ ଅଞ୍ଚଳରେ ନିର୍ମିତ ଏକ ଦୁଇ ମହଲା […]

ଅପରାଧ

ଭିଜିଲାନ୍ସ ପଞ୍ଝାରେ ୨ ଅଡିଟ୍ରର , ଧରାପଡ଼ିଲେ ଲାଞ୍ଚ ନେଉଥିବାବେଳେ

ବାରିପଦା : ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ବାରିପଦାରୁ ୨ ଅଡିଟ୍ ଅଫିସର୍ଙ୍କୁ ଧରିଲା ବାଲେଶ୍ୱର ଭିଜିଲାନ୍ସ ଟିମ୍। ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଅଡିଟ୍ ଅଫିସର୍ ପ୍ରଜ୍ଞା ପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ ଅଟକ।ଗତକାଲି ବିଳମ୍ବିତ ରାତିରେ ଉଭୟ ଅଫିସର ବ୍ୟାଗ୍ ଓ ଆଟାଚିରେ ନଗଦ ଟଙ୍କା ଭର୍ତ୍ତି କରି ଏକ ସରକାରୀ ବୋଲେରୋ ଗାଡ଼ି ଯୋଗେ ଖସି ପଳାଇବାକୁ ଯୋଜନା କରୁଥିବା ବେଳେ

ଅପରାଧ

ସ୍କୁଲ ପରିସରରେ ମଦ୍ୟପାନ ଅଭିଯୋଗ! ବଡ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ବିଦ୍ୟାଳୟ ପରିସର ମଧ୍ୟରେ ମଦ୍ୟପାନ କରିବା ଅଭିଯୋଗରେ ନିଲମ୍ବିତ କରାଯାଇଛି।ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମ ପଞ୍ଚାୟତର ଅମ୍ବୁରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବିଦ୍ୟାଳୟର ଖେଳ ଛୁଟି ସମୟରେ ପ୍ରଧାନଶିକ୍ଷକ ସୁନାକର ନାୟକ ନିଜ କାର୍ଯ୍ୟାଳୟରେ ବସି ମଦ୍ୟପାନ କରିଥିଲେ। ଅତ୍ୟଧିକ ମଦ୍ୟପାନ କରିବା ପରେ ସେ କାର୍ଯ୍ୟାଳୟକୁ ଭିତରୁ ବନ୍ଦ କରିଦେଇ ଶୋଇପଡ଼ିଥିଲେ। ଅନ୍ୟ ଶିକ୍ଷକମାନେ

ଅପରାଧ

ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀ ସରକାରଙ୍କ ପୂର୍ବତନ ମୁଖ୍ୟ ସଚିବ ରାକେଶ ମେହେଟ୍ଟାଙ୍କ ଆତ୍ମହତ୍ୟା । ନୋଏଡା ସେକ୍ଟର-୮୨ସ୍ଥିତ ନିଜ ବାସଭବନରୁ ତାଙ୍କ ମୃତଦେହ ଉଦ୍ଧାର । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିବା ଜଣାପଡିଛି । କେଉଁ ପରିସ୍ଥିତିରେ ଏହି ଅବସରପ୍ରାପ୍ତ ଆଇଏଏସ ଅଫିସର ଜଣକ ଆତ୍ମହତ୍ୟା କଲେ, ପୁଲିସ ତାହାର ତଦନ୍ତ ଆରମ୍ଭ କରୁଛି ।

ଅପରାଧ

ଦାରା ସିଂଙ୍କୁ ମୁକ୍ତି ମିଳିବ କି? ପୁଣି ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର : ଅଷ୍ଟ୍ରେଲିୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂ ଓରଫ୍ ରବୀନ୍ଦ୍ର କୁମାର ପାଲଙ୍କ ମୁକ୍ତି ଆବେଦନ ଉପରେ ଶୁଣାଣି ପୁଣି ଘୁଞ୍ଚିଛି । ଦାରା ସିଂ ଓ ଅନ୍ୟମାନଙ୍କ ଜେଲରୁ ମୁକ୍ତି ମାମଲାର ଶୁଣାଣି ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଡିଭିଜନ୍ ବେଞ୍ଚରେ ଲଗାତାର ଜାରି ରହିଛି । ମଙ୍ଗଳବାର ଶୁଣାଣି ସମୟରେ ରାଜ୍ୟ ସରକାରଙ୍କ

ଅପରାଧ

କନିଷ୍ଠ ଯନ୍ତ୍ରୀଙ୍କ ପିଛା ଛାଡୁନି ବିବାଦ, ଲାଞ୍ଚ ପରେ ଏବେ ଡିଏ ମାମଲା

ଭୁବନେଶ୍ୱର : ଲାଞ୍ଚ ମାମଲାରେ ଜେଲ୍ ପରେ ପୁଣି ଗିରଫ ହେଲେ କନିଷ୍ଠ ଯନ୍ତ୍ରୀ । ୧ କୋଟି ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ । ଲାଞ୍ଚ ନେଇ ପୂର୍ବରୁ ଗିରଫ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ଅଡ଼ୁଆ ଆହୁରି ବଢ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ (ଓଏଲଆଇସି)ର ଉଦଳା ଉପ-ବିଭାଗରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁବ୍ରତ ମହାନ୍ତିଙ୍କୁ ପୁଣି ଗିରଫ କରିଛି ବାରିପଦା ଭିଜିଲାନ୍ସ

ଅପରାଧ

ପୁଣି ସ୍କୁଲରେ ରାଗିଂ

ରାୟଗଡ଼ା : ପୁଣି ସାମ୍ନାକୁ ଆସିଲା ଛାତ୍ର ନିର୍ଯ୍ୟାତନା ଘଟଣା। ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ । ଖାଲି ମାଡ଼ ନୁହେଁ ଲୁଗା ସଫା କରିବା,ବାସନ ମଜାଇବା କାମରେ ଲଗାଇବା ଭଳି ଗୁରୁତର ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ରାୟଗଡା ସରକାରୀ ଉଚ୍ଚ ବିଦ୍ୟାଳୟରେ । ସୂଚନା ଅନୁସାରେ, ରାୟଗଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଜୁନିୟର ଛାତ୍ରଙ୍କୁ ସିନିୟର୍ ଛାତ୍ର ମାଡ ମାରିଥିବା ଅଭିଯୋଗ ହୋଇଛି ।

ଅପରାଧ

ନିଶା ହେଲା କାଳ : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଜଗତସିଂହପୁର : ନିଶାରେ ସ୍ୱାମୀର ଭୟଙ୍କର କାଣ୍ଡ।ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜକୋଟି ବଳରାମପୁର ଗାଁରେ ଅଭାବନୀୟ ହତ୍ୟାକାଣ୍ଡ। ଗତକାଲି ବିଳମ୍ୱିତ ରାତିରେ ହୋଇଛି ହତ୍ୟାକାଣ୍ଡ । ସ୍ତ୍ରୀ ପୁଷ୍ପଲତା ସ୍ୱାଇଁଙ୍କୁ ହତ୍ୟା କରିଛି ସ୍ୱାମୀ ଦିଗମ୍ବର ସ୍ୱାଇଁ । ହତ୍ୟାକାଣ୍ଡର କାରଣ ଅସ୍ପଷ । ପ୍ରାଥମିକ ତଦନ୍ତ ରୁ ପାରିବାରିକ କଳହ ବୋଲି ଜଣାପଡିଛି । ମୃତକ ପୁଷ୍ପଲତାର ଏକ ୬ ବର୍ଷର ପୁଅ ରହିଛି । ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଅପରାଧ

ସାମରିକ ଘାଟିରେ ଭୟଙ୍କର ବିସ୍ଫୋର : ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: କେହି କିଛି ବୁଝିବା ଆଗରୁ ଅଚାନକ ଭୟଙ୍କର ବିସ୍ଫୋରଣ! ମୁହୂର୍ତ୍ତକରେ ଛାରଖାର ହୋଇଗଲା ସବୁକିଛି, ଚାଲିଗଲା ଅନେକ ନିରୀହ ଜୀବନ। ଘଟଣାକୁ ନେଇ ଖେଳିଗଲା ଶୋକର ଛାୟା। ବଲିଭିଆର ପଶ୍ଚିମାଞ୍ଚଳ ସହର ଭିଆଚାରେ ଥିବା ଏକ ସାମରିକ ଘାଟିରେ ଭୟଙ୍କର ବିସ୍ଫୋରଣ ଘଟିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ଏହି ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସଂଖ୍ୟା ବଢିବା ଆଶଙ୍କା କରାଯାଉଥିବାବେଳେ ପ୍ରାରମ୍ଭିକ ସୂଚନା ଅନୁସାରେ ଅତି କମରେ ୬୦ରୁ ଅଧିକ ଜଣ

ଅପରାଧ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ୱର : ଜିଲାନ୍ସ ଜାଲରେ ପଡ଼ିଲେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ କୁମାର ହାଁସଦା। ଔଷଧ ଦୋକାନ ଲାଇସେନ୍ସ ପାଇଁ ସେ ୬୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ। ଏଥିସହ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଛି। ଜଗତସିଂହପୁର ଜିଲ୍ଲା ଜଇପୁର ଛକର ଜଣେ ଔଷଧ ବ୍ୟବସାୟୀ ମେଡ଼ିସିନ ଦୋକାନ ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ଏଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ କାଗଜପତ୍ର ଜମା କରିଥିଲେ। ହେଲେ ଜିଲ୍ଲା ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର

Scroll to Top